ନୁଆଦିଲ୍ଲୀ : କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖ୍ ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଂଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖୁଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ କହିଛନ୍ତି।
ଶ୍ରୀ ସିଂ କହିଛନ୍ତି ଯେ, ଦେଶର ଶତକଡା ୭୦ ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି । ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡିକୁ । ସେମାନଙ୍କ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ବଂଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ ସେମାନଙ୍କର ଧାର୍ଯ୍ୟ ଦେୟ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଶକ୍ତି କ୍ଷେତ୍ରକୁ କେତକ ରିହାତିର ଅନୁମୋଦନ କରିଛନ୍ତି । ପରିବଂଟନ କମ୍ପାନୀଗୁଡିକର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖୁ କେତେକ ପଦକ୍ଷେପ ନିଆଯାଇଛି ।
୧. ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକ ସେମାନଙ୍କର ଦେୟ ପୈଠ ନହୋଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖୁବେ । ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ବିଦ୍ୟୁତ ଯୋଗାଣ କୌଣସିମତେ ହ୍ରାସ କରାଯିବା ନାହିଁ ।
୨. ଆଗାମୀ ୩୦ ଜୁନ ପର୍ଯ୍ୟନ୍ତ ସିକ୍ୟୁରିଟି ବାବଦ ଅର୍ଥ ଜମା ସ୍ଥିତି ବଳବତର ରହିବ ।
୩. ୩ ମାସର ମହଲତ ଦେବା ପାଇଁ ଏଥିନେଇ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଦେବା ଲାଗି ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
Post a Comment