loading...

ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା..!!

କରୋନା ଭୂତାଣୁ ରୋଗ (କୋଭିତ୍ ୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା..!!

ଭୁବନେଶ୍ବର : ୨୮ ମାର୍ଚ୍ଚ- କରୋନା ଭୂତାଣୁ ରୋଗ (କୋଭିତ୍ ୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । - କୋଭିଡ୍ -୧୯ ବିରୁଦ୍ଧରେ ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଥିବାବେଳେ ଏହି ସଂଗ୍ରାମରେ ଦୁଃସ୍ଥ ଓ ଅସହାୟ ଲୋକମାନଙ୍କ ରୋଜଗାର ଉପରେ ବଡ଼ ପ୍ରଭାବ ପଡ଼ିଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ପଞ୍ଚାୟତରେ ୧୦୦ ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । 

ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏହି କାର୍ଯ୍ୟ ସଂପାଦନ କରିବେ ଏବଂ ଲୋକମାନେ ରନ୍ଧାଖାଦ୍ୟ ଘରକୁ ନେଇ ଖାଇବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧୪ଟି ପୌରାଞ୍ଚଳରେ ରହିଥିବା ୬୫୦୦୦ ପଞ୍ଜୀକୃତ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି । କୋଭିଡ୍ – ୧୯ର ମୁକାବିଲା ନିମନ୍ତେ ସରକାର ସଂପୂର୍ଣ୍ଣ ଦକ୍ଷତାର ସହ ସମସ୍ତ ପ୍ରଚେଷ୍ଟା ଜାରି ରଖୁଛନ୍ତି । ବୃହତ୍ ଉଦ୍ୟୋଗରେ ସ୍ବାସ୍ଥ୍ୟସେବା, ଡାକ୍ତରଖାନା ଭିତ୍ତିଭୂମି ଓ ପରିଚାଳନା, ବିଶ୍ବସ୍ତରୀୟ ଅନୁଭବ, ଯନ୍ତ୍ରପାତି, ସଂରଜାମ ତଥା ସାମଗ୍ରୀ ସଂଗ୍ରହ ଏବଂ ସରକାରୀ, ଘରୋଇ ତଥା ଦାତବ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଦୀର୍ଘ ଅଭିଜ୍ଞତା ରହିଥିବା ଆଗ୍ରହୀ ପ୍ରବୀଣ ବିଶେଷଜ୍ଞମାନଙ୍କଠାରୁ ଓଡ଼ିଶା ସରକାର ଆବେଦନ ଆହ୍ବାନ କରିଛନ୍ତି । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିମାନେ ଅବୈତନିକ ପରାମର୍ଶଦାତା ଭାବେ ସରକାରଙ୍କୁ ଉଚ୍ଚସ୍ତରୀୟ ପରିଚାଳନା କ୍ଷେତ୍ରରେ ସହଯୋଗ କରିବେ । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଅଧୁକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟରେ ଅଟକି ରହିଥୁବା ଓଡ଼ିଆ ଲୋକମାନଙ୍କୁ ସହାୟତା ଯୋଗାଇଦେବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥୁଲେ । ଅନ୍ୟ ରାଜ୍ୟ ରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୂପ ଅନୁରୋଧ ଜଣାଇଥିଲେ । ବାହାର ରାଜ୍ୟଗୁଡ଼ିକରେ ରହିଯାଇଥୁବା ଓଡ଼ିଆମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଗୃହ ବିଭାଗ ପକ୍ଷରୁ ହେଲପ୍ରଲାଇନ୍ ନଂ-୦୬୭୪-୨୩୯ ୨୧୧୫ ଓ ମୋବାଇଲ୍ ଦ୍ଵାଟସ୍‌ଆପ୍ ନଂ-୯୪୩୮୯୧୫୯୮୬ କାର୍ଯ୍ୟ କରୁଛି । ଏଥୁରେ ଯୋଗାଯୋଗ କରିବା ପାଇଁ ବାହାର ରାଜ୍ୟରେ ଥିବା ଓଡ଼ିଆ ଭାଇଭଉଣୀଙ୍କୁ ଅନୁରୋଧ କରାଯାଇଛି । ଓଡ଼ିଶାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନଙ୍କ ନିମନ୍ତେ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ହେଲପ୍ ଲାଇନ୍ ଖୋଲାଯାଇଛି । ଏହାର ନମ୍ବର: ୧୮୦୦୩୪୫୬୭୦୩ । 

ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଓଡ଼ିଶାର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଇତି ମଧ୍ୟରେ ଓଡ଼ିଶାରେ ଅଟକି ରହିଯୁବ ବାହାର ରାଜ୍ୟର ୯୦୦୦ ଶ୍ରମଜୀବୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି । ସେମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଛନ୍ତି । ସେମାନଙ୍କୁ ଖାଦ୍ୟପେୟ, ରହଣି ଓ ଆବଶ୍ୟକ ସ୍ଥଳେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏ ପ୍ରସଙ୍ଗରେ ମଧ୍ୟ ଅନ୍ୟ ରାଜ୍ୟର ଆବାସିକ କମିଶନରମାନଙ୍କୁ ଅବଗତ କରାଯାଇଛି । କୋଭିଡ୍ – ୧୯ ସ୍ୱାସ୍ଥ୍ୟ ହେଲପ୍ ଲାଇନ୍ ନମ୍ବର ୧୦୪ କ୍ଷମତା ବୃଦ୍ଧି ପାଇଁ କେତେକ ରକ୍ଷଣାବେକ୍ଷଣ ଓ ବୈଷୟିକ ଉନ୍ନତିକରଣ କାର୍ଯ୍ୟ ହେଉଥିବା ଦୃଷ୍ଟିରୁ ଏହା ଆସନ୍ତାକାଲି ୨୯ ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଗୋଖାଦ୍ୟ, କୁକୁଡ଼ା ଖାଦ୍ୟ ଓ ମତ୍ସ୍ୟ ଖାଦ୍ୟ ସମେତ ଅନ୍ୟାନ୍ୟ ପଶୁଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀରେ ଅନ୍ତର୍ଭୁକ୍ତ କରାଯାଇ ସେସବୁଗୁଡ଼ିକ ଖୋଲା ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜାରତି ଦୋକାନରେ ପଶୁଖାଦ୍ୟ ବିକ୍ରି କରାଯାଇପାରିବ । ରାଜ୍ୟରେ କୋଭିଡ୍ –୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥୁବା ଅଭିଯୋଗରେ ୨୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨୪ଟି ମାମଲା ଦାୟର କରାଯାଇଛି । ସେଥୁରୁ ୩୦୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥୁବାବେଳେ ୧୫ଟି ହୋମ୍ ଦ୍ବାରାଣ୍ଟାଇନ୍ ଉଲ୍ଲଘନ ଓ ଗୋଟିଏ କୋଭିଜ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଘନ ନିମନ୍ତେ ଅନ୍ତର୍ଭୁକ୍ତ ।

ସର୍ବଶେଷ ସ୍ଵାସ୍ଥ୍ୟ ସୂଚନା:-
ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍ –୧୯ ପରୀକ୍ଷା ପାଇଁ ପଠାଯାଇଥୁବାବେଳେ ୨୨୬ ନମୁନାର ରିପୋର୍ଟ ହସ୍ତଗତ ହୋଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ ଚିହ୍ନଟ ହୋଇଛନ୍ତି  ପ୍ରଥମ ଦୁଇଟି ପଜିଟିଭ୍ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସ୍ଥିର ଓ ଲକ୍ଷଣମୁକ୍ତ ରହିଛି । ତୃତୀୟ ବ୍ୟକ୍ତିଙ୍କର ଅବସ୍ଥାରେ ଆଜି ଉନ୍ନତି ହୋଇଛି । ସମସ୍ତେ ହସ୍ପିଟାଲ୍‌ର ସାଧାରଣ ଖାଦ୍ୟ ଖାଉଛନ୍ତି ।
ପ୍ରଥମ ଦୁଇଟି କେସ୍‌ର ସଂସ୍ପର୍ଶରେ ଆସିଥୁବା ୫୫ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି । ତୃତୀୟ କେସ୍‌ ସଂସ୍ପର୍ଶରେ ଆସିଥୁବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଚାଲିଛି ।
ଆଜି ୫୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥବାସରେ ଅଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୭୦୮୦ ଜଣ ଅନ୍‌ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୮୬ ବିଦେଶରୁ ଓ ୨୭୯୪ ଜଣ ଅନ୍ୟ ରାଜ୍ୟକୁ ଫେରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget