ଆପଣମାନେ ଜାଣନ୍ତି, କୋରୋନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି । ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି । କେବଳ ଘରେ ରହିବାଦ୍ୱାରା ହିଁ ଆମେ ଏ ସଂଗ୍ରାମକୁ ଜିତି ପାରିବା । ଆମର ଏହି ସଂଗ୍ରାମ ଗରିବ ଲୋକ, ମଜଦୁର ଭାଇ ଓ ଭଉଣୀମାନଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇଛି । ଗତକାଲି ମୁଁ ଗରିବ ଲୋକଙ୍କ ପାଇଁ ତିନିମାସର ରାସନ, ଚାରିମାସର ଭତ୍ତା ସହିତ ଅନ୍ୟ ସହାୟତା ଘୋଷଣା କରିଥିଲି ।
ଆଜି ମୁଁ ଘୋଷଣା କରୁଛି ଯେ ପ୍ରତି ପଞ୍ଚାୟତର ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । SHG ଜରିଆରେ ଏହା କରାଯିବ ଏବଂ ଲୋକମାନେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇ ପାରିବେ । ଏହାଦ୍ୱାରା ଦଶ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇବେ । ଆମର ୧୧୪ଟି ପୌରାଞ୍ଚଳର street vendor ମାନଙ୍କ ପାଇଁ ମୁଁ ତିନି ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରୁଛି । ଏହାଦ୍ୱାରା ରାଜ୍ୟର ୬୫୦୦୦ ରେଜିଷ୍ଟ୍ରିଭୁକ୍ତ Streeet vendor ମାନେ ଉପକାର ପାଇବେ । ମୁଁ ଆପଣମାନଙ୍କୁ ପୁଣିଥରେ ଅନୁରୋଧ କରୁଛି, ଆପଣାମାନେ ଘରେ ରୁହନ୍ତୁ , ସାବୁନରେ ହାତ ଧୁଅନ୍ତୁ ଏବଂ କରୋନାକୁ ହରାନ୍ତୁ ।
Post a Comment