ଭୁବନେଶ୍ବର : ୨୮/୦୩- ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଆନ୍ତର୍ଜାତୀୟ ମୁଖ୍ୟାଳୟି ରାଜସ୍ଥାନ ସ୍ଥିତ ମାଉଣ୍ଟ ଆବୁ ଠାରେ ଗତକାଲି ସକାଳ ୨ ଘଟିକାରେ ସଂସ୍ଥାର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ଜାନକୀଙ୍କ ଦେହାନ୍ତ ହୋଇଯାଇଛି ବୋଲି ଭୁବନେଶ୍ବରର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଲୀନା ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି । ସେ ଗତ ଏକ ସପ୍ତାହ ହେଲା ସଂସ୍ଥାର ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ୧୦୪ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।
ଦାଦି ପ୍ରକାଶମୟୀଙ୍କ ପରେ ୨୦୦୭ ମସିହା ଅଗଷ୍ଟ ମାସ ୨୫ ତାରିଖରେ ସେ ମୁଖ୍ୟ ପ୍ରଶାସିକା ଦାୟୀତ୍ବ ଗ୍ରହଣ କରି ଥିଲେ । ସେ ପୂର୍ବରୁ ଅତିରିକ୍ତ ମୁଖ୍ୟ ପ୍ରଶାସିକା ରୁପେ ବିଦେଶରେ ଥିବା ୧୩୭ଟି ଦେଶରେ ବ୍ରହ୍ମାକୁମାରୀ ସଂସ୍ଥାର ଦାୟୀତ୍ବ ଲଣ୍ଡନ ରେ ରହି ପରି ଚାଳନା କରି ଆସୁଥିଲେ । ମୁଖ୍ୟ ପ୍ରଶାସିକା ଦାୟୀତ୍ ନେଲାପରେ ସେ ମାଉଣ୍ଟ ଆବୁ ରେ ରହି ସାରା ବିଶ୍ବ ରେ ଥିବା ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ସେବାକେନ୍ଦ୍ର ମାନଙ୍କର ସଞ୍ଚାଳନ କରି ଆସୁଥିଲେ ।
ସେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଥିଲେ ଏବଂ ସ୍ଵଚ୍ଛ ଭାରତ ଗଢ଼ିବାରେ ନୂତନ ଦିଗ୍ଦର୍ଶନ ଦେଇଥିଲେ । ସେ ୧୯୧୬ ମସିହା ଜାନୁୟାରୀ ୧ ତାରିଖରେ ପାକିସ୍ଥାନର ସିନ୍ଧ୍ରପ୍ରଦେଶରେ ଏକ ସିଦ୍ଧି ପରିବାରେରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୧ ବର୍ଷ ବୟସରେ ୧୯୩୭ ମସିହାରେ ଦାଦା ଲେଖରାଜଙ୍କ ଦ୍ବାରା ପରିଚାଳିତ ସତସଙ୍ଗରେ ଯୋଗଦେଇ ୮୩ ବର୍ଷ ହେଲା ଈଶ୍ୱରୀୟ ଜ୍ଞାନ ଏବଂ ସହଜରାଜଯୋଗର ପ୍ରଚାର ଏବଂ ପ୍ରସାର କରି ଆସୁଥିଲେ । ସାରା ବିଶ୍ୱ ପରି କ୍ରମା କରି ପ୍ରାୟ ୧୩୭ଟି ଦେଶରେ ବ୍ରହ୍ମାକୁମାରୀ ସଂସ୍ଥା ଖୋଲି ବାରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥିଲେ । ସେ ଦେଶ ବିଦେଶରେ ଥିବା ପ୍ରତିଷ୍ଠିତ ବ୍ୟକ୍ତି ସମୁହ, ସାଧୁସନ୍ଥ, ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ସମୁହ, ଭାରତରେ ଥିବା ଅନେକ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ତଥା ସମାଜର ମାଣ୍ୟଗଣ୍ୟ ବ୍ୟକ୍ତି, ବିଶିଷ୍ଟ କଳାକାରମାନଙ୍କ ସହିତ ମିଶି ଈଶ୍ୱରୀୟ ବାଣୀ ପ୍ରଚାର କରିଥିଲେ ।
ଓଡ଼ିଶାକୁ ସେ ଅନେକଥର ଆସି ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ଫୁଲବାଣୀ, ସମ୍ବଲପୁର, ରାଉରକେଲା, ଭଦ୍ରକ ଇତ୍ୟାଦି ସ୍ଥାନମାନଙ୍କରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ । ତାଙ୍କର ଦେହାନ୍ତ ଖବର ପାଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଯୋଗଗୁରୁ ରାମଦେବ,ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ଶୋକବମାନ ସଂସ୍ଥାର ମୁଖ୍ୟାଳୟରେ ପହଞ୍ଚି ଥିଲା ।
ତୀଙ୍କର ଆଦର୍ଶ ବାଣୀ ଥିଲା ‘ସ୍ଵୋ ପରିବର୍ଭନରେ ବିଶ୍ୱ ପରିବର୍ଭନ, ମୁଁ ଏବଂ ମୋର ଠାରୁ ଦୂରରେ ରହି ମୁଁ ଏକ ପବିତ୍ର ଆତ୍ମା ଏବଂ ମୋର ପିତା ପରମପିତା ପରମାତ୍ମାଠାରେ ନିଜର ମନକୁ ରଖ୍ ପାରି ଲେ ଜୀବନରେ ସୁଖ-ଶାନ୍ତ -ସମୃଦ୍ଧି କରି ପାରିବେ । ଅବ ନେହି ତୋ କବ ନେହି " ।
Post a Comment