loading...

ବିଜେପିର ‘ଫିଡ୍ ଦି ନିଡି’ (FeedTheNeedy) କାର୍ଯ୍ୟକ୍ରମ । ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟବ୍ୟବହୃତ ସାମଗ୍ରୀ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା !!

ବିଜେପିର ‘ଫିଡ୍ ଦି ନିଡି’ (FeedTheNeedy) କାର୍ଯ୍ୟକ୍ରମ । ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟବ୍ୟବହୃତ ସାମଗ୍ରୀ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା !!

ଭୂବନେଶ୍ୱର :୩୦/୦୩- କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଜିର ଏହି ଲକଡାଉନ ପରିସ୍ଥିତିରେ ବିଜେପି ତରଫରୁ ସମଗ୍ର ଦେଶରେ ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା ଅଭାବୀ ଲୋକଙ୍କ ପାଇଁ ମାଗଣା ସୁବିଧା ଓ କ୍ଷୁଧାମୁକ୍ତ ବ୍ୟବସ୍ଥା କରାଇବାର ପଦକ୍ଷେପ ନିଆଯାଇଛି । 

ଏହି କାର୍ଯ୍ୟକ୍ରମକୁ ‘ଫିଡ୍ ଦି ନିଡି’ (FeedTheNeedy) ନାମକରଣ କରାଯାଇଛି । ଭାରତୀୟ ପରମ୍ପରା ‘ନର ସେବା ନାରାୟଣ ସେବା’କୁ ସମ୍ମାନ ଜଣାଇ ‘ଲକ୍ ଡାଉନ୍’ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । 

ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୁରତ୍ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ, ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ବରେ ଝାରସୁଗୁଡା ଜିଲ୍ଲାରେ ୬୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ୧୦୦ ପଶୁଙ୍କ ପାଇଁ ଗୋଖାଦ୍ୟ ବଂଟନ କରାଯାଇଛି । ଭୁବନେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ । ଆଚାର୍ଯ୍ୟ ଓ ଉପସଭାପତି ଦିଲୀପ ବେହେରାଙ୍କ ନେତୃତ୍ବରେ ଖଣ୍ଡଗିରି ସମେତ ବିଭିନ୍ନ ସ୍ଥାନରେ ୪୦୦ରୁ ଉର୍ଧ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ସେହିପରି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତମାନେ ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଖାଦ୍ୟ ବଂଟନ କରିଥିଲେ । 

କଟକ ଜିଲ୍ଲା ମହାନଦୀ ବିହାରରେ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ ଓ ସୁନିଲ ଦ୍ଵିବେଦୀଙ୍କ ନେତୃତ୍ବରେ ବହୁ କାର୍ଯ୍ୟକର୍ତା ମହାନଦୀ ବିହାର, ପିଠାପୁର, ୩୯ ନମ୍ବର ୱାର୍ଡରେ ଗରିବ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିଛନ୍ତି । ରାଜ୍ୟ ସଂପାଦକ ଧୀରେନ ସେନାପତି ରାଉରକେଲାରେ ଏବଂ ପାନ୍ ପୋଷରେ ମଣ୍ଡଳ ଅଧ୍ୟକ୍ଷ ହରବିନ୍ଦର ସିଂହ, କାଳୁ ସାହୁ, ଓ.ପି.ସିଂହ, ଅଭୟ ବେହେରା ପ୍ରମୁଖ ଲକ ଡାଉନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ ସଫାଇ କର୍ମଚାରୀମାନଙ୍କୁ ଚା ଏବଂ ବିସ୍କୁଟ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ କେନ୍ଦ୍ରାପଡା ସହରର ବିଭିନ୍ନ ଅଂଚଳରେ ୩୫୦ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ବିଜେପିର ‘ଫିଡ୍ ଦି ନିଡି’ (FeedTheNeedy) କାର୍ଯ୍ୟକ୍ରମ । ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟବ୍ୟବହୃତ ସାମଗ୍ରୀ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା !!

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୫୦ ପରିବାର, ଭଦ୍ରକ ଜିଲ୍ଲାର ଧାମନଗର ଓ ବାସୁଦେବପୁରର ବିଭିନ୍ନ ସ୍ଥାନରେ ୫୦୦ ଜଣଙ୍କୁ ରନ୍ଧାଖାଦ୍ୟ, ରାସନ ସାମଗ୍ରୀ ବଂଟନ କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡାର ବାରଖାମା ଫଟାୟତ ଠାରେ ଏବଂ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶର ଲୁହା କାରିଗର ଶ୍ରମିକ ଭାଇ ଭଉଣୀମାନଙ୍କୁ ରହିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହ ସେମାନଙ୍କ ରାଜ୍ୟକୁ । ପଠାଇବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ସେହିପରି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ୨୫୦ ଜଣଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ପକେଟ, ନୂଆପଡା ନିର୍ବାଚନମଣ୍ଡଳୀରେ ୨୫୦ ପେକେଟ ଶୁଖୁଲା ଖାଦ୍ୟସାମଗ୍ରୀ, ରେଢାଖୋଲ ନିର୍ବାଚନମଣ୍ଡଳୀରେ ୧୫୦ ପେକେଟ ଶୁଖିଲା ଖାଦ୍ୟ, ନବରଙ୍ଗପୁର ଜିଲ୍ଲାରେ ୧୦୦ ପେକେଟ, କେଉଁଝର ଜିଲ୍ଲାରେ ୨୦୦ ପେକେଟ, ରାୟଗଡା ଜିଲ୍ଲା ଥେରୁବାଲି, ପଦମପୁର, ସଙ୍କୋରଡାରେ ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟ, ଖୋର୍ଦ୍ଧା ଜିଲ୍ଲାର ଅନେକ ସ୍ଥାନରେ ରନ୍ଧା ଖାଦ୍ୟ, ପଶୁଖାଦ୍ୟ, ଔଷଧ, ମାସ୍କ୍, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି । 

ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧୁ, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାକାରୀମାନେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଜ୍ ଦି ନିଡି' (FeedTheNeedy) ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget