ନୂଆଦିଲ୍ଲୀ/ ଭୁବନେଶ୍ବର : ମାର୍ଚ୍ଚ ୩୦- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩ ୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯ ୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଟୁଇଟ୍ କହିଛନ୍ତି ଯେ ବିଶ୍ଵ ଯେତେବେଳେ ସବୁଠୁ ବଡ ବିପଦର ସମ୍ମୁଖୀନ ହୁଏ, ସେତେବେଳେ ଲୋକମାନଙ୍କ ପାଇଁ ତୈଳ ଏବଂ ଗ୍ୟାସ ପିଏସୟୁର ଏଭଳି ପ୍ରତିବଦ୍ଧତା ଦେଖି ମୁଁ ବିନୟପୂର୍ତ୍ତି । ଏହି ପରିବାରର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ବରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଘୋଷଣା କରାଯାଇଛି ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରିବା ସହ ଉଲ୍ଲେଖ କରିଛନ୍ତି ଯେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ବାରା ନିଆଯାଇଥିବା ନିଷ୍ପତି ସ୍ବାଗତଯୋଗ୍ୟ । ବର୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ବାରା ଦିଆଯାଉଥିବା ସେବା ହିଁ ଆମର ପରିଚୟ । କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ବପୂର୍ଣ୍ଣ । ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁତ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢିବାକୁ ସାହାଯ୍ୟ କରିବ ।
ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲକ୍ ଡାଉନରୁ ଏଲପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି । ଏଲପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦେଶରେ ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବା ପାଇଁ କର୍ମଚାରୀମାନେ ଏହି ସଙ୍କଟ ସମୟରେ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକ ରହିଛି ।
Post a Comment