ଭୁବନେଶ୍ୱର : ୨୯/୦୩-କୋଭିଡ୍–୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ (ଲକ୍ ଡାଉନ୍) ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧୁକ କଲ୍ ନମ୍ବରର ବ୍ୟବସ୍ଥା କରାଯାଇଛି ।
ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧୁକାରୀମାନଙ୍କୁ ନୋଡାଲ୍ ଅଧୁକାରୀ ଭାବେ ନିୟୋଜିତ କରାଯାଇଛି । ଏହି ନୋଡାଲ୍ ଅଧୁକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଟ୍ରୋଲ୍ ରୁମ୍) ସହ ସଂଯୋଜିତ ରହିବେ । ନିୟନ୍ତ୍ରଣ କକ୍ଷର ଟେଲିଫୋନ୍ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ରାଜ୍ୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବାସ୍ତବ ସ୍ଥିତି ପରିଲେ ।
ନିୟନ୍ତ୍ରଣ କକ୍ଷରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, କୋଭିଡ୍ – ୧୯ ସ୍ୱତନ୍ତ୍ର ଅଧୁକାରୀ ଶ୍ରୀ ବିଶାଲ ଦେବ ଓ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ଅମିତାଭ୍ ଠାକୁରଙ୍କ ସମେତ ନିୟନ୍ତ୍ରଣ କକ୍ଷରେ କଲ୍ ଗ୍ରହଣ କରୁଥିବା ଅଧୁକାରୀମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଆଲୋଚନା କରିଥିଲେ । ପରେ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ବର୍ତ୍ତମାନ ନିୟନ୍ତ୍ରଣ କକ୍ଷକୁ ମୁଖ୍ୟତଃ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲ୍ନାଡୁ, ତେଲେଙ୍ଗାନା ଓ ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଠାରୁ ଟେଲିଫୋନ୍ ଆସୁଛି ଏବଂ ସେସବୁ ବିଷୟରେ ସଂପୃକ୍ତ ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକମାନଙ୍କ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ପାଇଁ ନିମ୍ନୋକ୍ତ ବରିଷ୍ଠ ଅଧୁକାରୀମାନଙ୍କୁ ନୋଡାଲ୍ ଅଧୁକାରୀ ଭାବେ ନିୟୋଜିତ କରାଯାଇଛି ।
Post a Comment