loading...

ଫିଜ୍ ଦି ନିତ୍’ କାଯ୍ୟକ୍ରମ ଜରିଆରେ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ବଂଟନ କରୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା..!!

ମାନବଜାତି ଆଜି କୋରୋନା ଭୁତାଣୁ ଜନିତ ଏକ ବୈଶ୍ବିକ ମହାମାରୀ ଦେଇ ଗତି କରୁଛି, ଯାହା ବିଶ୍ବର ପ୍ରାୟ ସମସ୍ତ ଶକ୍ତିଶାଳୀ ଓ ସମୃଦ୍ଧ ଦେଶମାନଙ୍କର ସ୍ଥିତି ଦୋହାଲାଇ ଦେଇଛି ।

ଫିଜ୍ ଦି ନିତ୍’ କାଯ୍ୟକ୍ରମ ଜରିଆରେ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ବଂଟନ କରୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା..!!

ଭୂବନେଶ୍ୱର :୨୯/୦୩-ମାନବଜାତି ଆଜି କୋରୋନା ଭୁତାଣୁ ଜନିତ ଏକ ବୈଶ୍ବିକ ମହାମାରୀ ଦେଇ ଗତି କରୁଛି, ଯାହା ବିଶ୍ବର ପ୍ରାୟ ସମସ୍ତ ଶକ୍ତିଶାଳୀ ଓ ସମୃଦ୍ଧ ଦେଶମାନଙ୍କର ସ୍ଥିତି ଦୋହାଲାଇ ଦେଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଏଭଳି ସ୍ଥିତିରେ ଆଜିର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଯେଭଳି ସମୟ ପୂର୍ବରୁ ଗୋଟିଏ ପରେ ଗୋଟିଏ ସତର୍କତା ଓ ସଚେତନତା ପଦକ୍ଷେପ ନେଉଛି, ତାହା ସ୍ଥିତି ସୁଧାରିବାର ଆଶା ଜାଗ୍ରତ କରିଛି । 

ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ‘ଜନତା କର୍ଫୁ’ର ଆହ୍ବାନ, ଦ୍ବିତୀୟ ପର୍ଯ୍ୟାୟରେ ୨୧ ଦିନର ‘ଲଡାଉନ୍’ ସବୁ ମହଲରେ ସ୍ବାଗତ କରିବା ସହ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏହାକୁ ସୁଚାରୁ ରୁପେ ପାଳନ କରିବାକୁ ନିରନ୍ତର ପ୍ରୟାସରତ । ସେହିପରି ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନାର ଘୋଷଣା ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଆଶ୍ଵସ୍ଥି ଆଣିବା ସହ କୋରୋନାକୁ ସାହାସର ସହ ମୁକାବିଲା କରିବା ପାଇଁ ବଳ ଯୋଗାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏଭଳି ମୁହୁର୍ତରେ ଭାଜପା ଭଳି ଏକ ସାମାଜିକ ସମ୍ବେଦନଶୀଳ ରାଜନୈତିକ ସଂଗଠନ ନିଜର ଗୁରୁଦାୟୀତ୍ବକୁ ସମୟର ଆହ୍ବାନ ସ୍ବରୁପ ସ୍ବୀକାର କରି ବିଭିନ୍ନ ସେବା କାର୍ଯ୍ୟକ୍ରମ ହାତକୁ ନେଇଛି । 

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ଼ା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓ ରାଜ୍ୟର ସମସ୍ତ ସାଂସଦ, ବିଧାୟକ ତଥା ବରିଷ୍ଠ ନେତାମାନଙ୍କର ବିଚାର ବିମର୍ଶରେ ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କ ପାଇଁ ମାଗଣା ସୁବିଧା ଓ କ୍ଷୁଧାମୁକ୍ତ ବ୍ୟବସ୍ଥା କରାଇବାର ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ #FeedTheNeedy ନାମକରଣ କରାଯାଇଛି ବୋଲି । ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
ଫିଜ୍ ଦି ନିତ୍’ କାଯ୍ୟକ୍ରମ ଜରିଆରେ ଅସହାୟ ଗରିବଙ୍କୁ ରନ୍ଧା ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ବଂଟନ କରୁଛନ୍ତି ବିଜେପି କାର୍ଯ୍ୟକର୍ତ୍ତା..!!

ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ‘ଲଡାଉନ୍’ ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଭୁବନେଶ୍ୱରରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ସେହିପରି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ନେତୃତ୍ବରେ ଝାରସୁଗୁଡା ଜିଲ୍ଲାର ବେଲପାହାଡ, ଝାରସୁଗୁଡା, । ବ୍ରଜରାଜନଗର, ଭୂବନେଶ୍ୱରଠାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ଓ କଂଟାବାଂଜି, ମୟୁରଭଞ୍ଜ ଜିଲ୍ଲାର ଉଦଳା, ସାରଶକଣା, ବାରିପଦା, ମୋରଡା, କେନ୍ଦୁଝର ଜିଲ୍ଲାର ବଡବିଲ, ପାଟଣା, କେନ୍ଦ୍ରାପଡା ଜିଲ୍ଲାର ଆଳି, ମହାକାଳପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଯାଜପୁର ଜିଲ୍ଲାର ଦଶରଥପୁର ସମେତ ଖୋର୍ଦ୍ଧା, ନୁଆପଡ଼ା, ରାୟଗଡା, ନବରଙ୍ଗପୁର, ସୁନ୍ଦରଗଡ, ରାଉରକେଲା, ଭଦ୍ରକ, କଟକ, ବାଲେଶ୍ଵର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ପଶୁଖାଦ୍ୟ, ଔଷଧ, ମାୟ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି । 

ଏହି କାର୍ଯ୍ୟରେ ପାର୍ଟିର ବିଧାୟକ, ଲୋକ ପ୍ରତିନିଧ, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ରାଜ୍ୟ ଓ ଜିଲ୍ଲା ପଦାଧୁକାରୀମାନେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget