loading...

ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ..!!

ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି ।

ଭୁବନେଶ୍ୱର : ୨୯/୦୩- ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ତ ଥିଲେ । ତାଙ୍କ ବିୟୋଗରେ ଯୁବ ଜନତା ଦଳ ତଥା ବିଜୁ ଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି । ସେ ଜଣେ ଦୃଢ ସଂଗଠକ ତଥା ଯୁବ ସମାଜସେବୀ ଥିଲେ । ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଯୁବ ପିଢିଙ୍କୁ ସେଥିରେ ସାମିଲ କରାଉଥିଲେ । ତାଙ୍କର ଏହି ଅକାଳ ବିୟୋଗ ସମ୍ବାଦଟି ବିଜୁ ଯୁବ ଜନତା ଦଳ ତଥା ବିଜୁ ପରିବାରର ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ବିଜୁ ଯୁବ ଜନତା ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget