loading...

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମାସକର ଦରମା ଓ ଏମପିଲାଡ୍ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ !!

ଦେଶରେ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ସମେତ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଡି( ଏମପିଲାଡ)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମାସକର ଦରମା ଓ ଏମପିଲାଡ୍ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ !!

ନୂଆଦିଲ୍ଲୀ/ ଭୁବନେଶ୍ବର, ମାର୍ଚ୍ଚ ୨୯ – ଦେଶରେ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ସମେତ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଡି( ଏମପିଲାଡ)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ଟୁଇଟ୍ କରି ଜଣାଇବା ସହ ଉଲ୍ଲେଖ କରିଛନ୍ତି ଯେ ଏହି କଠିନ ସମୟରେ, ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ସହ ଛିଡା ହେବା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ଏମପିଲାଡ୍ ପାଣ୍ଠିରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରୁଛି ।ଏହି ଅର୍ଥ ସୁବିଧାରୁ ବଂଚିତ ଲୋକମାନଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget