ନୂଆଦିଲ୍ଲୀ/ ଭୁବନେଶ୍ବର, ମାର୍ଚ୍ଚ ୨୯-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ନ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା ସିଇଓ ଅମିନ୍ ନାଜିରଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ବିଶ୍ବ ତୈଳ ବଜାରର ବିକାଶ ଏବଂ ସାଉଦିଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନ ମାନଙ୍କରେ ଦେଶର ଘରୋଇ ଆବଶ୍ୟକତା ଅନୁଯାୟୀ ଏଲପିଜି ଯୋଗାଣ କରାଯିବ ବୋଲି ସାଉଦିର ଉର୍ଜାମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରି ଜଣାଇଛନ୍ତି ।
Post a Comment