ଭୁବନେଶ୍ୱର : ୨୩ ଅପ୍ରେଲ- ଆଜି ରାତି ୧୦ଟାରୁ ୨୬ ତାରିଖ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସଟ୍ ଡାଉନ୍ (ସଂପୂର୍ଣ୍ଣ ବନ୍ଦ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଏକ ଜରୁରୀ ପ୍ରେସ୍ ବିବୃତିରେ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଭୁବନେଶ୍ଵରରେ ଗତ ଅପ୍ରେଲ ୪ ଓ ୫ ତାରିଖ ଦୁଇଦିନ ଧରି ଲାଗୁ କରାଯାଇଥିବା ସଟ୍ ଡାଉନ୍ କୋଭିତ୍ – ୧୯ ସଂକ୍ରମଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥୁଲା । ଏହା ଫଳରେ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ – ୧୯ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ । ମାତ୍ର ଏବେ କିଛି ଦିନ ଧରି ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କୋଭିଡ୍ – ୧୯ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦୃଷ୍ଟିରୁ ସଂକ୍ରମଣ ପ୍ରତିରୋଧ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜି ରାତି ୧୦ଟାରୁ ଆସନ୍ତା ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ୬୦ ଘଣ୍ଟା ପାଇଁ ଉପରୋକ୍ତ ତିନୋଟି ଜିଲ୍ଲାରେ ସଟ୍ ଡାଉନ୍’ ଲାଗୁ କରାଯାଇଛି ।
ରାଜ୍ୟରେ କୋଭିଡ୍ – ୧୯ ପଜିଟିଭ୍ ନଂ ୬୧ରୁ ୮୯ ପର୍ଯ୍ୟନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ରୁ ଗୋଟିଏକୁ ବାଦଦେଲେ ବାକି ସମୟ ଏହି ତିନୋଟି ଜିଲ୍ଲାରୁ ଆସିଛି । ପଶ୍ଚିମବଙ୍ଗରୁ ସଂକ୍ରମଣ ଲିଙ୍କ ରହିଥୁବା ଜଣାଯାଇଛି । ତେଣୁ ଏହି ଜିଲ୍ଲା ସହିତ ପଡ଼ୋଶୀ ରାଜ୍ୟ ସଂପୃକ୍ତ ସୀମାନ୍ତକୁ ସିଲ୍ କରାଯିବ ଏବଂ ଏଥ୍ୟ ପାଇଁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ତତ୍ବାବଧାନରେ ୨୭ ପ୍ଲାଟୁନ୍ ପୋଲିସ୍ ନିୟୋଜିତ ରହିଛନ୍ତି । ଆବଶ୍ୟକ ହେଲେ ଅଧୁକ ସଂଖ୍ୟକ ପୋଲିସ ମୁତୟନ କରାଯିବ । ଅନୁରୂପ ଭାବରେ ଏହି ତିନୋଟି ଜିଲ୍ଲାରେ ସଂକ୍ରମଣ ପ୍ରତିରୋଧ ପରିଚାଳନା ପାଇଁ ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧୁକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅସାଧାରଣ ସମୟରେ ଅସାଧାରଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ୬୦ ଘଣ୍ଟିଆ ସଟ୍ ଡାଉନ୍ ସମୟରେ ଏହି ତିନୋଟି ଜିଲ୍ଲାରେ ସମସ୍ତ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିବ । ଜିଲ୍ଲାବାସୀଙ୍କୁ ଘରେ ରହିବାକୁ ପଡ଼ିବ । କେବଳ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ମୁତାବକ ଔଷଧ ଦୋକାନ ଓ ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ସେବା ଉପଲବ୍ଧ ହେବ । ଏହି ଜିଲ୍ଲାଗୁଡ଼ିକରେ କୋଭିଡ୍ – ୧୯ ସଂକ୍ରମିତ ରୋଗୀଙ୍କର କଣ୍ଟାକ୍ଟ ଟ୍ରେସିଂ, କଣ୍ଟମେଣ୍ଟ ଅଞ୍ଚଳ ଚିହ୍ନଟ, କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ସାଙ୍ଗକୁ ରୋଗ ନିରୀକ୍ଷଣ, ପରିମଳ ଇତ୍ୟାଦି ସଂପର୍କିତ ପଦକ୍ଷେପକୁ ବ୍ୟାପକ କରାଯିବ । କମ୍ପ୍ୟୁ ଭଳି ଏପରି ପରିସ୍ଥିତିରେ ସରକାରଙ୍କୁ ସମସ୍ତ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ଦୃଷ୍ଟିରୁ ଏହି ତିନୋଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ ଏବଂ ସରକାରଙ୍କ ପଦକ୍ଷେପକୁ ସର୍ବାନ୍ତକରଣରେ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।
Post a Comment