loading...

‘ ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହ –୯୦୦୦ ଆବେଦନ ପତ୍ର !!

‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହ (୧୬ରୁ ୨୨ ତାରିଖ)ରେ ସାରା ରାଜ୍ୟରୁ ୮୦୦ ଆବେଦନ ପତ୍ର ଆସିଛି ।

‘ ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହ –୯୦୦୦ ଆବେଦନ ପତ୍ର !!
google

ଭୁବନେଶ୍ବର : ୨ ୩ ଅପ୍ରେଲ- ଲକ୍ ଡାଉନ୍ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖୁବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଅନ୍ ଲାଇନ୍ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହ (୧୬ରୁ ୨୨ ତାରିଖ)ରେ ସାରା ରାଜ୍ୟରୁ ୮୦୦ ଆବେଦନ ପତ୍ର ଆସିଛି । 

ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯୦୦୦ ଆବେଦନ ପତ୍ର ଆସିବା ସହ ପ୍ରତ୍ୟେକ ଗୁରୁବାର ପରି ଆଜି ମଧ୍ୟ ସାପ୍ତାହିକ ପୁରସ୍କାର ଘୋପଣ କରାଯାଇଛି । ଏଥିମଧ୍ୟରୁ ୬୧୪୮ଟି ଚିତ୍ରକଳା ପାଇଁ, ୭୬୧ଟି ଯୁଦ୍ର ଗଳ୍ପ ପାଇଁ, ୧୭୦୪ଟି କବିତା ଏବଂ ୮୯ଟି ପ୍ରବନ୍ଦ ପାଇଁ ଆସିଛି । | ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ ରୁ ୧୦ ବର୍ଷ ବର୍ଗରେ ଦିବ୍ୟାଙ୍କିତା ଦାସ, ଭୁବନେଶ୍ୱର, କିର୍ତ୍ତୀସାନା ଦାସ, କେନ୍ଦ୍ରାପଡ଼ା ଏବଂ ସୁରକ ରଥ, ଭୁବନେଶ୍ଵର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧୁକାର କରିଛନ୍ତି । ୧୧ ରୁ ୧୫ ବର୍ଷ ବର୍ଗରେ ଅଶ୍ଵିନୀ ଆଚାର୍ଯ୍ୟ, କଟକ, ପ୍ରଥମ ତୁଳସୀ ତନ୍ମୟା ପଟ୍ଟନାୟକ, ଅନୁଗୁଳ, ଦ୍ବିତୀୟ ସ୍ମତିକାନ୍ତ 

ପଡଙ୍ଗୀ, ଭୁବନେଶ୍ବର ଏବଂ ଅମରଜିତ୍ ପାଇକରାଏ ପୁରୀ (ଯୁଗ୍ନ ବିଜେତ) ତୃତୀୟ ସ୍ଥାନ ଅଧୁକାର କରିଛନ୍ତି । ୧୬ ରୁ ୧୮ ବର୍ଷ ବର୍ଗରେ ବୈଭବ ମୋହନ ଦାସ, କଟକ, ମାହେକ ଅଗ୍ରୱାଲ, ଖୋର୍ଦ୍ଧା ଏବଂ ସମ୍ବୁଲ ଫାତେମା, ଅନୁଗୋଳ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧୁକାର କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget