loading...

ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ !!

ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର

ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ !!

ଭୁବନେଶ୍ବର : ୨୩ ଅପ୍ରେଲ- କରୋନା ଭୂତାଣୁ ରୋଗ (କୋଭିତ୍–୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୁଳପତି ଡ.ପଦ୍ମଜା ମିଶ୍ର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆଜି ବିଶ୍ୱ ପୁସ୍ତକ ଦିବସ’ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତାରେ କୋଭିତ-୧୯ ସମୟରେ ନିଃସଙ୍ଗତାର ଅବବୋଧ ଦୂର କରିବା ପାଇଁ ପୁସ୍ତକ ଅଧ୍ୟୟନର ପରିବର୍ତ୍ତନଶୀଳ ଶକ୍ତିକୁ ହୃଦୟଙ୍ଗମ କରିବାକୁ ଆହ୍ବାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁସ୍ତକ ଆମର ଜ୍ଞାନକୁ ପ୍ରଶସ୍ତ କରେ, ମନକୁ କ୍ରିୟାଶୀଳ କରେ, ଆମର କଳ୍ପନା ଶକ୍ତିକୁ ଉଦ୍ଧମୁଖୀ କରେ, ବିଭିନ୍ନ ସଂସ୍କୃତି ଓ ମଣିଷକୁ ବୁଝିବା ପାଇଁ ସାହାଯ୍ୟ କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ ଡାଉନ୍ ସମୟରେ ରାଜ୍ୟର ସାନ ପୁଅଝିଅମାନଙ୍କୁ କେତେକ ସନ୍ଦେଶ ଦେଇଛନ୍ତି । କରୋନାକୁ ମିଳିମିଶି ଲଢ଼ିବା, ସାବଧାନ ରହିବା, ହାତଧୋଇବା, ମନ ଖୁସି ରଖୁବା ଓ ମା’ବାପାଙ୍କୁ ସାହାଯ୍ୟ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ ସପ୍ତାହରେ ନୂଆ କଥାଟିଏ ଶିଝିବା ପାଇଁ ସେ ପିଲାମାନଙ୍କୁ ଉପଦେଶ ଦେଇଛନ୍ତି । ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି') ଶ୍ରୀ ଭି.କେ. ପାଣ୍ଡିଆନ୍ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ଗସ୍ତ କରି କୋଭିତ୍ —୧୯ ହସ୍‌ପିଟାଲ୍‌ଗୁଡ଼ିକର ପ୍ରସ୍ତୁତି ଏବଂ ପରିଚାଳନାର ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନର ଅଧୁକାରୀମାନଙ୍କ ସହ କୃଷି କ୍ଷେତ୍ରର ପୁନପ୍ରସ୍ତୁତି, ଜୀବନଜୀବିକା କାର୍ଯ୍ୟକ୍ରମ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । 

ପଶ୍ଚିମ ଓଡ଼ିଶାରେ କୋ ଭିତ୍ – ୧୯ ଚିକିତ୍ସା ସେବାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ାଠାରେ ୧୦ଟି ଆଇସିୟୁ ଶଯ୍ୟା ସହିତ ୧୧୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ଏବଂ ବେଦାନ୍ତ ଲିମିଟେଡ୍‌ର ଆର୍ଥିକ ସହଯୋଗରେ ଏହି ସ୍ଵତନ୍ତ ହଟାଲ୍ ପ୍ରସ୍ତୁତ ହୋଇଛି । ହାଇଟେକ୍ ମେଡିକାଲ୍ କଲେଜ ଏବଂ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟର ସହାୟତାରେ ଏହା ପରିଚାଳିତ ହେବ । ଏହାକୁ ମିଶାଇ ରାଜ୍ୟରେ ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ ସଂଖ୍ୟା ୩୨ ହେବା ସହ ସମୁଦାୟ ଶଯ୍ୟ ସଂଖ୍ୟା ୫୨୭୬କୁ ବୃଦ୍ଧିପାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ କୋଭିତ୍ —୧୯ ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖୁ ସେସବୁ ଜିଲ୍ଲାକୁ ଯାଇ ପ୍ରତ୍ୟକ୍ଷ ପରିଦର୍ଶନ ଓ କରୋନା ପ୍ରତିରୋଧ ବ୍ୟବସ୍ଥା ପରିଚାଳନାର ସମୀକ୍ଷା କରିବା ନିମନ୍ତେ ରାଜ୍ୟ ସରକାର ୩ ଜଣ ବରିଷ୍ଠ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । କୋଭିଡ୍ – ୧୯ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ବିଭିନ୍ନ ଦୂରଦୂରାନ୍ତ ଗାଁଗୁଡ଼ିକରେ ବ୍ୟାଙ୍କିଙ୍ଗ ସହାୟକମାନେ ପହଞ୍ଚ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ସେମାନଙ୍କ ସହାୟତା ରାଜ୍ୟରେ ଜୀବିକା କାର୍ଯ୍ୟକ୍ରମ ଏବଂ ନିରବଚ୍ଛିନ୍ନ ବ୍ୟାଙ୍କସେବା ପ୍ରଦାନକୁ ସୁଗମ କରିଛି । ରାଜ୍ୟରେ କୋଭିଡ୍ –୧୯ ସ୍ଥିତିକୁ ଦୃଷ୍ଟିରେ ରଖ୍ ଆଜି କୋଭିଡ୍ –୧୯ ସଂପର୍କିତ ଉଚ୍ଚ କ୍ଷମତାସଂପନ୍ନ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଷଷ୍ଠ ବୈଠକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମାନ୍ୟବର ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । 

ଲକ୍ ଡାଉନ୍ ସମୟରେ ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖୁବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଅନ୍ ଲାଇନ୍ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ତୃତୀୟ ସପ୍ତାହରେ ସାରା ରାଜ୍ୟର ୮୦୦ ଆବେଦନ ପ୍ରାପ୍ତ ହୋଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୯୦୦୨ ଆବେଦନ ପ୍ରାପ୍ତ ହେବା । ସହ ପ୍ରତ୍ୟେକ ଗୁରୁବାର ପରି ଆଜି ମଧ୍ୟ ସାପ୍ତାହିକ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୮୬,୦୦୦ ଅତିଥ ଶ୍ରମଜୀବୀଙ୍କୁ ୨୫୮୬ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏହିସବୁ ଅତିଥୁ ଶ୍ରମଜୀବୀ ମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି ସଂ– ୧୮୦୦୩୪୫୬୭୦୩ ଜାରି କରାଯାଇଛି । ଆଜି ରାଜ୍ୟର ୫୫୪୭ ଗ୍ରାମ ପଞ୍ଚାୟତରେ ୩,୫୩,୯୩୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ । ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ ଟି ପୌରାଞ୍ଚଳରେ ୪୧,୩୩୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । 

ରାଜ୍ୟରେ କୋଭିଡ୍ – ୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୨ରୁ ଅପ୍ରେଲ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୮ଟି ମାମଲା ଦାୟର କରାଯାଇଛି । ସେଥିରୁ ୫୦ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥୁବାବେଳେ ୮ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୮୮ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୮୧ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି ।

ସର୍ବଶେଷ ସ୍ଵାସ୍ଥ୍ୟ ସୂଚନା :
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧୫୯୮୪ଟି ନମୁନା କୋଭିଡ଼ –୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୮୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଡାକ୍ତରଖାନାରୁ ଫେରିଛନ୍ତି । ଜଣେ କୋଡ୍ –୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୫ ରହିଛି । ୧୪୬ ଜଣ ହସ୍ପୀଟାଲ୍ ଆଇସୋଲେସନ୍‌ରେ ଅଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget