![]() |
thehindubusinessline |
ଭୁବନେଶ୍ବର : ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ବାରା ଉଚ୍ଚ ପ୍ରାଥମିକ ସ୍ତର ପାଇଁ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ 'ନିଶଙ୍କ'ଙ୍କ ହାରା ଉଚ୍ଚ ପ୍ରାଥମିକ ନିମନ୍ତେ ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଯୋଗୁଁ ଘରେ ରହିଥିବା ପିଲାମାନେ ନିଜର ପିତାମାତା, ଶିକ୍ଷକ ଓ ଅଭିଭାବକମାନଙ୍କ ସହାୟତାରେ କିପରି ନିଜର ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରଖିବେ ତାହାକୁ ଦୃଷ୍ଟିରେ ରଖ୍ ଏହି ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଏହା ପୂର୍ବରୁ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ପାଇଁ ଏଭଳି ଏକ ବିକଳ୍ପ କ୍ୟାଲେଣ୍ଡର ଶ୍ରୀ ନିଶଙ୍କଙ୍କ ହାରା ଏପ୍ରିଲ 16 ତାରିଖରେ ଉନ୍ମୋଚିତ ହୋଇଥିଲା ।
ଆଜି ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ଉକ୍ତ କ୍ୟାଲେଣ୍ଡରରେ ସାମାଜିକ ଗଣ ମାଧମର ବିଭିନ୍ନ ଉପକରଣ (ଟକ୍ସ) ବ୍ୟବହାର କରି ପିଲାମାନଙ୍କୁ କିପରି ଅଧୁକ ଆକର୍ଷଣୀୟ ଓ ଆମୋଦଦାୟକ ଢଂଗରେ ଶିକ୍ଷାଦାନ କରି ହେବ ସେ ବିଷୟରେ ଶିକ୍ଷକମାନଙ୍କ ପାଇଁ ଦିଗଦର୍ଶନ ରହିଛି । ଶିକ୍ଷକଙ୍କ ସମେତ ପିଲାଏ ଓ ସେମାନଙ୍କର ପିତାମାତା ମଧ ଘରେ ବସି ଏହା ମାଧ୍ୟମରେ ଜ୍ଞାନଅର୍ଜନ କରି ପାରିବେ । ଏଥରେ ଟିଭି, ରେଡ଼ିଓ, ଏସଏମଏସ୍, ମୋବାଇଲ ଓ ବିଭିନ୍ନ ସୋସିଆଲ ମିଡ଼ିଆ ସ୍ଥାନ ପାଇଛି । ଶ୍ରୀ ନିଶଙ୍କ କହିଛନ୍ତି ଆମ ସମସ୍ତଙ୍କ ପାଖରେ ଇଂଟରନେଟ ସେବା ନ ଥିବାରୁ ଆମେ ୱାଟ୍ଆପ୍, ଫେସବୁକ, ଟୁଇଟର, ଗୁଗୁଲ ଆଦିର ବ୍ୟବହାର ସୁବିଧା ପାଉନଥିଲେ ମଧ୍ୟ ଏହି କ୍ୟାଲେଣ୍ଡର ମାଧ୍ୟମରେ ଶିକ୍ଷକମାନେ ଏସଏମଏସ ଓ ଭଏସ୍ କଲ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ଦିଗ୍ ଦର୍ଶନ ଦେଇପାରିବେ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବ୍ ଶୀଘ୍ର ଦଶମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ବିକଳ୍ପ କ୍ୟାଲେଣ୍ଡର ପ୍ରବର୍ତ୍ତନ କରାଯିବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅଡିଓବୁକ, ରେଡିଓ ପ୍ରୋଗ୍ରାମ ଓ ଭିଡିଓ ପ୍ରୋଗ୍ରାମର ସୁବିଧା କରାଯିବା ଘେନି ସେ ସୂଚନା ଦେଇଛନ୍ତି । ଉନ୍ମୋଚିତ ଏହି ବିକଳ୍ପ କ୍ୟାଲେଣ୍ଡରରେ ସପ୍ତାହକର ପାଠ୍ୟ ଯୋଜନା ରହିଛି । ଏଥିରେ ବହୁ ଆମୋଦଦାୟୀ ଓ ଆହ୍ବାନମୂଳକ କାର୍ଯ୍ୟ ସ୍ଥାନ ପାଇଛି । ପଢା ବହିର ଧୂମ୍ ଚାପ୍ଟର ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ଯାହା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ, ଏହାଛଡ଼ା ପାଠ୍ୟକ୍ରମ ଓ ପଢା ବହି ବାହାରୁ ଅନେକ ବିଷୟ ଏଥିରେ ସ୍ଥାନ ପାଇଛି । କଳାଶିକ୍ଷା, ଶାରୀରିକ ବ୍ୟାୟମ, ଯୋଗ, ପ୍ରାକ୍ ଧନ୍ଦାମୂଳକ ଦକ୍ଷତା ଆଦି ବିଷୟ ଏରେ ରହିଛି । ଏଥିରେ ହିନ୍ଦି, ସଂସ୍କୃତ, ଇଂରାଜୀ ଓ ଉଦ୍ଧି ଏପରି ଚାରୋଟି ଭାଷାର ବିଷୟ ରହିଛି । ଏହାଛଡ଼ା ଆଂଚଳିକ ବା ଅନ୍ୟ ପ୍ରବେଶିକା ଭାଷାର ପାଠପଢ଼ାର ସୁବିଧା ଅଛି । ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକଙ୍କ ଚାପମୁକ୍ତ କରିବା ପାଇଁ ଏହି କ୍ୟାଲେଣ୍ଡରର ପାଠ୍ୟକ୍ରମ ଓ କାର୍ଯ୍ୟାବଳୀ ତିଆରି କରାଯାଇଛି । ପ୍ରତ୍ୟେକ ଚାପ୍ଟର ପାଇଁ ଇ ଲିଙ୍କ ବାବେଳେ ଇ-କନେଟେଟ ରହିଛି ।
ସେସବୁ ଭାରତ ସରକାରଙ୍କ ଇ-ପାଠଶାଳା, ଏଆରଓଇଆର ଓ ଦୀକ୍ଷା ଚ୍ୟାଲେନରେ ଉପଲବ୍ଧ । କ୍ୟାଲେଣ୍ଡରର ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତାବନା ମୂଳକ ଓ ଏହାର କ୍ରମ ବାଧ୍ୟତାମୂଳକ ନୁହେଁ, ଯାହାକୁ ଯେଉଁ ବିଷୟ ଭଳ ଲାଗିବ ସେ ତାହା ପଢି ପାରିବ ବା ଦେଖୁପାରିବ । ସ୍ଵୟଂପ୍ରଭା (କିଶୋରମଂଚ) ଟିଭି ଚ୍ୟାନେଲରେ ଇତି ମଧ୍ୟରେ ଏନସିଇଆରଟି କର୍ତ୍ତୁପକ୍ଷ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକଙ୍କ ସହ ଏକ ଇଂଟର ଆକ୍ଟିଭ ସେସନ ଆୟୋଜନ କରିସାରିଛି । ବିଭିନ୍ନ ସରକାରୀ ଶୈକ୍ଷିକ ସଂଗଠନ ଓ ସ୍କୁଲଗୁଡିକୁ ଭିଡିଓ କନଫରେନ୍ସି ବ୍ୟବସ୍ଥା ମାଧ୍ୟମରେ ଏରେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ସଂକ୍ରମଣ ଜନିତ ସ୍ଥିତିରେ ପିଲାମାନେ କିପରି ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରି ନିଜକୁ ପରିସ୍ଥିତି ସହ ଖାପ ଖୁଆଇବେ ତାହା ଏହି କ୍ୟାଲେଣ୍ଡରର ଉଦ୍ଦେଶ୍ୟ ।
Post a Comment