loading...

ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖୁକୁ ରାଜ୍ୟ ସରକାରଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ।

ସ୍ବାସ୍ଥ୍ୟ ପ୍ରୋଟୋକଲ ରକ୍ଷାକରି ଲକଡାଉନ କାଳରେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖୁକୁ ରାଜ୍ୟ ସରକାରଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ।

ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖୁକୁ ରାଜ୍ୟ ସରକାରଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ।
google

ନୁଆଦିଲ୍ଲୀ : ସ୍ବାସ୍ଥ୍ୟ ପ୍ରୋଟୋକଲ ରକ୍ଷାକରି ଲକଡାଉନ କାଳରେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରଖୁକୁ ରାଜ୍ୟ ସରକାରଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ପରାମର୍ଶ । ଦେଶବ୍ୟାପୀ କୋଭିଡ-19 ଯୋଗୁଁ ଲକଡାଉନ ଚାଲିଥିବା ସତ୍ତ୍ୱେ ପୌରାଞ୍ଚଳ ବାହାରେ ଶକ୍ତି ପ୍ରକଳ୍ପଗୁଡିକ ଚାଲୁ ରଖୁବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ପରାମର୍ଶ ଦେଇଛି । 

ତେବେ ଗତ 15 ତାରିଖ ଦିନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି ନିୟମଗୁଡିକୁ ପାଳନ କରିବାକୁ ହେବ । କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ପ୍ରୋଟୋକଲଗୁଡିକୁ ପାଳନ କରାଯାଇ ଏଥ୍ୟପାଇଁ ଅନୁମତି ଦିଆଯାଇପାରିବ । କେନ୍ଦ୍ର ସରକାର ଗତ 20 ତାରିଖ ଦିନ ଜାରି କରିଥିବା ପତ୍ର ଅନୁସାରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନୁଚ୍ଛେଦ 16(i)ର ମାର୍ଗଦର୍ଶିକା ତଥା ମନ୍ତ୍ରଣାଳୟ ଆଦେଶ ସଂଖ୍ୟା 40-3/2020 DM-1(A), ତା- 15.04.2020 ଅନୁସାରେ 20 ତାରିଖରୁ ପୌରପାଳିକା ଅଞ୍ଚଳ ବାହାରେ ସମସ୍ତ ପ୍ରକାର ଶିଳ୍ପ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇ ପାରିବ । ଏଗୁଡିକ ତାପଜ ଓ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଲାଗୁ ହେବ । ତେବେ ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବାହାରେ ଥୁବା ଆବଶ୍ୟକ । ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ନିର୍ମାଣ ସାମଗ୍ରୀ, ଉପକରଣ, ଯନ୍ତ୍ରୀଶ ଇତ୍ୟାଦି ମନ୍ତ୍ରଣାଳୟର ଆଦେଶ ସଂଖ୍ୟା 40-3/2020-DM-1(A), ତା- 15.04.2020 ଅନୁସାରେ ପରିବହନ ପାଇଁ ଅନୁମତି ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରାଯାଇଛି । 

ତେବେ କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖ୍ ସ୍ୱରାଷ୍ଟ୍ର ବ୍ୟାପାର ଏବଂ ସ୍ବାସ୍ଥ୍ୟ ଓ ପରିବାର । କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ସାମାଜିକ ଦୂରତ୍ବ ଭଳି ମାର୍ଗଦର୍ଶିକାକୁ ପ୍ରକଳ୍ପ ସ୍ଥାନରେ ଅନୁସରଣ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସମସ୍ତ କେନ୍ଦ୍ରୀୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକଳାପରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି । ସେହିଭଳି ମନ୍ତ୍ରଣାଳୟ ରାଜ୍ୟ ମଧ୍ୟରେ ଥିବା ବିଭନ୍ନ ସ୍ଵାଧୀନ ଓ ସରକାରୀ ଶକ୍ତି ଉତ୍ପାଦନକାରୀ ପ୍ରକଳ୍ପଗୁଡ଼ିକ ଯେପରି ଏହି ନିୟମାବଳୀ ଅନୁସରଣ କରନ୍ତି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବମାନଙ୍କୁ ଆରାମର୍ଶ ଦେଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget