loading...

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି !!

ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ 33 କୋଟିରୁ ଅଧୁକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (2020 ଏପ୍ରିଲ 22) 31,235 କୋଟି ଟଙ୍କା ।

 ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି !!

• 33 କୋଟିରୁ ଅଧୁକ ଗରିବ ଲୋକଙ୍କୁ 31,235 କୋଟି ଟଙ୍କାର ଆର୍ଥିକ ସହାୟତା !!
• 20.05 କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ 10,025 କୋଟି ଟଙ୍କା ବଣ୍ଟାଯାଇଛି !!
• 2.82 କୋଟିରୁ ଅଧୁକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି 1405 କୋଟି ଟଙ୍କା !!
• ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ ୫ କୋଟି ଚାଷୀଙ୍କୁ ମିଳିଛି 16,146 କୋଟି ଟଙ୍କାର ସହାୟତା !!
• ଇପିଏଫ ବାବଦରେ 68,775 ସଂସ୍ଥାକୁ ପ୍ରଦାନ କରଯାଇଛି 162 କୋଟି ଟଙ୍କା, ଉପକୃତ ହୋଇଛନ୍ତି 10.6 ଲକ୍ଷ କର୍ମଚାରୀ !!
• 2.17 କୋଟି କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ପାଇଛନ୍ତି 3497 କୋଟି ଟଙ୍କାର ସହାୟତା !!
• 37.27 କୋଟି ହିତାଧୁକାରୀଙ୍କୁ ଦିଆଯାଇଛି ମାଗଣାରେ ରାସନ ବାବଦ ଖାଦ୍ୟସଶ୍ୟ !!
• ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1,09,227 ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ 2.66 କୋଟି ହିତାଧୁକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର!!

ନୁଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ 33 କୋଟିରୁ ଅଧୁକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (2020 ଏପ୍ରିଲ 22) 31,235 କୋଟି ଟଙ୍କା । ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ 26ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖୁବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି । 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ବରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ଵରିତ ଓ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖୁଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖୁଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି। ହିତାଧୂରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥୁପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ 22 ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଭଳ୍ପଳା ଯୋଜନାରେ 2.66 କୋଟି ଗ୍ୟାସ ସିଲିଣ୍ଡର ହିତାଧୁକାରରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟକେନ୍ଦ୍ରଶାସିତ ଅଞ୍ଚଳକୁ 1,୦9,277 ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଲୋକଙ୍କୁ କକଡାଉନ ପ୍ରଭାବରୁ ସୁରକ୍ଷିତ ରଖୁବା ଉଦ୍ଦେଶ୍ୟରେ 39.27 କୋଟି ହିତାଧୁକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି । ଏପ୍ରିଲ 1, 2020 ଠାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକରେ ବୃଦ୍ଧି କରାଯାଇଛି । 1.27 କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ 73୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପିଏମ-କିଷାନ ଯୋଜନା ଅନ୍ତର୍ଗତ 16,146 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ସମସ୍ତ 8 କୋଟି ଚିହ୍ନିତ ହିତାଧୁକାରୀ ନିଜ ବ୍ୟାଙ୍କ ଖାତରେ 20୦୦ ଟଙ୍କା ଲେଖାଏଁ ପାଇଛନ୍ତି । 20,05 କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ 5୦୦ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି । 22 ଏପ୍ରିଲ 202୦ ସୁଦ୍ଧା ଏ ବାବଦକୁ ମୋଟ 10,025 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନରେ ପ୍ରାୟ 2.82 କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ 1405 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧୁକାରୀଙ୍କୁ ପ୍ରଥମ କିସ୍ତି ଭାବେ 5୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆର ମାସକୁ ଦ୍ବିତୀୟ କିସ୍ତିରେ ଆଉ ୬୦୦ ଟଙ୍କା ପ୍ରଦାନ କରାଯିବ । 217 କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ 3497 କୋଟି ଟଙ୍କାର ସହାୟତା ଦିଆଯାଇଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget