ଭୂବନେଶ୍ୱର, ତା ୨୫ ୦୪ : ଲଡାଜନ୍ ଅବଧୂ ସରିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକମାନେ ରାଜ୍ୟକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଭଦ୍ଦିଷ୍ଟ ପୋର୍ଟାଲରେ ପଞ୍ଜିକରଣ କରିବାକୁ ଟ୍ରିଟ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି ।
ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଲଡାଉନ୍ ଅବଧୂ ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବେ । କରନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଞ୍ଜିକରଣର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଓଡ଼ିଆ ଭାଇ ଭଉଣୀ ମାନେ ଆମ ରାଜ୍ୟ ଓଡିଶାକୁ ଫେରିବା ପୂର୍ବରୁ ନିଜ ତରଫରୁ ଏଥ୍ୟପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ନିଜର ନାମ ଠିକଣା ପଞ୍ଜିକୃତ କରନ୍ତୁ । ନିଜ ପରିବାର ସ୍ୱଜନମାନଙ୍କ ଦ୍ବାରା ମଧ୍ୟ ନିଜ ଗାଁ ଓ ପଂଚାୟତରେ ମଧ୍ୟ ପଞ୍ଜିକରଣ ବ୍ୟବସ୍ଥାର ସୁବିଧା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । କରୋନା ମହାମାରୀର ସଫଳ ମୁକାବିଲା ପାଇଁ ସାମାଜିକ ଦୂରତ୍ବ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରୀ । ତେଣୁ ଆପଣଙ୍କ ପଞ୍ଜିକରଣ ଏକାନ୍ତ ଜରୁରୀ । ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧରେ ଲଢ଼ି ବିଜୟୀ ହେବା ବୋଲି ଶ୍ରୀ ମହାନ୍ତି ଟୁଇଟ୍ କରିଛନ୍ତି ।
Post a Comment