loading...

କରୋନା ମୁକାବିଲା ସକାଶେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ପ୍ରକାରର ସେବା ଜନସାଧାରଣଙ୍କୁ ଉପଲବ୍ଧ କରିବା ପାଇଁ ଭୁବନେଶ୍ବର ଜିଲ୍ଲା ୱାର୍ଡ କମିଟି ଗଠନ ।

କରୋନା ମୁକାବିଲା ସକାଶେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ପ୍ରକାରର ସେବା ଜନସାଧାରଣଙ୍କୁ ଉପଲବ୍ଧ କରିବା ପାଇଁ ଭୁବନେଶ୍ବର ଜିଲ୍ଲା ୱାର୍ଡ କମିଟି ଗଠନ ।
google

ଭୁବନେଶ୍ୱର, ତା.୨୫ ୦୪ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଉପଲ ଛୁ ସମସ୍ତ ସେବାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଆଗାମୀ ଦିନରେ ଏହି କମିଟି ସେତୁ ଭଳି କାର୍ଯ୍ୟ କରିବ ।  ବୈଶ୍ବିକ ମହାମାରୀ କରୋନା ଭୁତାଣୁ କାରଣରୁ ସମଗ୍ର ବିଶ୍ବ ଆଜି ସଂକଟ ସମୟ ଦେଇ ଗତି କରୁଛି । ଭାରତବର୍ଷରେ ଏହି କରୋନା ବିରୁଦ୍ଧ ଯୁଦ୍ଧର ନେତୃତ୍ବ ନେଉଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । 

କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖିଜନ, ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ଖାଦ୍ୟା, ଫେସ କଭର୍ ବଂଟନ କରିବେ । ଏଣୁ ସହ ସାଧାରଣ ଜନତାଙ୍କୁ ଆରୋଗ୍ୟ ସେତୁ ଆପୁର ଭପକାରିତା ଓ ବ୍ୟବହାର ସଂପର୍କରେ ଅବଗତ କରାଇବେ । ସେହିପରି ଏହି ଯୁଦ୍ଧ ପାଇଁ ବହୁ ପରିମାଣରେ ଅର୍ଥର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାର ପୁରଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇ ଗଠିତ ହୋଇଥୁବା ପିଏମ କେୟାର ଫଣ୍ଡକୁ ଅର୍ଥ ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ଏବଂ ସମସ୍ତ କାର୍ଯ୍ୟକୁ ସଫଳ ଭାବେ ସଂପାଦନା କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଛନ୍ତି । 

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୂବନେଶ୍ୱର ମହାନଗର ନିଗମ ଅଧୁନସ୍ଥ ୬୭ଟି ପ୍ରାର୍ଡ ଏବଂ ୧୧ଟି ପଂଚାୟତରେ ବସବାସ କରୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ପ୍ରକାରର ସେବା ଉପଲବ୍ଧ କରିବା ପାଇଁ ୱାର୍ଡ କମିଟି ଗଠନ କରାଯାଇଛି । ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଆ, ଉତର ନିର୍ବାଚନ ମଣ୍ଡଳୀ ନେତା ଦିଲୀପ ମହାନ୍ତି, ମଧ୍ୟ ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀ ନେତା ବାବୁ ସିଂହ, ଭୂବନେଶ୍ବର ସାଂଗଠନିକ ଜିଲ୍ଲା ଅଧୁନସ୍ଥ ୧ ୨ ଟି ମଣ୍ଡଳର ସଭାପତିଙ୍କ ସୁପାରିଶକ୍ରମେ ଏହି କମିଟି ଗଠନ କରାଯାଇଅଛି । ଏହି କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଉପଲବ୍ଧ ସମସ୍ତ ସେବାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଆଗାମୀ ଦିନରେ ସେତୁ ଭଳି କାର୍ଯ୍ୟ କରିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଝୁଟିଆ ଜଣାଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget