ଭୁବନେଶ୍ୱର, ତା ୨୬/୦୪ : ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କ ପିନ୍ଧି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅକ୍ଷୀମୁଠି ଅନୁକୂଳ କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଓଡିଶାର ପାରମ୍ପାରିକ କୃଷିଭିତିକ ପର୍ବ ଏବଂ କୃଷକର ଆଦ୍ୟ ଅନୁକୁଳ ପର୍ବ ଭାବେ ପରିଚିତ ।
କୃଷକ ନିଜ ପରିବାର ସହ ବର୍ଷ ତମାମ୍ ନିଜ ତୁଣ୍ଡ ଝାଳ ମୁଣ୍ଡରେ ମାରି ଲହୁଲୁହାଣ ହୋଇ ବର୍ଷା ଓ ଖରାକୁ ଖାତିର ନକରି ଖାଦ୍ୟ ଶସ୍ୟ ସଂଗ୍ରହ ପାଇଁ ମାଟି ସହିତ ମାଟି ହୋଇ ଲାଗିଥାଏ । ଆଜିର ପବିତ୍ର ତିଥୀ ପ୍ରତ୍ୟେକ ଚାଷୀ ପରିବାର ପାଇଁ ଆନନ୍ଦ ଓ ଉଲ୍ଲାସର ଦିନ । ଆଜିର ଦିନରେ ଯେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକାଠର ଅନୁକୂଳ କରାଯାଏ ଏବଂ ପୁରପଲ୍ଲୀରେ ବିଭିନ୍ନ ଶୁଭ ଅନୁକୂଳ କାର୍ଯ୍ୟ କରାଯାଏ, ସେତିକିବେଳେ କୃଷକଟିଏ ନିଜ କ୍ଷେତରେ ଅକ୍ଷୀମୁଠି ଅନୂକୁଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥାଏ । ଏହି ଦିନ ସକାଳୁ ସକାଳୁ ଚାଷୀ ପରିବାରରେ ଲିପା ପୋଛା ହୋଇ ଝୋଟି ମୁରୁକରେ ଘର ସଜା ଯିବା ସହ ବଳଦ, ଲଙ୍ଗଳ, ଧାନଗଉଣୀ ଇତ୍ୟାଦିରେ ମଧ୍ୟ ଚିତା ପଡ଼ିଥାଏ । କୃଷକ ଶଂଖନାଦ ସହିତ ଅନୁକୂଳ ବୋଝ ମୁଣ୍ଡରେ ଧରି ନବବସ୍ତ୍ର ପରିଧାନ କରି ନିଜ କ୍ଷେତରେ ଅଖୀମୁଠି ଅନୁକୂଳ କରିଥାଏ ।
ସଂପ୍ରତି କରୋନା ଭୂତାଣୁ ପ୍ରଭାବରେ ରାଜ୍ୟରେ ଲଢ଼ାଉନ୍ କଟକଣା ଲାଗୁ ହୋଇଥିବା ସନ୍ଦେ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ମୁହଁରେ ମାସ୍କ ପିନ୍ଧି ଅକ୍ଷୀମୁଠି ଅନୁକୂଳ କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ମହେଶ୍ୱର ସାହୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅନ୍ତର୍ଗତ ପଦ୍ମପୁରଠାରେ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ସେହିପରି ମୋର୍ଚ୍ଚାର ରାଜ୍ୟଉପସଭାପତି ଶ୍ରୀରଂଜନ ମଙ୍ଗରାଜ ଖୋର୍ଦା ବ୍ଲକ ଗୋଳବାଇ ଶାସନରେ, ଶ୍ରୀ ପ୍ରଦୀପ୍ତ ସାହୁ ଇଂଜନଗରର ହରିଗଡରେ, ଶଙ୍କର୍ଷଣ ଜେନା ଭଦ୍ରକ ଜିଲ୍ଲା ଖଳାଗଡ଼ିଆଠାରେ, ରାଜ୍ୟ ସଂଯୋଜକ କ୍ଷୀରୋଦ ସ୍ବାଇଁ ଓ ଜିଲ୍ଲା ସଭାପତି କିଶୋର ମହାନ୍ତି କଟକ ସଦରରେ, ନୟାଗଡ ଜିଲ୍ଲା କୋମଣ୍ଡଠାରେ ମୋର୍ଚ୍ଚାର ଜିଲ୍ଲା ସଭାପତି ଶ୍ରୀନିବାସ ପ୍ରଧାନ, ପୁରୀର ପିପିଲିଠାରେ ମୋର୍ଟାର ଜିଲ୍ଲା ସଭାପତି ଅଜୟ ପ୍ରଧାନ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମୋର୍ଟାର ଜିଲ୍ଲା ସଭାପତି ପ୍ରଶାନ୍ତ ପାଲଙ୍କ ସମେତ ସମସ୍ତ ଜିଲ୍ଲାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ କ୍ଷେତରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଜଣାଇଛନ୍ତି ।
Post a Comment