loading...

ଓଡିଆ ସମାଜର ୩୦୦ରୁ ଉଦ୍ଧି ପ୍ରତିନିଧି ମାନଙ୍କ ଭିଡିଓ କନଫରେନ୍‌ରେ କଥା ହେଲେ କେନ୍ଦ୍ରମନ୍ତ୍ରୀ।

ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ବ ନେଉ ଓଡିଆ ସମାଜ ।

ଓଡିଆ ସମାଜର ୩୦୦ରୁ ଉଦ୍ଧି ପ୍ରତିନିଧି ମାନଙ୍କ ଭିଡିଓ କନଫରେନ୍‌ରେ କଥା ହେଲେ କେନ୍ଦ୍ରମନ୍ତ୍ରୀ।

ନୂଆଦିଲ୍ଲୀ/ ଭୁବନେଶ୍ବର, ଏପ୍ରିଲ ୨୬ – ଓଡିଆ ସମାଜର ୩୦୦ରୁ ଉଦ୍ଧି ପ୍ରତିନିଧି ମାନଙ୍କ ଭିଡିଓ କନଫରେନ୍‌ରେ କଥା ହେଲେ କେନ୍ଦ୍ରମନ୍ତ୍ରୀ। ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ବ ନେଉ ଓଡିଆ ସମାଜ । ବର୍ତମାନ ଲକ୍ ଡାଉନ୍ ସମୟରେ ଓଡିଆ ସମାଜ ପ୍ରବାସୀ ଓଡିଆଙ୍କ ପକରଣ, ସୁରକ୍ଷା ତଥା ସଚେତନତା କରିବାର ଦାୟିତ୍ବ ନେଉ ବୋଲି ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ଯୋଗେ ଦେଶ ବିଦେଶରେ ରହିଥିବା ବିଭିନ୍ନ ଓଡିଆ ସମାଜର ପ୍ରାୟ ୩୦୦ରୁ ଅଧିକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ଅବସରରେ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଲକ୍ ଡାଉନ ପରେ ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ମଧ୍ୟ ଜାରୀ ରହିଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଏହି ଆଲୋଚନାରେ ଦେଶର ବିଭିନ୍ନ ସ୍ଥାନ ଯଥା ବାଙ୍ଗାଲୋର, ମୁମ୍ବାଇ, ଅହମଦବାଦ, ଦିଲ୍ଲୀ, ପୁନେ ସମେତ ବିଦେଶରେ ରହୁଥିବା ଓଡିଆ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ଲକ୍ ଡାଉନ ପରେ ବାହାର ରାଜ୍ୟର ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲରେ ପଞ୍ଜିକରଣର ବ୍ୟବସ୍ଥା କରିଛନ୍ତି । ତେଣୁ ଲକ୍ ଡାଉନ ପରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ପଞ୍ଜିକରଣ ନିମନ୍ତେ ସଚେତନତା କରିବା ଦିଗରେ ଓଡିଆ ସମାଜ କାମ କରୁ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ରାଜ୍ୟ ସରକାର ଦୃଢତାର ସହ ଏହାକୁ ମୁକାବିଲା କରୁଛନ୍ତି । ଜଣେ ବି ଗରିବ ଲୋକ ଭୋକରେ ନରହୁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକାନ୍ତ ଇଚ୍ଛା ଏହି ପରିପ୍ରେକ୍ଷୀରେ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରିବାରେ ଓଡିଆ ସମାଜ ମଧ୍ୟ ଏହାର ଦାୟିତ୍ବ ନେଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଅଭିନବ ପଦକ୍ଷେପ ପ୍ରଶଂସନୀୟ । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରରେ କରୋନା ମୃତ୍ୟଙ୍କ ସଂଖ୍ୟା ଅଧିକ ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ଫଳରେ ଭାରତରେ କରୋନାର ପ୍ରଭାବ ହ୍ରାସ ପାଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ କରୋନା ମହାମାରୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ମଧ୍ୟ ରହିବ । ତେବେ ସମସ୍ତଙ୍କ ସହଯୋଗରେ ହିଁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାର ଆବଶ୍ୟକତା ରହିଛି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget