loading...

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଓ ଲରି ଚାଳକମାନଙ୍କ ପାଇଁ କରଣୀୟ ଓ ବର୍ଜନୀୟ କାର୍ଯ୍ୟ ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଓ ଲରି ଚାଳକମାନଙ୍କ ପାଇଁ କରଣୀୟ ଓ ବର୍ଜନୀୟ କାର୍ଯ୍ୟ ବିଷୟରେ ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କଲା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ।

 ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଓ ଲରି ଚାଳକମାନଙ୍କ ପାଇଁ କରଣୀୟ ଓ ବର୍ଜନୀୟ କାର୍ଯ୍ୟ ।

ନୁଆଦିଲ୍ଲୀ : ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଓ ଲରି ଚାଳକମାନଙ୍କ ପାଇଁ କରଣୀୟ ଓ ବର୍ଜନୀୟ କାର୍ଯ୍ୟ । ବିଷୟରେ ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କଲା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ । ଲଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ପରିବହନ କରୁଥୁବା ଟ୍ରକ ଓ ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। 

ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି । କାରଣ କୋଭିଡ଼-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧୁ ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି। ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ଓ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି: 

• ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା । 
• ଟ୍ରକ/ଲର ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଜାରି ରଖୁଛନ୍ତି। 
• ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ସୁରକ୍ଷା ନିୟମ ପାଳନ କରନ୍ତୁ। 

କ'ଣ କରିବେ : 
• ନିଜକୁ ପରିଷ୍କାର ରଖନ୍ତୁ । 
• ଯେତେବେଳେ ସୁଯୋଗ ମିଳୁଛି, ସାବୁନ ଓ ପାଣିରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୂଅନ୍ତୁ ଗାଡ଼ି ଚଳାଇବା ସମୟରେ/ ଗାଡ଼ିରୁ ବାହାରିବା ସମୟରେ ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ । 
• ମାସ୍କ ବ୍ୟବହାର କରିସାରିବା ପରେ ତା’କୁ ସାବୁନ ଓ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ । 
• ନିଜ ଗାଡ଼ିରେ ସବୁବେଳେ ସାନିଟାଇଜର ରଖନ୍ତୁ । 
• ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରକୁ ଆସିବା ସମୟରେ 70 ପ୍ରତିଶତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ । • ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗାଡ଼ିରେ ନିଜ ସହିତ ସହାୟକ ଓ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କାହାକୁ ନେଇ ଯାତ୍ରା କରନ୍ତୁ ନାହିଁ । 
• ପରସ୍ପର ଠାରୁ ଉଚିତ ଦୂରତ୍ନ ରକ୍ଷା କରନ୍ତୁ। 
• ଚେକ ପୋଷ୍ଟ/ଲୋନଂ-ଅନଲୋମିଂ ପଏଣ୍ଟ ଢାବା ଆଦି ସ୍ଥାନରେ ଅନ୍ୟ ଲୋକମାନଙ୍କ ନିକଟତର ହୁଅନ୍ତୁ ନାହିଁ । 
• ନିଜ ଗାଡ଼ିକୁ ସବୁଦିନ ସାନିଟାଇଜ କରନ୍ତୁ । 

କ'ଣ କରିବେ ନାହିଁ :
• ଚିରା/ପୁରୁଣା ଏବଂ ଅନ୍ୟ କାହାର ମାସ୍କ ବ୍ୟବହାର କରନ୍ତୁ ନାହିଁ । 
• ନିଜ ଗାଡ଼ିରେ ଜଣଙ୍କ ଠାରୁ ଅଧିକ ସହାୟକଙ୍କୁ ବସାଇବାର ଅନୁମତି ଦିଅନ୍ତୁ ନାହିଁ । 
• ଅଧୁକ ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ । 
• ନିଜର ପରିଚ୍ଛନ୍ନତାକୁ ଅଣଦେଖା କରନ୍ତୁ ନାହିଁ ଆସନ୍ତୁ, ଆମେ ସମସ୍ତେ ପରସ୍ପରର ଯତ୍ନ ନେବା ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget