ନୁଆଦିଲ୍ଲୀ : ସିଙ୍ଗଲ ଓ ମଲିବ୍ରାଣ୍ଡ ମଲ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କୋହଳ ହେବନାହିଁ। ଲକଡାଉନ ଜାରି ସତ୍ତ୍ୱେ କେନ୍ଦ୍ର ସରକାର ପଞ୍ଜୀକୃତ କେତେକ ପ୍ରକାର ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଶନିବାରଠାରୁ କେତେକ କୋହଳ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ନିର୍ଦ୍ଦେଶ ଅନୁସାରେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ ଅନୁସାରେ ପଞ୍ଜୀକୃତ ସମସ୍ତ ପ୍ରତିଷ୍ଠାନ ଏଣିକି କେତେକ ନିର୍ଦ୍ଦିଷ୍ଟ ସର୍ଭରେ ଖୋଲିବ । ଏହି ସବୁ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ସର୍ବୋଚ୍ଚ 50 ଭାଗ କର୍ମଚାରୀ କାମରେ ଯୋଗ ଦେଇପାରିବେ ଏବଂ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତ୍ବ ରକ୍ଷା କରିବେ । ସିଙ୍ଗଲ ଓ ମଲିବ୍ରାଣ୍ଡ ମଲ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ଖୋଲାଯାଇପାରିବ । ପୌରାଞ୍ଚଳ ବାହାରେ ଥିବା ମାର୍କେଟ କମ୍ପିକ୍ସ ଦୋକାନଗୁଡିକୁ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ସେଠାକାର ଦୋକାନୀ ଓ କର୍ମଚାରୀ ମଧ୍ୟ ସର୍ତ ଓ ନିୟମ ପାଳନ କରିବାକୁ ବାଧ । ସେହିଭଳି ଆବାସିକ ଭବନକମ୍ପିକ୍ସ ପରିସରରେ ଥିବା ଦୋକାନଗୁଡିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଏହି କୋହଳ ଆଦେଶ କରୋନା ହଟସ୍ପଟ ଓ କଣ୍ଟେନମେଣ୍ଟ ଅଞ୍ଚଳରେ ଲାଗୁହେବ ନାହିଁ ।
ସେସବୁ ସ୍ଥାନରେ ଅଧାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏଠାରେ ସୂଚନାଯୋଗ୍ୟ ଯେ ଚଳିମ ମାସ 15 ତାରିଖରେ କେନ୍ଦ୍ର ସରକାର କେତେକ କ୍ଷେତ୍ରକୁ ଲକଡାଉନ କଟକଣାରୁ ମୁକ୍ତ କରିଥିଲେ । ଏବେ ଏହି କୋହଳ ପଦକ୍ଷେପ ପରିସରକୁ ବଢ଼ାଇ ଦିଆଯାଇଛି ।
Post a Comment