![]() |
ନୁଆଦିଲ୍ଲୀ : ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧୂର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧୃତ ନିର୍ଦ୍ଦେଶାବଳୀ ଜାରି କରିଛି । https://pib.gov.in/PressReleaselframePage.aspx?PRID=1618049 ଏହି ଆଦେଶ ସୂଚିତ କରେକି: ଗ୍ରାମାଞ୍ଚଳରେ, ସପିଂ ମଲ ବ୍ୟତୀତ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।
ସହରାଞ୍ଚଳରେ, ସମସ୍ତ ଏକାକୀସ୍ଥିତ ଦୋକାନ, ପଡ଼ୋଶୀ ଏବଂ ଆବାସିକ କମ୍ପିକ୍ସ ଗୁଡିକର ନିକଟରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବଜାର ମାର୍କେଟ କମ୍ପିକ୍ସ ଏବଂ ସପିଂ ମଲ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ନାହିଁ । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଇ-କମର୍ସ କମ୍ପାନୀଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ଦିଆଯିବ । ଏହା ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, COVID-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଥୁବା ମଦ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରୟ ନିଷେଧରହିବ । ଏକୀକୃତ ସଂଶୋଧୂତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ଭଳି, ରାଜ୍ୟ/କେନ୍ଦ୍ରଶାସିତ ଗୁଡିକର ସମ୍ପୃକ୍ତ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଅବରୋଧ କ୍ଷେତ୍ର ଭାବେ ଘୋଷିତ ଅଞ୍ଚଳରେ ଥୁବା ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।
Post a Comment