loading...

କୋଭିଡ-19 ପରିଚାଳନା ଓ ସାମ୍ପ୍ରତିକ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ସମୀକ୍ଷା । କୋଭିଡ-19ର ମୁକାବିଲାରେ ସମନ୍ବିତ କାର୍ଯ୍ୟକୁ ହର୍ଷବର୍ଦ୍ଧନଙ୍କ ପ୍ରଶଂସା ।

କୋଭିଡ-19 ପରିଚାଳନା ଓ ସାମ୍ପ୍ରତିକ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ସମୀକ୍ଷା ।

କୋଭିଡ-19 ପରିଚାଳନା ଓ ସାମ୍ପ୍ରତିକ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ସମୀକ୍ଷା । କୋଭିଡ-19ର ମୁକାବିଲାରେ ସମନ୍ବିତ କାର୍ଯ୍ୟକୁ ହର୍ଷବର୍ଦ୍ଧନଙ୍କ ପ୍ରଶଂସା ।

ନୁଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-19 ସଂକ୍ରାନ୍ତ ତ୍ରୟୋଦଶ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀର ନିର୍ମାଣଭବନଠାରେ ଅନୁଷ୍ଠିତ ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର,ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅମିତାଭ କାନ୍ତ, କ୍ଷମତାପ୍ରାପ୍ତ ଗୁପ-6 ଅକ୍ଷ ସ କେ ମିଶ୍ର, କ୍ଷମତାପ୍ରାପ୍ତ ଗୁପ-2 ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା, କ୍ଷମତାପ୍ରାପ୍ତ ଗୁପ-4ର ପି ଡି ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ । 

କୋଭିଡ଼-19ର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ କୋଭିଡ ମହାମାରୀର ପ୍ରଶମନ ଦିଗରେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ ମନ୍ତ୍ରୀମଣ୍ଡଳୀୟ ସଦସ୍ୟମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଯେ କୋଭିଡ-19ର ପ୍ରତିକାର ଲାଗି ସମସ୍ତ ଜିଲ୍ଲାଗୁଡିକୁ ନିଜର ଜରୁରୀ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାକୁ କୁହାଯାଇଛି । ବିଭିନ୍ନ ରାଜ୍ୟରେ ଥିବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲଗୁଡିକର ବିବରଣୀ, ସେଥିରେ ଥିବା ଏକାନ୍ତବାସ ଶଯ୍ୟ, ପ୍ରକୋଷ୍ଠ, ଜରୁରୀ ସୁରକ୍ଷା ଉପକରଣ, ଏନ-95 ମାସ୍କ, ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର, ଔଷଧ ପତ୍ର ଇତ୍ୟାଦି ନେଇ ବିସ୍ତୃତ ଆଲୋଚନା ହୋଇ ଏସବୁ ଜିନିଷ ପତ୍ର ଯଥେଷ୍ଟ ମହଜୁଦ ଅଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଦେଶରେ ବର୍ତ୍ତମାନ 104ଟି ନିଜସ୍ତ ପ୍ରସ୍ତୁତକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରୁଥିବା ବେଳେ ଓଟି କମ୍ପାନୀ ଏନ-95 ମାସ୍ତ୍ର ତିଆରି କରୁଛନ୍ତି । ଏଣୁ ସହିତ ଘରୋଇ । କମ୍ପାନୀମାନେ ଭେଣ୍ଟିଲେଟର ମଧ୍ୟ ତିଆରି କରୁଛନ୍ତି ଓ 59 ହଜାରରୁ ଅଧୁ ଭେଣ୍ଟିଲେଟର । ତିଆରି କରିବା ପାଇଁ ୨ଟି କମ୍ପାନୀକୁ ଅର୍ଡର ଦିଆଯାଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ନମୂନା ପରୀକ୍ଷଣ ଓ ଏଥିପାଇଁ ଆବଶ୍ୟକ କିଟ ଏବଂ ହଟସ୍ପଟ ଅଞ୍ଚଳର ପରିଚାଳନା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । 

ଦେଶରେ କୋଭିଡ-19 । ନମୂନା ପରୀକ୍ଷା କରୁଥିବା ସରକାରୀ ଓ ଘରୋଇ ପରୀକ୍ଷାଗାରଗୁଡ଼ିକର ତାଲିକା ସହ ଏହି ପରୀକ୍ଷଣର ସଂଖ୍ୟା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ବିଭିନ୍ନ କ୍ଷମତା ସମ୍ପନ୍ନ କମିଟିକୁ ଦିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ଡ. ଅମିତାଭ କାନ୍ତ, ଡ. ଅରୁଣ କୁମାର ପଣ୍ଡା ଓ ଡ. ପ୍ରଦୀପ କରୋଲା ସୂଚନା ଦେଇଥିଲେ । ପ୍ରାୟ 92 ହଜାର ୟେଚ୍ଛାସେବୀ ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ ଓ ବେସାମରିକ ସଂଗଠନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଫସିରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେଚ୍ଛାସେବୀ ସଂଗଠନଗୁଡ଼ିକୁ ରାଜ୍ୟ । ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଉଥିବାବେଳେ ଭାରତୀୟ ଖାଦ୍ୟ ନିଗମ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛି ବୋଲି ବୈଠକରେ ଅବଗତ କରାଯାଇଥିଲା । ଦେଶବ୍ୟାପୀ ୟୁନିସେଫ, ସମର ଶିକ୍ଷାର୍ଥୀ, ନେହରୁ ଯୁବକେନ୍ଦ୍ର ଓ ଚିକିତ୍ସକମାନେ ବିଭିନ୍ନ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଫସିରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେଚ୍ଛାସେବୀ ସଂଗଠନଗୁଡିକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏଥିପାଇଁ ଅର୍ଥ ଯୋଗାଉଥିବାବେଳେ ଭାରତୀୟ ଖାଦ୍ୟ ନିଗମ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦେଉଛି ବୋଲି ବୈଠକରେ ଅବଗତ କରାଯାଇଥିଲା । 

ଦେଶବ୍ୟାପୀ ୟୁନିସେଫ, ସମର ଶିକ୍ଷାର୍ଥୀ, ନେହରୁ ଯୁବକେନ୍ଦ୍ର ଓ ଚିକିତ୍ସକମାନେ ବିଭିନ୍ନ ସ୍ଥାନରେ ରହି କୋଭିଡ଼ ଯୋଦ୍ଧାର ଭୂମିକା ତୁଲାଉଛନ୍ତି । ବର୍ତ୍ତମାନ ପ୍ରାୟ 1 କୋଟି 24 ଲକ୍ଷ ଲୋକ ଏଥିପାଇଁ ସହାୟତା କରୁଥିବା ବେଳେ, ଯେତେ ଅଧ୍ବ ଲୋକ ଏଥିରେ ଯୋଡି ହେଉଛନ୍ତି ସେମାନଙ୍କର ସବିଶେଷ ତଥ୍ୟ ମଧ୍ୟ ଦିଆଯାଉଛି । ଏଥିପାଇଁ ତିଆରି ହୋଇଥିବା ଡାସବୋର୍ଡରେ ରାଜ୍ୟ ଓ ଜିଲ୍ଲାରୀ ସହାୟତାର ହାତ ବଢ଼ାଇଥିବା ଲୋକମାନଙ୍କର ତାଲିକା ଏବଂ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ନୋଡାଲ ଅଧୁକାରୀମାନଙ୍କୁ ଦିଆଯାଇଛି । ଏହି ଡାଟାବେସ କୋଭିଡ https://covidwarriors.gov.in/default.aspx 19° https://diksha.gov.in/igot/ ପୋର୍ଟାଲରେ ରହିଛି । ଏହି କୋଭିଡ ଯୋଦ୍ଧାମାନଙ୍କୁ ଅନଲାଇନ ତାଲିମ ଦିଆଯାଉଛି । ଏଥିରେ 14ଟି ପାଠ୍ୟକ୍ରମ ସହ ୫୩ଟି ମଡ୍ୟୁଲ, 113 ଟି ଭିଡିଓ ଓ 29ଟି ସନନ୍ଦ ରହିଛି । ଏ ପର୍ଯ୍ୟନ୍ତ 10 ଲକ୍ଷ ବ୍ୟକ୍ତିଙ୍କୁ ତାଲିମ ଦିଆଯାଇସାରିଛି । । ଏପରି ଘଡ଼ିସନ୍ଧି ମୁହୁର୍ଭରେ ଦାୟିତ୍ବ ତୁଲାଇଥିବାରୁ ଡ. ହର୍ଷବର୍ଦ୍ଧନ ସେମାନଙ୍କ ଉସର୍ଗୀକୃତ । ମନୋଭାବ ଓ କଠିନ ପରିଶ୍ରମର ଭୂୟଂଶୀ ପ୍ରଶଂସା କରିଛନ୍ତି । ଏହି କୋଭିଡ-19 ମୁକାବିଲା ପାଇଁ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟରତ ଏହି ସ୍ବାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ମହାମାରୀ ରୋଗ ଆଇନ- 1897ରେ ସଂଶୋଧନ କରାଯାଇ ଅଧାଦେଶ ଅଣାଯାଇଛି । ଦେଶର ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ଆମେ ସମ୍ମାନ ଦେବା ସହ ସେମାନଙ୍କ ସୁରକ୍ଷା ଓ ଗରିମାର ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ଡ. ହର୍ଷବର୍ଦ୍ଧନ କହିଛନ୍ତି । 

ବର୍ଭମାନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁସଂଖ୍ୟା ଦେଶରେ 3.1 ଭାଗ ଥିବାବେଳେ ଏଥିରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଶତକଡା 20 ଭାଗ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ସଂଖ୍ୟା ଅନ୍ୟାନ୍ୟ ଦେଶ ତୁଳନାରେ ବେଶ ଭଲ ଓ ଲକଡାଉନ ସଂକ୍ରମଣ ପ୍ରତିହତ କରିବାରେ ଏହା ସହାୟକ ହୋଇଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏ ପର୍ଯ୍ୟନ୍ତ 5062 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଗତକାଲି ସୁଦ୍ଧା 1429ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ 24,506 ଜଣ କରୋନା ପଜିଟିଭ ବାହାରିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ପ୍ରୀତି ସୂଦନ, ବୈଦେଶିକ ବ୍ୟାପାର ସଚିବ ଶ୍ରୀ ହର୍ଷବର୍ଦ୍ଧନ ସିମଲା, ବୟନ ସଚିବ ରବି କାପୁର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ କରୋଲା, ଫାର୍ମସ୍ଵୀଟିକାଲ ସଚିବ ପିଡି ବାଘେଲା, ବାଣିଜ୍ୟ ସଚିବ ଅରୁଣ ୱାଧବନ, ସ୍ୱତନ୍ତ୍ର ସ୍ବାସ୍ଥ୍ୟ ସଚିବ ସଞ୍ଜିବ କୁମାର, ଆଇସିଏମଆରର ସଂକ୍ରାମକ ରୋଗ ମୁଖ୍ୟ ଡ. ରମଣ ଗଙ୍ଗା ଖେଡକର ପ୍ରମୁଖ ଏଥିରେ ଯୋଗଦେଇଥିଲେ । କୋଭିଡ-19 ସଂକ୍ରାନ୍ତରେ ବିଷୟରେ ଯେ କୌଣସି ସୂଚନା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନମ୍ବର +91-11-23978046 କିମ୍ବା 1075 (ଦେୟମୁକ୍ତ) ନମ୍ବରରେ ଯୋଗାଯୋଗ କରିପାରିବେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget