loading...

ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଉଦ୍ଧ କୃଷକ ଉପକୃତ ।

ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଉଦ୍ଧ କୃଷକ ଉପକୃତ ।

ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଉଦ୍ଧ କୃଷକ ଉପକୃତ ।

ନୁଆଦିଲ୍ଲୀ : ରାଜ୍ୟର ୩୬.୨୮ ଲକ୍ଷ କୃଷକଙ୍କୁ ମୋଟ ୭୨୫.୬ କୋଟି ଟଙ୍କାର ସହାୟତା ।  ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧୁକାରୀ । କରୋନା ଭୂତାଣୁ (କୋଭିଡ–୧୯) ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଜାରି ହୋଇଥିବା ଲକଡାଢନରୁ କୃଷି ଓ ଆନୁସଙ୍ଗିକ କାର୍ଯ୍ୟକଳାପକୁ କେନ୍ଦ୍ର ସରକାର ବାଦ ଦେଇଛନ୍ତି । ଏଥୁସହିତ ଦେଶର ଗରିବ କୃଷକମାନଙ୍କୁ ସୂଚାରୁ ରୂପେ କୃଷି କାର୍ଯ୍ୟ ସମ୍ପାଦନ ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ-କିଷାନ) ଜରିଆରେ କୃଷକମାନଙ୍କୁ ୨ ହଜାର ଟଙ୍କାର ଗୋଟିଏ କିସ୍ତି ତୁରନ୍ତ ଯୋଗାଇ ଦିଆଯାଇଛି । 

ଏହା ଦେଶରେ ଲକଡାଘନ କାରଣରୁ ଜାରି ଆର୍ଥିକ ମାନ୍ଦାବସ୍ଥା ସମୟରେ ଚାଷୀ ପରିବାରକୁ ଚାଷ କାର୍ଯ୍ୟ ଆରମ୍ଭରେ ବିଶେଷ ସହାୟକ ହୋଇପାରିବ । ଏପ୍ରିଲ ୨୨, ୨୦୨୦ ସୁଦ୍ଧା ପିଏମ-କିଷାନ ଯୋଜନାରେ ସାମିଲ ହୋଇଥିବା ଦେଶର ୮ କୋଟିରୁ ଉର୍ଦ୍ଧ କୃଷକ ଉପକୃତ ହୋଇଛନ୍ତି । ଏହି ଯୋଜନାରେ ବର୍ତମାନସୁଦ୍ଧା ୧୬, ୧୪୬ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଫଳରେ ଯୋଜନାରେ ସାମିଲ ପ୍ରତ୍ୟେକ କୃଷକଙ୍କୁ ୨ ହଜାର ଟଙ୍କାର ଗୋଟିଏ କିସ୍ତି ମିଳିପାରିଛି । ଇତିମଧ୍ୟରେ ଓଡ଼ିଶାର ବହୁସଂଖ୍ୟକ କୃଷକ ମ ପିଏମ-କିଷାନ ଯୋଜନାରେ ୨ ହଜାର ଟଙ୍କାର ସହାୟତା ପାଇଛନ୍ତି । ସେମାନେ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପିଏମ କିଷାନ ଯୋଜନାରେ ରାଜ୍ୟର ମୋଟ ୩୬.୨୮ ଲକ୍ଷ କୃଷକ ଲାଭାନ୍ବିତ ହୋଇଛନ୍ତି । ଓଡ଼ିଶାର ପ୍ରତ୍ୟେକ କୃଷକଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ମିଳିଛି । ଏଥିପାଇଁ ମୋଟ ୭) ୨ ୫.୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ହସ୍ତାନ୍ତର କରାଯାଇଛି ।

ନବରଙ୍ଗପୁର ଜିଲ୍ଲା ତାରାଗାଁ ପଂଚାୟତର ଚାଷୀ କ୍ଷେତ୍ରପାଳ ବିଶି ଏହି ଯୋଜନାରେ ୨ ହଜାର ଟଙ୍କାର ସହାୟତା ପାଇଛନ୍ତି । ତାଙ୍କର ଅଢ଼େଇ ଏକର ଜମି ରହିଛି । ଲକଡାଉନ ସମୟରେ ସେ ଆର୍ଥିକ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅର୍ଥ ତାଙ୍କୁ ଚାଷ କାମ ଆରମ୍ଭ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ରାଜ୍ୟର ଆଉ ଜଣେ ଚାଷୀ ମାଲକାନଗିରି ଜିଲ୍ଲା ଗୌଡଗୁଡା ପଂଚାୟତ ଏମଭି-୯ ଲକ୍ଷ୍ମୀକାନ୍ତ ସରକାରଙ୍କୁ ମଧ୍ୟ ପିଏମ କିଷାନ ଯୋଜନାର ଗୋଟିଏ କିସ୍ତି ବାବଦକୁ ୨ ହଜାର ଟଙ୍କାର ସହାୟତା ମିଳିଛି । ଲକଡାଜନ କାରଣରୁ ତାଙ୍କୁ ପାଖାପାଖି ଗୋଟିଏ ମାସ ହେବ କିଛି କାମ ମିଳୁନଥିଲା । ଏବେ ସେ ଅର୍ଥ ପାଇଥିବାରୁ ପରିବାର ଚଳାଇବା ସହ ଚାଷ କାମ ଆରମ୍ଭ କରିବେ ବୋଲି କହିଛନ୍ତି । ଏହି ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଦେଶରେ କୋଭିଡ-୧୯ ସଂକ୍ରମଣ କାରଣରୁ ଲକଡାଜନ ଜାରି ହେବା କାରଣରୁ ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ନିମନ୍ତେ ଗତ ମାର୍ଚ୍ଚ ୨୬, ୨୦୨୦ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧ ୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ପିଏମ କିଷାନ ହିତାଧୁରୀ କୃଷକମାନଙ୍କୁ ୨୦ ୨୦-୨୧ ଆର୍ଥିକ ବର୍ଷ ପ୍ରଥମ କିସ୍ତି ସ୍ୱରୂପ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏପ୍ରିଲ ମାସରେ ଅଗ୍ରୀମ ଆକାରେ ଦିଆଯିବାକୁ ନିଷ୍ପତି ନିଆଯାଇଥୁଲା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget