ଭୁବନେଶ୍ବର, ଏପ୍ରିଲ ୨୫ –ଗଜପତି ମହାରାଜଙ୍କର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ବାରୋପ ସମୟୋପଯୋଗୀ ପଦକ୍ଷେପ ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତ କରିବ। ଲଢ଼ାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ବାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ୍ ମୁକାବିଲା କରିବା ପାଇଁ ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ବସ୍ତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ଗଜପତି ମହାରାଜ ବିସ୍ତୃତ ଭାବରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ବ ଆରୋପ କରିବା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଓ ଗଜପତି ମହାରାଜାଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା ହୋଇପାରିବ । ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତ କରିବ ବୋଲି ଶ୍ରୀ ପ୍ରଧାନ ଝିଟ୍ କରି କହିଛନ୍ତି ।
Post a Comment