ଭୁବନେଶ୍ବର : ୨୫ ଅପ୍ରେଲ-ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ନୟାଗଡ଼ ଜିଲ୍ଲାର ସରିଗଣ୍ଡା ପଞ୍ଚାୟତର କାମସର ଗ୍ରାମର ବୃଦ୍ଧା ବାଲି ଜାନୀ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଓ ଏକ ହଜାର ଟଙ୍କା ପାଇନଥିବା ଜାଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତୁରନ୍ତ ଏ ସଂପର୍କରେ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୟାଗଡ଼ର ଜିଲ୍ଲା ଯୋଗାଣ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ଦଶପଲ୍ଲାର ଏମ୍ ଆଇ ବାଲି କାନୀଙ୍କ ଘରକୁ ଯାଇ ତାଙ୍କୁ ୩ ମାସର ଚାଉଳ ୩୦ କେଜି ଏବଂ ନଗର ରିଲିଫ୍ ଆକାରରେ ୧୦୦୦ ଟଙ୍କା ପ୍ରଦାନ କରିଥିଲେ ।
ସେହିପରି ଝୁମୁର ପଞ୍ଚାୟତର ବିଷ୍ଣୁପୁର (ଭଦ୍ରା ସାହି)ର ସୁନୀତା ମୁଣ୍ଡା ରାସନ୍ କାର୍ଡରେ ଖାଦ୍ୟ ସାମଗ୍ରୀ ପାଇନଥିବା ଖବର କାଗଜରେ ପ୍ରକାଶିତ ସମ୍ବାଦ ଅନୁସାରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଟୁଇଟ୍ ଯୋଗେ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳ ସ୍ଵରୂପ ମୁନୀତା ମୁଣ୍ଡାଙ୍କୁ ତୁରନ୍ତ ୩୦ କେଜି ଚାଉଳ ଯୋଗାଇ ଦିଆଯାଇଥିଲା । ସେହିପରି ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ଝିଲି ସାହୁ ୩ ମାସର ଆଗୁଆ ରାସନ୍ ସାମଗ୍ରୀ ପାଇନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଲିଖୁତ ଅଭିଯୋଗ କରିବା ପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଏ ଦିଗରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ ବିଭାଗୀୟ ଅଧୁକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେହିଦିନ ଝିଲି ସାହୁଙ୍କୁ ତାଙ୍କ ପ୍ରାପ୍ୟ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ ।
କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶ ସମେତ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଥିବାବେଳେ ଜନସାଧାରଣଙ୍କ ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଏ ସଂପର୍କରେ ଟୁଇଟର,ଟେଲିଫୋନ, ସମ୍ବାଦପତ୍ର ଆଦି ମାଧ୍ୟମରେ ମିଳୁଥିବା ଅଭିଯୋଗକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ । ଗ୍ରହଣ କରିବା ପାଇଁ ବିଭାଗୀୟ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ।
Post a Comment