ଭୁବନେଶ୍ବର:୨୫/୦୪- ଓଡ଼ିଶା ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରି କୋଭି-୧୯ ସଂକ୍ରମଣକୁ ଦକ୍ଷତାର ସହ ମୁକାବିଲା କରିବା ପାଇଁ ସକ୍ଷମ ହୋଇପାରିଛନ୍ତି । ବିଶ୍ୱବ୍ୟାପୀ ସଂକ୍ରମଣ ସ୍ଥିତିରେ ଏକ ବୃହତ୍ ଅର୍ଥନୈତିକ ସଂକଟକୁ ଦୂର କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ୨୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୁପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡା ଅଥରିଟିର ଅନୁମୋଦନ କ୍ରମେ ସମୁଦାୟ ୯୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସଂଜୁର ହୋଇଥିଲା ।
ଉପରୋକ୍ତ ଅନୁମୋଦନ କୋଭି-୧୯ ସଂକ୍ରମଣ ମୁକାବିଲା ସମୟରେ ରାଜ୍ୟରେ ଶିଳ୍ପ ପ୍ରଗତି ଏବଂ ଦୃତ ଅର୍ଥନୈତିକ ଉନ୍ନତି ଯେପରି ପ୍ରଭାବିତ ନହୁଏ, ସେ ବିଷୟରେ ସରକାର ପ୍ରତିବଦ୍ଧତାକୁ ସୁଚାଉଛି । ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଆ୫-ମନ୍ତ୍ରୀସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କମିଟିରେ ଅଣୁ.କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ , ଅର୍ଥମନ୍ତ୍ରୀ ,ଇସାତ ଏବଂ ଖଣି ମନ୍ତ୍ରୀ ସଦସ୍ୟ ଭାବରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା । ସାରା ଦେଶ ସମେତ ରାଜ୍ୟରେ ଲଭନ୍ତି ପରିସ୍ଥିତି ଯୋଗୁ ଶିଳ୍ପ ପ୍ରତିଷ୍ଠାନଗୁଡିକରେ ହୋଇଥିବା ବ୍ୟାପକ କ୍ଷତି ଦୃଷ୍ଟିରୁ ସେଗୁଡିକର ପୁନରୁତଥାନ ନିମନ୍ତେ କମିଟି ବିଭିନ୍ନ ପଦକ୍ଷେପ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତଦନୁସାରେ ଆନଃ-ମନ୍ତ୍ରୀସ୍ତରୀୟ ବୈଠକ ଆଜି ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ବିଭାଗର ମନ୍ତ୍ରୀବୃନ୍ଦ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖଣି ଓ ଇସାତ, ଶ୍ରମ, ଶକ୍ତି,ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଇକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଇପିକଲର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୭ଟି ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏହିଁ ଅଇନ୍ ବୈଠକରେ ଅ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପରିଚାଳନା କରିଥିଲେ ।
କୋଭି-୧୯ ଯୋଗୁ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ସେଗୁଡିକୁ ଯଥା ସମ୍ଭବ କିପରି ପୁନରୁଥାନ କରାଯିବ, ସେ ଦିଗରେ ରାଜ୍ୟ ସରକାର କିଭଳି ଯୋଜନା ପ୍ରସ୍ତୁତି କରୁଛନ୍ତି, ସେସବୁର ଆଲୋଚନା ବୈଠକର ମୂଳ ଉଦ୍ଦେଶ୍ୟ ଥିଲା । ଏ ସଂପର୍କରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀତିନ ବି. ଜାୱାଲେ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବଜାର ଚାହିଦା ବୃଦ୍ଧି ନିମନ୍ତେ ବୃହତ୍ତର ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବା ହେଉଛି ସରକାରଙ୍କର ପ୍ରମୁଖ ଆଭିମୂଖ୍ୟ । ଏହାଦ୍ବାରା ଶିଜ୍ଞାନୁଷ୍ଠାନଗୁଡିକର ପୁନରୁଦ୍ଧାର ହେବା ସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦିଆଯାଇପାରିବ । ଫଳରେ ପୂର୍ବରୁ ବିଶ୍ବସ୍ତରରେ ଅର୍ଥନୈତିକ ଦୃଷ୍ଟିରୁ ଶକ୍ତିଶାଳୀ ବିବେଚିତ ଦେଶଗୁଡିକରୁ ଚାଲିଆସୁଥିବା ଉଦ୍ୟୋଗଗୁଡିକୁ ଆମ ରାଜ୍ୟକୁ ଆକର୍ଷିତ କରିହେବ ଓ ରାଜ୍ୟ ଉନ୍ନତ ସ୍ଥିତିରେ ରହିପାରିବ । ଶିଳ୍ପ ସଂଘଗୁଡିକୁ ସେମାନଙ୍କ ପ୍ରଭାବ ଏବଂ ଆବଶ୍ୟକତା ସଂପର୍କରେ ମତ ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଶିଳ୍ପ ସଂସ୍ଥାଗୁଡିକ ସରକାରୀ ଦେୟ ପ୍ରଦାନ ନିମନ୍ତେ କୋହଳ ବ୍ୟବସ୍ଥା କିମ୍ବା ଅବଧି ବୃଦ୍ଧି ସାଙ୍ଗକୁ ରାଜ୍ୟରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକର ଉତ୍ପାଦିତ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପ୍ରଦାନ ପରି ପ୍ରୋତ୍ସାହନ ଆଶା କରି ମତାମତ ରଖିଥିଲେ। ଆଗାମୀ ସପ୍ତାହରେ ଅନ୍ୟ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଶିଳ୍ପ ସଂଘମାନଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ । ସଂପର୍କରେ ଆଲୋଚନା କରାଯିବା ସାଙ୍ଗକୁ ରାଜ୍ୟ ସରକାର ସବିଶେଷ ପ୍ରସାବ ପ୍ରଦାନ କରାଯିବ ।
Post a Comment