loading...

ରାଜ୍ୟରେ ରକ୍ତ ଅଭାବ ପୂରଣ କରିବାରେ ଲାଗିଛି ଯୁବମୋର୍ଚ୍ଚା, ରକ୍ତଦାନ ଶିବିର ମାଧ୍ୟମରେ ୩୦୦ ୟୁନିଟରୁ ଅଧୁକ ରକ୍ତ ସଂଗ୍ରହ ।

ରାଜ୍ୟରେ ରକ୍ତ ଅଭାବ ପୂରଣ କରିବାରେ ଲାଗିଛି ଯୁବମୋର୍ଚ୍ଚା, ରକ୍ତଦାନ ଶିବିର ମାଧ୍ୟମରେ ୩୦୦ ୟୁନିଟରୁ ଅଧୁକ ରକ୍ତ ସଂଗ୍ରହ ।

ରାଜ୍ୟରେ ରକ୍ତ ଅଭାବ ପୂରଣ କରିବାରେ ଲାଗିଛି ଯୁବମୋର୍ଚ୍ଚା, ରକ୍ତଦାନ ଶିବିର ମାଧ୍ୟମରେ ୩୦୦ ୟୁନିଟରୁ ଅଧୁକ ରକ୍ତ ସଂଗ୍ରହ ।

ଭୁବନେଶ୍ୱର : ୨୫/୦୪-ଅନ୍ୟ ପଟେ ବୈଶ୍ବିକ ମହାମାରୀ କରୋନା ଭୂତାଣୁଜନିତ ଲକ୍ ଡାଉନ୍ କାରଣରୁ ଜୀବନଯାପନ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କଟକଣା ଲାଗୁ ହୋଇଥିବା କାରଣରୁ ସାଧାରଣ ଲୋକଟି ପଦାକୁ ଯିବାରେ ବହୁ ଅସୁବିଧା ହେଉଛି । ଏହାର ପ୍ରଭାବ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଦେବାକୁ ମିଳୁଛି । ବିଶେଷ କରି ସ୍ୱାସ୍ଥ୍ୟସେବାରେ ଅତ୍ୟାବଶ୍ୟକ ରକ୍ତର ଡାକ୍ତରଖାନା ମାନଙ୍କରେ ବହୁତ ଅଭାବ ପରିଲକ୍ଷିତ ହେଉଛି ।

ଦେଶର ସାଂପ୍ରତିକ ପରିସ୍ଥିତିରେ ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଦେଶର ଯୁବକମାନେ ନିଜ ଆଡୁ ଆଗେଇ ଆସି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ପୁନମ ମହାଜନ ସାଧାରଣରେ ଆହ୍ବାନ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଏହି ଆହ୍ବାନକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ପାଳନ କରି ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଏହି ରକ୍ତଦାନ ଶିବିର ମାଧ୍ୟମରେ ୩୦୦ ୟୁନିଟରୁ ଅଧୁକ ରକ୍ତ ସଂଗ୍ରହ ହୋଇଛି।

ଯୁବମୋର୍ଚ୍ଚା ତରଫରୁ ରାଜ୍ୟରେ ଏକ ହେକ୍ଟ ଲାଇନ ନମ୍ବର ୭୮୭୮୬୯ ୨୦୨୦ ଖୋଲାଯାଇ ଏହି ମହାନ କାର୍ଯ୍ୟକ୍ରମରେ ଯୋଡି ହେବା ପାଇଁ ଅନୁରୋଧ କରାଯାଇଛି । ପ୍ରଥମ ଦିନରେ ହିଁ ୬୦ରୁ ଅଧୂକ ଯୁବକ ନିଜ ଆଡୁ ଫୋନ କରି ରକ୍ତଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯୁବମୋର୍କା କାର୍ଯ୍ୟକର୍ତ୍ତାମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ନିଜେ ଯୋଡି ହେବା ସହ ରାଜ୍ୟର ଯୁବ ଶକ୍ତିକୁ ମଧ୍ୟ ସାମିଲ ହେବା ପାଇଁ ପ୍ରେରିତ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget