![]() |
ଭୁବନେଶ୍ବର : ୨୯ ଅପ୍ରେଲ- ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି । କରୋନା ଭୂତାଣୁ ସଂକ୍ରମଣ (କୋଭିତ୍ —୧୯) ପରିସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖୁବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।
ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । କୌଣସି କେନ୍ଦ୍ରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନରେ ଖୁଲାପ ହେଲେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ରବିଧାନ ସଂଗ୍ରହ ନିମନ୍ତେ ରାଜ୍ୟର ୧୭ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୫୮ ହଜାର ୩୫୭ ଜଣ ଚାଷୀ ସେମାନଙ୍କ ନାମ ଅନ୍ଲାଇନ୍ ଯୋଗେ ପଞ୍ଜୀକୃତ କରିଛନ୍ତି । ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧୁକ ଚାପୀ ରବିଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ଏହି ୧୭ଟି ଜିଲ୍ଲା ମଧ୍ୟରେ ବାଲେଶ୍ଵର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ । ମୋଟ ୮୨୯ ଫୋକସ୍, ଲ୍ୟାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ପ୍ରତ୍ୟେକ ଦିନ ସକାଳ ୭ ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ସେହିଦିନ ଅପରାହ୍ନରେ କଷ୍ଟମ ମିଲରମାନେ କେନ୍ଦ୍ରରୁ ଧାନ ଉଠାଣ କରିବେ ।
କେନ୍ଦ୍ରରେ ଭିଡ଼ ଏଡାଇବା ପାଇଁ ଦୈନିକ ୩୦ରୁ ୩୫ ଜଣରୁ ଅଧୁକ ଚାଷୀଙ୍କଠାରୁ ଧାନ ସଂଗ୍ରହଣ କରାଯିବ ନାହିଁ । ଗୋଟିଏ ଥରରେ ୧୦ରୁ ୧୨ ଜଣ ଚାଷୀଙ୍କୁଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟ ମଧ୍ୟରେ ଚାଷୀ ତାଙ୍କ ଧାନ ମଣ୍ଡିକୁ ଆଣିବେ । କେନ୍ଦ୍ରକୁ ଆସୁଥିବା ଚାଷୀ, ଶ୍ରମିକ, ମିଲର ଏବଂ ଧାନ ସଂଗ୍ରହ କେନ୍ଦ୍ରର କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଲ୍ୟାଣ୍ଡ ସାନିଟାଇଜର ରଖାଯିବ । କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍ କିମ୍ବା କପଡ଼ାରେ ମୁହଁ, ପାଟି ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛି । ମଣ୍ଡିର ସବୁ ଯନ୍ତ୍ରପାତି ଓ କମ୍ପ୍ୟୁଟର ଆଦି ପ୍ରତ୍ୟେକ ଦିନ ଭଲ ଭାବେ ସାନିଟାଇଜ୍ କରାଯିବା ସହିତ ପ୍ରତ୍ୟେକ ଥର ଆଇରିସ୍ ସ୍କାର ମେସିନ୍ ବ୍ୟବହାର ସମୟରେ ସାନିଟାଇଜ୍ କରାଯିବ । ସାମାଜିକ ଦୂରତ୍ୱ ବଜାୟ ରଖୁବା ଲକ୍ଷ୍ୟରେ ଧାନ ସଂଗ୍ରହ କେନ୍ଦ୍ରକୁ ଲୋଡ଼ି, ଅଲୋଡ଼ି, ଚାଷୀମାନଙ୍କ ପ୍ରତିକ୍ଷା ସ୍ଥଳ ଆଦି ଅଲଗା ଅଲାଗି ଜୋନ୍ରେ ବିଭକ୍ତ କରାଯିବ । ପ୍ରତ୍ୟେକ ଜୋନ ମଧ୍ୟରେ ଅନ୍ତତଃ ୩ ମିଟରର ଦୂରତ୍ୱ ରଖାଯିବ । କେନ୍ଦ୍ର ମଧ୍ୟକୁ ସମ୍ପୃକ୍ତ କର୍ମଚାରୀ, ମିଲରଙ୍କ ଏଜେଣ୍ଟ, ଶ୍ରମିକ, ଏବଂ ସେହିଦିନ ପାଇଁ ଉଦ୍ଦିଷ୍ଟ ଚାଷୀ ଓ ଗାଡ଼ିର ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ ।
ପ୍ରତ୍ୟେକ କେନ୍ଦ୍ରରେ ମାଇକ୍ ଘୋଷଣା ଦ୍ବାରା ଚାଷୀମାନଙ୍କୁ ସେମାନଙ୍କର ଧାନ ବିକିବା ପାଳି ଓ ସମୟ ସଂପର୍କରେ ଜଣାଇ ଦିଆଯିବ । ସମସ୍ତ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ତେଣୁ ଚାଷୀମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦିଆଯାଇଛି । ଧାନ ସଂଗ୍ରହ କେନ୍ଦ୍ର ପରିସରରେ ଧୂମପାନ ଓ ଛେପ ପକାଇବା ନିଷିଦ୍ଧ କରାଯାଇଛି । ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଥିବା କର୍ମଚାରୀମାନେ ହାତରେ ନନ୍ ସର୍ଜିକାଲ୍ ଗ୍ଲାଭସ୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଆବଶ୍ୟକସ୍ଥଳେ କେନ୍ଦ୍ରକୁ ଧାନ ନେଇ ଆସୁଥିବା ଗାଡିଗୁଡିକୁ ସାନିଟାଇଜ କରାଯିବ । ସେହିପରି ଧାନ ଉଠାଣ ଗାଡ଼ିଗୁଡ଼ିକ ସଠିକ ଭାବରେ ସାନିଟାଇଜ ହୋଇଛି ବୋଲି ସମ୍ପୃକ୍ତ ମିଲରମାନଙ୍କ ସାର୍ଟିଫିକେଟ୍ ପ୍ରଦର୍ଶନ ପରେ କେନ୍ଦ୍ର ମଧ୍ୟକୁ ଗାଡି ପ୍ରବେଶ ପାଇଁ ଅନୁମତି ମିଳିବ । ଏଥୁସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ–୧୯ ପରିପ୍ରେକ୍ଷୀରେ ସମୟ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକାଗୁଡ଼ିକ କଡାକଡି ଭାବରେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ବ୍ୟତୀତ ଛତିଶଗଡ ରାଜ୍ୟରୁ ଓଡ଼ିଶାକୁ ଯେପରି ଧାନ ଆସିନପାରେ ସେଥିପ୍ରତି ଓଡ଼ିଶା ସୀମାରେ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ଉପରୋକ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ଏବଂ ସୁରୁଖୁରୁରେ ରବି ଧାନ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ସମବାୟ ସମିତି ସମୁହର ଡ଼ିଭିଜିନାଲ ରେଜିଷ୍ଟ୍ରାର୍, ଆସିଷ୍ଟାଣ୍ଟ ରେଜିଷ୍ଟାରଙ୍କ ସମେତ ଜିଲ୍ଲା ଯୋଗାଣ ଅଧୁକାରୀମାନଙ୍କୁ ନିୟମିତ ତଦାରଖ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
Post a Comment