ଭୁବନେଷ୍ପର : ୨୯ ଅପ୍ରେଲ୍- କୋଭିଡ୍ – ୧୯ ମହାମାରୀ ପରିପ୍ରେକ୍ଷୀରେ ମହିଳା, ଯୁବତୀ ଓ କିଶୋରୀମାନଙ୍କ ପ୍ରତି ଘରୋଇ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ୱାନ୍ ଷ୍ଟପ୍ ସେଣ୍ଟର, ମହିଳା ସହାୟତା ନମ୍ବର ଏବଂ ପରିବାର ପରାମର୍ଶ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ କାଉନ୍ସେଲର ଏବଂ କର୍ମଚାରୀମାନଙ୍କ ପାଇଁ ୱେବ୍-କର୍ମଶାଳା ଗତକାଲିଠାରୁ ଆରମ୍ଭ ହୋଇଛି । ଏଥୁରେ ରାଜ୍ୟରୁ ୨୦୦ ଜଣ ଅଂଶଗ୍ରହଣ କରିଛନ୍ତି ।
ୟୁନାଇଟେଡ୍ ନେସନ୍ସ ପପୁଲେସନ ଫଣ୍ଡ୍ ଏବଂ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ର ସହାୟତାରେ ଏହି ୱେବ୍ ଭିତ୍ତିକ କର୍ମଶାଳାର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ସମୟରେ ସାମାଜିକ ଦୂରତ୍ବ ଏବଂ ସ୍ବଛତାର ଅନୁପାଳନ କରାଯାଉଛି । ଏଥୁରେ କର୍ମଚାରୀ ଓ କାଉନସେଲରମାନଙ୍କୁ ଲିଙ୍ଗଭିତ୍ତିକ ହିଂସାକୁ ପ୍ରତିହତ କରିବା ଦିଗରେ ମନସ୍ତାତ୍ତିକ ଏବଂ ସାମାଜିକ ସହାୟତା ପ୍ରଦାନ ପାଇଁ ବିଶେଷ କୌଶଳ ଅବଲମ୍ବନ ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆହୁରୀ ମଧ୍ୟ ସ୍ବାସ୍ଥ୍ୟ, ଚିକିତ୍ସା ଏବଂ ଆଇନଗତ ପ୍ରସଙ୍ଗ ଉପରେ ପିଡ଼ୀତାଙ୍କୁ ଅଧୁକ ସେବା ଓ ସହାୟତା ପ୍ରଦାନ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯିବ । ପ୍ରଥମ ୱେବ ସେମିନାରର ବିଷୟବସ୍ତୁ ରହିଥୁଲା ମହିଳା ଓ କିଶୋରୀମାନଙ୍କ ବିରୋଧରେ ପାରିବାରିକ ହିଂସାର ପ୍ରତିରୋଧ ସଶକ୍ତିକରଣ' ।
ପ୍ରକାଶ ଥାଉକି, ଯେ କୌଣସି ମହାମାରୀ ସମୟରେ ମହିଳା ଏବଂ କିଶୋରୀମାନଙ୍କ ବିରୁଦ୍ଧରେ ଘରୋଇ ହିଂସା ବୃଦ୍ଧି ପାଉଥିବାର ଆଶଙ୍କା ଥାଏ । ଏ ନେଇ ଜାତୀୟ ମହିଳା କମିଶନ ଉଦ୍ବେଗ ପ୍ରକାଶ କରିବା ସହ କୋଭିଡ – ୧୯ ମହାମାରୀ ସମୟରେ ଦେଶରେ ଏହି ଭଳି ଘରୋଇ ହିଂସା ଘଟଣା ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ କରିଥିଲେ ।
Post a Comment