![]() |
ନୁଆଦିଲ୍ଲୀ : ସିଏସସି ଜରିଆରେ ଆଧାର ସଂଶୋଧନ ପାଇଁ ଅନୁମତି ପ୍ରଦାନ କଲା ୟୁଆଇଡିଏଆଇ ଦେଶବ୍ୟାପୀ 20,000 ସିଏସସି ଏହି ସେବା ପ୍ରଦାନ କରିବେ । ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୁନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ ।
କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟୁଇଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ଭମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଞ୍ଚଳ ଅଧୁବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ । ବ୍ୟାଙ୍କି ସୁବିଧା ଥିବା ସିଏସି ଗୁଡିକ ନିଜ ଭିତ୍ତିଭୂମି ଓ ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ଯ୍ୟ କରିଛି । ସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଡ. ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ଯାହା ଫଳରେ କି ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇପାରିବ । ସିଏସିକୁ ଆଧାର ସଂଶୋଧନ ସେବା ପ୍ରଦାନ କରିବାର ଦାୟିତ୍ବ ଦେଇଥିବାରୁ ଡ. ତ୍ୟାଗୀ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନକୁ ସାକାର କରିବ ବୋଲି କହିଛନ୍ତି । ବିଶେଷ କରି କୋଭିଡ-19 ମହାମାରୀ ସଂକ୍ରମଣ ସମୟରେ ଏହି ନିଷ୍ପତ୍ତି ଅତି ଗୁରୁତ୍ବପୂର୍ଣ୍ଣ । ଏହି ସେବା ଆରମ୍ଭ ହେବା ଫଳରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବ୍ୟାଙ୍କ ଆଧାର କେନ୍ଦ୍ର ବା ପୋଷ୍ଟ ଅଫିସ ଇତ୍ୟାଦି ସ୍ଥାନକୁ ଯିବାକୁ ପଡିବ ନାହିଁ । ସେମାନଙ୍କୁ ନିଜ ଘର ପାଖରେ ଏହି ସୁବିଧା ମିଳିପାରିବ ।
Post a Comment