loading...

ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ ।

ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ ।

narendramodi.in

ନୁଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହୀମ ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ । ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ପ୍ରଦାନ କରିଥିଲେ । ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-19 ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ଉପଲକ୍ଷେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget