ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍ଫୁସ୍ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ବରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍ଫୁସ୍ରେ ଅଟକି ରହିଥିଲା । ଫଳରେ ଶିଶୁଟିର ଶ୍ଵାସ ପ୍ରଶ୍ୱାସରେ ଭୀଷଣ କଷ୍ଟ ହେବାରୁ ଶିଶୁଟି ହଠାତ୍ ନିଦରୁ ଉଠି ପଡ଼ିଥିଲା। ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ କିମ୍ବସରେ ପହଞ୍ଚିଥିଲେ ।
କିମସର କର୍ଣ-ନାସା-ଗଳା ବିଶେଷଜ୍ଞ ଡା, ଖଗେଶ୍ୱର ରାଉତ ଶିଶୁର ପରୀକ୍ଷା କରି ଫୁସ୍ଫୁସ୍ ନିକଟରେ ଏକ ବାହାର କଣିକା ରହିଥିବା ଜାଣିପାରିଥିଲେ । ପରେ ଡା. ରାଉତଙ୍କ ନେତୃତ୍ବରେ କିସର ଡାକ୍ତରୀଦଳ ଉକ୍ତ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥିଲେ । ବର୍ତ୍ତମାନ କରୋନାର ଭୟ ବାଲେଶ୍ଵର ଅଞ୍ଚଳରେ ରହିଥିବା ବେଳେ ଡା ରାଉତ ଏବଂ ତାଙ୍କ ଦଳ ଏଭଳି ଜଟିଳ ସମସ୍ୟା ହାତକୁ ନେଇ ସଫଳ ହୋଇଥିଲେ । ଡାକ୍ତରୀ ଦଳ ପିପିଇ ପରିଧାନ କରି ଏଭଳି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ ।
କ୍ଷୀରଦାନ୍ତଟି ଦେଖାଯାଉଥିଲେ ମଧ୍ୟ ଏହା ଖସି ଯାଉଥିବାରୁ ଏହାକୁ ଯନ୍ତ୍ରାଶରେ ଧରିବାକୁ ମଧ୍ୟ ସମ୍ଭବ ହେଉନଥିଲା । ଡା ରାଉତଙ୍କୁ କ-ନାସ-ଗଳା ବିଭାଗର ଡା. ଗିଫଟି ଜାଚାରିଆସ ଓ ଡା, ରଚିତ ସହଯୋଗ କରିଥିବା ବେଳେ ଓ ଆନାସ୍ନେସିଆ ବିଭାଗର ଡା, ଜଗବ୍ଦୀଶ ଚନ୍ଦ୍ର ମିଶ୍ର, ଡା, ଅମିତ ପ୍ରଧାନ, ଡା, ଅପ୍ରିତା ଓ ଡା, ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ । ଅସ୍ତ୍ରୋପଚାର କରିଥିବା ସମସ୍ତ ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ କରୋନା ସମୟରେ ଏହା କିମସରେ ଏକ ସାମାଜିକ ଦାୟିତ୍ବବୋଧ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
Post a Comment