loading...

କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ।

କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ।

କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ।

ନୁଆଦିଲ୍ଲୀ : କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ । ସବୁ ପ୍ରମୁଖ ବନ୍ଦର କର୍ମଚାରୀଙ୍କ ସମେତ ଠିକା ଶ୍ରମିକ ପାଇବେ ଏହି ସୁବିଧା । କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯିବ । 

ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତି ପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ କର୍ମଚାରୀଙ୍କୁ ମଧ୍ୟ ମିଳିବ । ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧୁକାରୀ ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇବେ । କରୋନା ମହାମାରୀ ସମୟରେ ବନ୍ଦର କର୍ମଚାରୀ ଓ ଶ୍ରମିକମାନେ ବିପଦକୁ ଖାତିର ନକରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ସେମାନଙ୍କର ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଏହି କ୍ଷତି ପୂରଣ/ଅନୁକମ୍ପାମୂଳକ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । 

କୌଣସି କର୍ମଚାରୀ ଶ୍ରମିକ ଯଦି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି ତାଙ୍କ ପରିବାର ବା ଉତ୍ତରାକାରୀଙ୍କୁ ଏହି କ୍ଷତି ପୂରଣ ଅର୍ଥ ପ୍ରଦାନ ପାଇଁ ସଂପୃକ୍ତ ରିପୋର୍ଟ ମିଳିବା ପରେ କ୍ଷତି ପୂରଣ ବାବଦ ଦାବିକୁ ବିଚାର କରି ଉପଯୁକ୍ତ ଉତ୍ତରାକାରୀଙ୍କୁ ତାହା ପ୍ରଦାନ କରିବେ । ଏହି କ୍ଷତିପୂରଣ ବ୍ୟବସ୍ଥା ବେଳେ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଓ ଏହା ଚଳିତ ବର୍ଷ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାପରେ ସଂପୃକ୍ତ ବ୍ୟବସ୍ଥାର ସମୀକ୍ଷା କରାଯିବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget