ନୁଆଦିଲ୍ଲୀ : କୋଭିଡ଼-୧୯ ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲଡାଉନ୍ ହେବା ସତ୍ତେ ରେଳ ମନ୍ତ୍ରଣାଳୟ ସାରା ଦେଶକୁ, ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧାହୀନ ଭାବେ ପରିବହନ କରିବାକୁ ଏକ ଆହ୍ବାନ ରୂପେ ଗ୍ରହଣ କରି ଅବିରାମ ଭାବେ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗଧ, ଖାଇବା ତେଲ, ଚିନି ଓ ଲୁଣ, ଔଷଧ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରି ସାରା ଦେଶର ବିଭିନ୍ନ କୋଣରେ ପହଞ୍ଚଉଛି ।
ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳୀକୁ ବାଧାହୀନ ଭାବେ କୋଇଲା ଯୋଗାଇବା ନିମନ୍ତେ ପୂର୍ବ ତଟ ରେଳପଥ ନିଷ୍ଠାର ସହ ଅବିରାମ ଭାବେ କବ୍ୟ ନିର୍ବାହ କରୁଛି । ଏହି ଲଢାଉନ୍ ସମୟରେ ପୂର୍ବ ତଟ ରେଳପଥ ସମୁଦାୟ ୨୬୮ଟି କୋଇଲା ବୋଝେଇ ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରିଛି । ପୂର୍ବ ତଟ ରେଳପଥ ତାହାର ପରିସୀମାର ତାଳଚେର ଅଞ୍ଚଳ, ପାରାଦ୍ବୀପ ବନ୍ଦର, ଧାମରା ବନ୍ଦର, ଭାଇଜାଗ୍ ବନ୍ଦର, ଗଙ୍ଗାଭରମ୍ ବନ୍ଦରରୁ ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀକୁ କୋଇଲା ପରିବହନ କରିଛି । ୨ ୨ ମାର୍ଚ୍ଚରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ଲଡାଉନ୍ ସମୟ ଅବଧୂରେ ଏହି ରେଳପଥ ୧୦.୫୦ ମିଲିଅନ୍ ଟନ୍ କୋଇଲା ବୋଝେଇ କରି ୨ ୬୮୩ଟି ମାଲବାହୀ ଟ୍ରେରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ ପରିବହନ କରିଛି । ତାଳଚେର ପୂର୍ବ ତଟ ରେଳପଥର ଏକ ବୃହତ୍ କୋଇଲା ବୋଝେଇ ଅଞ୍ଚଳ ଏବଂ ସାରା ଏସିଆରେ ଗୋଟିଏ ଷ୍ଟେସନ୍ରୁ କୋଇଲା ବୋଝେଇ ଓ ପରିବହନରେ ଏହା ସର୍ବୋଚ୍ଚ ସ୍ଥାନ ଅଧୁକାର କରିଛି । ତାଳଚେର ଅଞ୍ଚଳରେ ମହାନଦୀ କୋଲଡ୍ ଫିଲଡର ୧ ୧ ଟି କୋଇଲା ବୋଝେଇ ସାଇଡିଙ୍ଗ ରହିଛି, ଯେଉଁଠାରୁ ଏନ୍.ଟି.ପି.ସି., ସମ୍ବଲପୁର ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ଜଳରୁରେ ପାରାଦ୍ବୀପ ଠାରୁ ଓ ରେଳ ରୁଟରେ ଦକ୍ଷିଣ ଭାରତର ବିଭିନ୍ନ ଶକ୍ତି ଉତ୍ପାଦନ କେନ୍ଦ୍ରକୁ ପରିବହନ ଲଗାତର ଭାବେ କରିଚାଲିଛି । ତାଳଚେର ମଧ ରାଉରକେଲା ଇସ୍ପାତ କାରଖାନା, ଭାଇଜାଗ କ୍ୟାପଟିଭ ପାର ପୁଣ୍ଡ ଏବଂ ଦେଶର ବିଭିନ୍ନ ସ୍ଥାନରେ ଥିବା ଶିକଗୁଡ଼ିକୁ କୋଇଲା ପରିବହନ କରି ଆସୁଛି । ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ୬.୪୮ ମିଲିଅନ୍ ଟନ୍ ଥର୍ମାଲ୍ କୋଇଲା ୧୬୯୫ ଟି ଟ୍ରେନ୍ ଦ୍ବାରା ପରିବହନ କରିଛି । । ପାରାଦୀପ ବନ୍ଦର ରେଳପଥରେ ପୋଡ଼ା କୋଇଲା, ଆମଦାନି କୋଇଲା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନ କରିଆସୁଛି । ପାରାଦ୍ବୀପ ବନ୍ଦର ମଧ୍ୟକୁ ମଧ୍ୟ ଆମଦାନି କୋଇଲା ରେଳ ଦ୍ବାରା ପରିବହନ ହେଉଛି । ଏହି ଲଡାଉନ୍ ସମୟରେ ୧.୩୦ ମିଲିଅନ୍ ଟନ୍ ଆମଦାନି କୋଇଲା ୩୨ ୨ ଟି ଟ୍ରେନ୍ରେ ପାରାଦୀପରୁ ବୋଝେଇ କରାଯାଇ ପରିବହନ କରାଯାଇଛି ।
ଧାମରା ବନ୍ଦର ଆମଦାନୀ କୋଇଲା ହେଉଛି ଆଉଟ୍ ହଁ କୋଇଲା ଏବଂ ଥର୍ମାଲ କୋଇଲା ହେଉଛି ଇନ ୱାର୍ଡ । କୋଇଲା । ଏହି ଲଡାଉନ୍ ସମୟରେ ଧାମରା ବନ୍ଦର ୧.୨ ୧ ମିଲିଅନ୍ ଟନ୍ କୋଇଲା ୨୯୫ଟି ଟ୍ରେନରେ ବୋଝେଇ | କରି ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକୁ ପରିବହନ କରୁଛି । ସେହିପରି ଭାଇଜାଗ୍ ବନ୍ଦର ୦.୯୫ ମିଲିଅନ୍ ଟନ୍ ଆମଦାନୀ କୋଇଲା ୨ ୩ ୨ଟି ଟ୍ରେରେ ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପଞ୍ଚଳକୁ ପଠାଉଥିବା ବେଳେ ଗଙ୍ଗାଭରମ୍ ବନ୍ଦର ୦.୩୯ ମିଲିଅନ୍ ଟନ୍ କୋଇଲା ୯ ୬ଟି ଟ୍ରେନ୍ରେ ବୋଝେଇ କରି ପରିବହନ କରିଛି । । ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ୩.୯୦ ମିଲିଅନ ଟନ୍ ଆମଦାନୀ କୋଇଲା ଓ ୬.୬୦ ମିଲିଅନ ଟନ୍ ଥର୍ମାଲ (ତାପୀୟ) କୋଇଲା ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପଞ୍ଚଳକୁ ପରିବହନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀ ଓଡ଼ିଶାର ଏନ.ଟି.ପି.ସି. (କଣିହାଁ), ଟି.ଟି.ପି.ଏସ୍, (ତାଳଚେର), ଫାକର (ବାଉଦପୁର), ଷ୍ଟେରଲାଇଟ୍ (ଝାରସୁଗୁଡ଼ା), ଜି.ଏମ୍.ଆର୍ (ବୁଢ଼ାପକ) ଶକ୍ତି କେନ୍ଦ୍ରଗୁଡ଼ିକ ସେବାରେ ଥିବାବେଳେ ଉତ୍ତର ଭାରତର ଏନ୍.ଟି.ପି.ସି. (କାହାଲଗା ଓ ଫରକା), କଲିକତା ବିଦ୍ୟୁତ୍ ଯୋଗାଣ ନିଗମ (ବି.ଜି.ବି.), ଡକ୍ଟ,ବି.ପି.ଡି.ସି.ଏଲ୍. (ବକ୍ରେସ୍ପର, କୋଏଲାଘାଟ, ବଦେଲ, ସାଲଡିର, ସଗରଡିହି), ଦାମୋଦରଭ୍ୟାଲି ନିଗମ (ଦୁର୍ଗପୁର, ମେଜିଆ, ଡି.ଏସ୍.ଟି.ପି.ଏସ୍.), ଦକ୍ଷିଣ ଭାରତର ଏନ୍.ଟି.ପି.ସି. (ସିନ୍ଦୂଦ୍ର, ରାମଗୁଣ୍ଡମ୍) ଏପିଜିଇଏକୋ (ବିଜୟୱାଡ଼ା, ମୋଦନପୁର), ଟିଏଏନ୍ଜିଇଡିକୋ (ଟୁଟିକୁରିନ୍, ମେଟ୍ର, ଏନୋର, ନଥିମାଡ୍ରାସ୍) ଏବଂ ଏନ୍.ଟି.ଇ.ସି.ଏଲ୍. (ରାଇଟୁର, ବେଲାରୀ), ମଧ୍ୟ ଭାରତର ଆଦାନୀ ପାର (ଏମ୍.ଏଚ୍.) ଲିମିଟେଡ଼ ଏବଂ ପଶ୍ଚିମ ଭାରତର ମୁନ୍ଦ୍ରା ଥର୍ମାଲ୍ ପାର ପୁଣ୍ଟ (ମୁନ୍ଦ୍ରଗୁଜୁରାଟ) ଇତ୍ୟାଦି ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀକୁ ପୂର୍ବ ତଟ ରେଳପଥ କୋଇଲା ପରିବହନ କରିଆସୁଛି ।
ସମସ୍ତଙ୍କ ଘରେ ବର୍ଭମାନ ବିଦ୍ୟୁତ୍ରର ଆବଶ୍ୟକତା ଅଛି କାରଣ ଲାଇଟ୍, ଫାନ୍, ଟିଭି, ଏସି, ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସଂପକିତ ବହୁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ବ୍ୟବହାର ନିମନ୍ତେ ବିଦ୍ୟୁତ୍ରର ଆବଶ୍ୟକତା ହୁଏ । ଡାକ୍ତରଖାନାକୁ ବିଦ୍ୟୁତ୍ ଯୋଗାଣ, ଶିଳ୍ପ ଓ କାରଖାନା, ବଣିଜ ଅନୁଷ୍ଠାନ, କାର୍ଯ୍ୟାଳୟ ଇତ୍ୟାଦି ବିଦ୍ୟୁତ୍ ବିନା କାର୍ଯ୍ୟକରିବ ନାହିଁ ଓ ବିଦ୍ୟୁତ୍ରର ଅଭାବ ଜନସାଧାରଣଙ୍କ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇବ । ତେଣୁ କୋଇଲା ପରିବହନ ଦେଶରେ ବହୁତ ଗୁରୁତ୍ବପୂର୍ଣ୍ଣ । ପୂର୍ବ ତଟ ରେଳପଥ ଦେଶର ବିଭିନ୍ନ ସ୍ଥାନରେ ଏହା ପହଞ୍ଚାଇବାକୁ ଦିବାରାତ୍ର ପରିଶ୍ରମ କରି ନିଶ୍ଚିତ କରୁଛି ।
Post a Comment