ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ସଦାସର୍ବଦା ଛାତ୍ରସମାଜ ପାଇଁ କାମ କରି ଆସୁଛି। ଏହି ଲକଡ଼ାଉନ ସମୟରେ ରାଜ୍ୟ ସରକାର ରାଜସ୍ଥାନ କୋଟରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଥିବା ପଦକ୍ଷେପକୁ ଏବିଭିପି ସ୍ବାଗତ ଜଣାଉଛି। ୪ଟି ବସରେ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିବେ ।
ଦେଶରେ ଚାଲିଥିବା ଏହି ଲକଡାଉନ ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ହେଳ୍ପଲାଇନ ନମ୍ବର ଜାରି କରିଥିଲା, ଏହା ମାଧ୍ୟମରେ ମୋଟ ୯୬୩ ଜଣ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାର୍ଥୀ ପରିଷଦ ଦ୍ବାରା ସାହାଯ୍ୟର ହାତ ବଢ଼ା ଯାଇଥିଲା । ଏହି ସମୟରେ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାସନ, ସାବୁନ, ମାସ୍କ, ଖାତା, ବହି ଆଦି ଦିଆଯାଇଛି। କୋଟାରେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୁନହେଉଥିଲେ । ଖାଇବାକୁ ଠିକ ଭାବରେ ମିଳୁ ନଥୁଲା। ତେବେ ଏହି ଦୀର୍ଘ ଦିନର ଲକଡାଉନ ମଧ୍ୟରେ ସେମାନେ ବହୁ ସମସ୍ୟା ସାମ୍ନା କରିଥିଲେ। ବାହାର ରାଜ୍ୟର ଛାତ୍ରଛାତ୍ରୀ ନଥିବାରୁ ହଷ୍ଟେଲର ଏକ ପ୍ରକାରର ଏକାନ୍ତ ରେ ରହୁଥିଲେ। ତେବେ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନ ଦୃଢ ହେବା ସହ ଅଗାମୀ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ରହିବେ।
ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କୋଟାରୁ ଫେରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶା ଆସି କିପରି ମେଡିକାଲରେ ଠିକ ଯରେ ରହିବେ ସେ ବିଷୟରେ ଦୃଢ଼ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଅନ୍ୟ ରାଜ୍ୟ ମାନଙ୍କରୁ ଛାତ୍ରଛାତ୍ରୀ ମାନେ କିପରି ଆସିପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ଏବଂ ଏଥିରେ ଏବିଭିପିର ଯେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସଂଗଠନ ନିଶ୍ଚିତ ସହଯୋଗ କରିବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।
Post a Comment