![]() |
ଭୁବନେଶ୍ୱର/୩୦ ଏପ୍ରିଲ୍- ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଉଦ୍ୟୋଗ ଓ କ୍ୟାରିଅର ହବ (UECH) ଗତ ସପ୍ତାହଠାରୁ ଏକ ୱେବିନାର ସିରିଜ ଆରମ୍ଭ ହୋଇଛି | ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ସହଯୋଗୀତାରେ ଆୟୋଜିତ ହେଇଥିବା ଏହି ୱେବିନାରରେ ଆଜି ଭୁବନେଶ୍ୱର ଆଇଆଇଟିର ଡିନ୍ ପ୍ରଫେସର ସରୋଜ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ହିଁ ସଙ୍କଟର ମୁକାବିଲା ପାଇଁ ବାଟ ଦେଖାଇବ |
ଏହି ୱେବିନାରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇଥିଲେ | ଏହି ୱେବିନାରରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ବର୍ତ୍ତମାନ ସମଗ୍ର ବିଶ୍ୱ କୋରୋନା ବିପର୍ଯୟର ସାମନା କରୁଛି | ବିଶ୍ୱର ସମସ୍ତ ବ୍ୟବସ୍ଥା ବଦଳୁଛି ଏବଂ ବେଶ କିଛି ସମୟ ପର୍ଯ୍ୟନ୍ତ ଏହିପରି ରହିବ, ଏହା ହିଁ ବାସ୍ତବତା | ଯଦି ଜୀବିକା ସଙ୍କଟର କୌଣସି ସମାଧାନ ବାହାର ନକରାଯାଏ ତେବେ ପାଖାପାଖି ୧.୧ ବିଲିୟନ ଲୋକ ନିଜର ଜିବୀକା ହରାଇପାରନ୍ତି ଏବଂ ୨ ବିଲିୟନ ଜନତା ଭୋକ ସହ ସଂଘର୍ଷ କରିପାରନ୍ତି | ସମସ୍ତ ସଙ୍କଟ ଆହ୍ବାନ ସହ ସୁଯୋଗ ମଧ୍ୟ ଉପସ୍ଥାପନ କରିଥାଏ, ପ୍ରଫେସର ନାୟକ କହିଥିଲେ | ଏହି ସଙ୍କଟରୁ ମୁକ୍ତି ପାଇଁ ଏକ ସ୍ଥାୟୀ, ବିକେନ୍ଦ୍ରୀକରଣ ଏବଂ ମାପନୀୟ ଆଭିମୁଖ୍ୟ ରହିବା ଆବଶ୍ୟକ | ଟେକ୍ନୋଲୋଜିକୁ ସର୍ବଦା ପ୍ରକୃତି ବିରୁଦ୍ଧରେ ଯିବା ଆବଶ୍ୟକ ନୁହେଁ କହିଥିଲେ ପ୍ରଫେସର ସରୋଜ ନାୟକ |
ସେ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ସନ୍ଧାନ ଉପରେ ଆଲୋକପାତ କରିଥିଲେ | ଏହି ତଥ୍ୟ କୁହେ ଯେ ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ୨.୪ ପ୍ରତିଶତ ଅଧିକ ଜିଡିପି ଅଭିବୃଦ୍ଧି ଆଣିପାରିବ | ପ୍ରଫେସର ନାୟକ KARMA (Kalinga Renewable Energy ମାନୁଫାକଟୁରର୍ସ)ନାମକ ଏକ ଷ୍ଟାର୍ଟଅପର ସହ ପ୍ରତିଷ୍ଠାତା ଅଟନ୍ତି | ସୋଲାର ଶକ୍ତି ପରିଚାଳିତ ଛୋଟ UPS ରୁ ଆରମ୍ଭ କରିଥିବା ଉଦ୍ୟୋଗ ବର୍ତମାନ ସୋଲାର ଶକ୍ତି ପରିଚାଳିତ ପାଣିପମ୍ପ ଓ ମତ୍ସ୍ୟଜୀବୀ ମାନେ ବ୍ୟବହାର କରୁଥିବା ସୋଲାର ଏରେଟର ନିର୍ମାଣ କରୁଛି | ଏହି ଅବସରରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଉଦ୍ୟୋଗୀକୁ ବିଫଳତାର ସାମନା କରିବାକୁ ପ୍ରସ୍ତୁତ ରହିବା ଜରୁରୀ | ବିଫଳତାକୁ ଆଲିଙ୍ଗନ କରିହିଁ ସଫଳତା ପାଇହେବ | ପ୍ରଫେସର
ସବିତା ଆଚାର୍ଯ୍ୟ ତାଙ୍କର ବକ୍ତବ୍ୟରେ କହିଥିଲେ ଜୀବନଜୀବିକା କୋଭିଡ ପରା ସମୟର ସବୁଠାରୁ ବଡ ସମସ୍ୟା ହେବ | ଦେଶର ଅର୍ଥନୀତିକୁ ଆଗେଇ ନେବା ନିହାତି ଜରୁରୀ |
ଆଜି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର କର୍ମମୟ ଜୀବନର ଶେଷ ଦିବସ ଥିଲା | ଏହି ଅବସରରେ ତାଙ୍କୁ ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ବିଦ୍ୟାର୍ଥୀମାନେ ବିଦାୟ ସମ୍ବର୍ଧନା ଦେଇଥିଲେ | କୁଳପତି ତାଙ୍କୁ ଅଶେଷ ଧନ୍ୟବାଦ ଦେଇ କହିଥିଲେ ଯେ ତାଙ୍କର ନେତୃତ୍ୱରେ ପିଜି କାଉନସିଲ ନୂତନ ଉଚ୍ଚତାରେ ପହଞ୍ଚିଛି | ତାଙ୍କ କର୍ମମୟ ଜୀବନର ଅବସାନ ପରେ ଏକ ନୂତନ ଅଧ୍ୟାୟ ପାଇଁ ଶୁଭକାମନା ଦେଇଥିଲେ |
Post a Comment