loading...

ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ।

ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ।

ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ।
google


ଭୁବନେଶ୍ବର :୦୧/୦୫-ବିଶ୍ୱ ବ୍ୟାପୀ କୋ ଭିଡ଼ –୧୯ ସଂକ୍ରମଣ ଭଳି ଏକ ଅସ୍ବାଭାବିକ ପରିସ୍ଥିତିର ସଫଳ ମୁକାବିଲ ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ଅସୀମ ଧୈର୍ଯ୍ୟ, ଦୃଢ଼ ନେତୃତ୍, ଦୁରଦର୍ଶୀ ଯୋଜନା ଆବଶ୍ୟକ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ରାଜ୍ୟରେ କେହି ଜଣେ ଗରିବ ଲୋକ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଏହାର ଅନୁପାଳନକୁ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନେ ଅଗ୍ରାଧୁକାର ଭିର୍ଭରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । 

ଆଜି ପୂର୍ବାହନରେ ଲୋକସେବା ଭବନଠାରେ ଆୟୋଜିତ ଭିଡ଼ିଓ କପରେସିଂ ବୈଠକ ଜରିଆରେ ଜିଲ୍ଲାପାଳମାନଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲକଡାଉନ ପରିସ୍ଥିତିରେ ଜିଲ୍ଲାରେ ରବିଧାନ ସଂଗ୍ରହ ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପଭାର ସଦ୍ୟତମ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ରବିଧାନ ଅମଳ ଓ ସଂଗ୍ରହ କାର୍ଯ୍ୟରେ ଶ୍ରମିକମାନଙ୍କର ଆନ୍ତଜିଲ୍ଲା ଯାତାୟତ ଓ ହାରଭେଷ୍ଟର ବ୍ୟବହାର ନିମନ୍ତେ କୌଣସି ପ୍ରତିବନ୍ଧକ ହଟାଇବା ପାଇଁ ସ୍ଥାନୀୟ ବିଧାୟକ, ଜନ ପ୍ରତିନିଧ, କୃଷକ ସଂଗଠନ ଓ ସାମାଜିକ ସଂଗଠନର ପ୍ରତିନିଧୁମାନଙ୍କ ସହିତ ବୈଠକ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବୈଠକରେ ଗରିବ, ଦୁଃୟ ଓ ବାଦ୍ ପଡ଼ିଥିବା ହିତାଧୁକାରୀମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତୁରନ୍ତ ଶେଷ କରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କୋ ଭିଡ– ୧୯ ପରିପ୍ରେକ୍ଷୀରେ ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଶାର ଶ୍ରମିକମାନଙ୍କ ଖାଦ୍ୟ ସୁରକ୍ଷାକୁ ମଧ୍ୟ ନିଶ୍ଚିତ କରାଯିବା ପାଇଁ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ।

ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଓଡ଼ିଶାର ଜୀବନ ରେଖା ଏବଂ କୃଷକମାନଙ୍କର ରୋଜଗାରର ମୁଖ୍ୟ ମାଧ୍ୟମ ହୋଇଥୁରୁ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ କହିଥିଲେ । ଧାନ ଅମଳ ନିମେନ୍ତ ଆନ୍ତଃଜିଲ୍ଲା ଶ୍ରମିକ ଯାତାୟତ ନିମନ୍ତେ ସକ୍ତ ଜିଲ୍ଲାପାଳମାନେ ସମନ୍ବୟ ରକ୍ଷା କରି ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଶ୍ରୀ ତ୍ରିପାଠୀ କହିଲେ । ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧୁକାରୀମାନଙ୍କୁ ତ୍ରୈମାସିକ ଆଗୁଆ ରାସନ ସାମଗ୍ରୀ ଏକକାଳୀନ ପ୍ରଦାନ ଏବଂ ରାସନକାର୍ଡଧାରୀ ପିଛା ୧୦୦୦ ଟଙ୍କା ନଗଦ ଅର୍ଥ ବଣ୍ଟନ କାର୍ଯ୍ୟକୁ ମେ ୫ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧୁକାରୀଙ୍କୁ ବିନାମୂଲ୍ୟରେ ଚାଉଳ, ଡାଲି କାର୍ଯ୍ୟକୁ ତ୍ବରାନ୍ବିତ କରି ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସୂଚନା ପ୍ରଦାନ କରିବା ଅବସରରେ କହିଲେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ ମେ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେଉଥିବା ଦୃଷ୍ଟିରୁ କୋ ଭିଡ ସଂକ୍ରମଣ ଏଡାଇବା ନିମନ୍ତେ ସାମାଜିକ ଦୂରତା ଓ ଜାରି କରାଯାଇଥିବା ମାର୍ଗ ଦର୍ଶକା କଡ଼ାକଡ଼ି ଭାବରେ ଅନୁପାଳନ କରାଯିବ । ଏଥି ସହିତ ନାମ ପଞ୍ଜିକୃତ କରିଥିବା ଚାଷୀମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଆଦିର ଯାଞ୍ଚ ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଭିଡ଼ ଏଡ଼ାଇବା ପାଇଁ ମଣ୍ଡି ସବୁଦିନ ଖୋଲା ରହିବ । ଖରିଫ୍ ଧାନ ସଂଗ୍ରହ ଭଳି ଚଳିତ ରବି ଧାନ ସଂଗ୍ରହ କାର୍ଯ୍ୟ ଆଗୁଆ ଟୋକେନ, ପି-ପାସ୍ ଜରିଆରେ କରାଯିବ ବୋଲି ଶାସନ ସଚିବ ଶ୍ରୀ ଯାଦବ କହିଥିଲେ । କୋଭିତ୍ – ୧୯ ପରିସ୍ଥିତିରେ ରାଜ୍ୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଉଲ୍ଲେଖନୀୟ କାର୍ଯ୍ୟ । କରୁଥିବାବେଳେ ଧାନ ସଂଗ୍ରହ କାର୍ଯ୍ୟ ଗ୍ରାମାଞ୍ଚଳର ମହିଳାମାନଙ୍କର ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିଛି  । ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ବୈଠକରେ କହିଥିଲେ । 

ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟରେ ୯୭ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରୁଛନ୍ତି । ସମୟ ଫକୀକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆଗୁଆ ଟୋକେନ୍ ପ୍ରଦାନ କରାଯିବ । ଧାନ ପରିବହନ ନିମନ୍ତେ ପର୍ଯ୍ୟାପ୍ତ ଗାଡ଼ି ଯେପରି ଉପଲବ୍ଧ ହୋଇପାରିବ ସେଥ ନିମନ୍ତେ ଟ୍ରକ ମାଲିକମାନଙ୍କ ସହିତ ଆଗୁଆ ବୈଠକ କରିବାକୁ କୁହାଯାଇଛି । କୋଭିତ୍ —୧୯ ସଂକ୍ରମଣକୁ ଦୃଷ୍ଟିରେ ରଖ୍ ଚାଷୀ ବିକିବାକୁ ଥୁବା ସମସ୍ତ ଧାନକୁ ଏକ ଥରରେ ସଂଗ୍ରହ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଜିଲ୍ଲା ଯୋଗାଣ ଅଧୁରୀ, ଡିଆସିଏସ୍, ଏଆରସିଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget