loading...

ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଵତନ୍ତ୍ର ରେଳସେବା ଆରମ୍ଭ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ।

ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଵତନ୍ତ୍ର ରେଳସେବା ଆରମ୍ଭ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ।

ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଵତନ୍ତ୍ର ରେଳସେବା ଆରମ୍ଭ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ।

ଭୁବନେଶ୍ୱର :୦୧/୦୫- ବୈଶ୍ବିକ ମହାମାରୀ କରୋନାଜନିତ ଲଡାଉନ୍ କାରଣରୁ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ନିଜ ନିଜ ଘରକୁ ଫେରିବା ପାଇଁ ପ୍ରସ୍ତୁତଥିବା ଏହି ଶ୍ରମିକମାନେ ଯାନବାହନ ଚାଲୁନଥିବା କାରଣରୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ରାଜ୍ୟ ସରକାର ମାନଙ୍କ ଅନୁରୋଧକୁ ସ୍ବୀକାର କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ରେଳ ବିଭାଗ ବିଶେଷ ଟ୍ରେନ ଚଳାଚଳ ଆରମ୍ଭ କରିଛି । 

ପାଇଲଟ୍ ପ୍ରୋଜେକ୍ଟ ଭାବେ ତେଲେଙ୍ଗାନାରୁ ଝାଡଖଣ୍ଡକୁ ଏବଂ ଅନ୍ୟ ଏକ ଟ୍ରେନ ଗୁଜୁରାଟରୁ ବିଶେଷ ଟ୍ରେନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ, ଉପଲବ୍ଧ କରି କେନ୍ଦ୍ର ସରକାର ରେଳବାଇକୁ ସର୍ବଭାରତୀୟ ସ୍ତରରେ ପଏଣ୍ଟ-ଟୁ-ପଏଣ୍ଟ ଟ୍ରେନ ନନ୍ ଷ୍ଟପ୍ ଚଳାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପଟେ କରୋନାଜନିତ ଲକ୍ ଡାଉନ୍ କାରଣରୁ ଦେଶର ବହୁ ଶିଜାନୁଷ୍ଠାନ ବନ୍ଦ ହୋଇ ପଡିଛି । ଏହାର ପ୍ରଭାବରେ ରାଜ୍ୟର ଲକ୍ଷାଧୁକ ଶ୍ରମିକ ଭାରତବର୍ଷର ବିଭିନ୍ନ ସ୍ଥାନରେ ବନ୍ଦୀ ଜୀବନ ଯାପନ ଅତିବାହିତ କରୁଥିବା ଦ୍ଵାରା ନିଜ ଭିଟାମାଟିକୁ ଫେରି ଆସିବା ପାଇଁ ବ୍ୟାକୁଳ ହେଉଛନ୍ତି । ଏହି ବ୍ୟାକୁଳତାକୁ ଅନୁଭବ କରି ଉଭୟ ରାଜ୍ୟ ସରକାରଙ୍କ ସମ୍ମତିକ୍ରମେ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଛି । 

ସମସ୍ତ ଲକ୍ ଡାଉନ୍ ନୀତି ନିୟମକୁ ପାଳନ ମାଧ୍ୟମରେ ଏହି ପଥକୁ ସୁଗମ କରିବା ପାଇଁ ୨ ଜଣ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗକ୍ରମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ରାଜ୍ୟସରକାରଙ୍କ ସହ ଆଲୋଚନା କରିଥିଲେ । ଫଳସ୍ଵରୁପ ଆଜି ପ୍ରଥମ ଚରଣରେ କେରଳରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନେ ଟ୍ରେନ ଯୋଗେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ଆଗାମୀ ଦିନରେ ଅନ୍ୟ ପ୍ରବାସୀ ଓଡିଆମାନେ ମଧ୍ୟ ଏହି ସୁବିଧା ପାଇବା ସହ ସୁବିଧାରେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ । ଆଜି ଭଳି ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସ୍ଵାଗତ କରିବା ସହ ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାକୁ ଧନ୍ୟବାଦ୍ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget