ଭୁବନେଶ୍ୱର ୦୧/୦୫- କରୋନାକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଚାଲିଥିବା ବେଳେ ସାଧାରଣ ଲୋକମାନେ ଯେତେବେଳେ ଘର ଭିତରେ ଅଛନ୍ତି ସେମାନଙ୍କର ସୁରକ୍ଷା ଲାଗି ଜୀବନକୁ ବାଜି ଲଗେଇ ପୋଲିସ୍ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଲାଗି ପଡ଼ିଛନ୍ତି ।
ସେହି ଆଗଧାଡ଼ିର ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପାଇଁ ତଥା ପ୍ରୋତ୍ସାହିତ କରିବା ପାଇଁ ଆଗକୁ ଆଗେଇ ଆସିଛନ୍ତି ନାଲକୋ ମହିଳା ସମିତି ଏବଂ ନାଲକୋ ଫାଉଣ୍ଡେସନର ସଦସ୍ୟ ମାନେ ଆଜି ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ସଂପାଦିକା ଶ୍ରୀମତୀ ପ୍ରତିଭା ମିଶ୍ରଙ୍କ ତତ୍ବାବଧାନରେ ଏହାର ସଦସ୍ୟ ମାନେ ତଥା ନାଲକୋ ଫାଉଣ୍ଡେସନ୍ ଏବଂ ନାଲକୋର ଅଧୁକାରୀମାନଙ୍କ ସହାୟତାରେ ଭୁବନେଶ୍ୱର ସହରର ବିଭିନ୍ନ ଛକମାନଙ୍କରେ, ଯଥା ୧୨୦ ବାଟାଲିୟନ୍ ଛକ, ନାଲକୋ ଛକ, ଡମଣା ଛକ ଆଦି ସ୍ଥାନ ମାନଙ୍କରେ କାର୍ଯ୍ୟରତ ଥୁବା ପୋଲିସ୍ କର୍ମଚାରୀ ମାନଙ୍କୁ ପ୍ରାୟତଃ ୧୫୦୦ ରନ୍ଧା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ସାତ ଦିନ ଧରି ଏହି ବଣ୍ଟନ କାର୍ଯ୍ୟ ଚାଲୁ ରହିବ ବୋଲି ଜଣା ପଡ଼ିଛି ।
Post a Comment