loading...

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ୪ ବର୍ଷ କୋଟି କୋଟି ମହିଳାଙ୍କ ଭାଗ୍ୟ ବଦଳାଇଛି ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଲେ ହିତାଧୁରୀ ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାକୁ ୪ ବର୍ଷ କୋଟି କୋଟି ମହିଳାଙ୍କ ଭାଗ୍ୟ ବଦଳାଇଛି ।

ନୁଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିଥିବାରୁ ଘରୁ ବାହାରି ହେଉନାହିଁ । ବାହାରକୁ ଯାଇ କିଛି ଜିନିଷ ଆଣି ହେଉନି । । ଏମିତି ସମୟରେ ନରେନ୍ଦ୍ର ମୋଦୀ ସରକାର ଉଜ୍ଜଳା ଯୋଜନାରେ ଆମକୁ ତିନି ମାସର ଗ୍ୟାସ ସିଲିଣ୍ଡର ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଗ୍ୟାସ ସିଲିଣ୍ଡର ଆମେ ପାଇଲୁଣି। ଏଠାକାର ଅନ୍ୟମାନେ ମଧ୍ୟ ପାଇଛନ୍ତି । ଏହି ଗ୍ୟାସରେ ଦୁଇ ଓଳି ଖାଇବା ରାନ୍ଧିବାଢ଼ି ପିଲାମାନଙ୍କୁ ଓ ପରିବାରର ସମସ୍ତଙ୍କୁ ଦେଇପାରୁଛି । ସେଥିଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, 

ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଜିଲ୍ଲା ବୋମାଲୋଇ ଅଂଚଳର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜନୈକା ହିତାଧିକାରୀ କାଂଚନ ରଣା। । ଖାଲି କାଂଚନ ନୁହନ୍ତି, ମାଲକାନଗିରିର ଜୟନ୍ତୀ ବୈଦ୍ୟ, ଦେବଗଡ଼ର ସୁଜାତା କିସାନ, କେନ୍ଦୁଝରର କୁନ୍ତଳା ବେହେରା, ଚମାବତୀ ବେହେରା, ଗଜପତି ଜିଲ୍ଲା ଗୁମା ଅଂଚଳର ସୁଲୋଚନା କାଉଁରୀ, କେନ୍ଦୁଝରର ଅମିକା ମହାକୁଡ଼ ପ୍ରମୁଖ ମଧ୍ୟ ସମାନ ଧରଣର ପ୍ରତିକ୍ରିୟା ରଖିଛନ୍ତି । ଏମାନେ ବି ଜଣେ ଜଣେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀ ଏପ୍ରିଲ ମାସର ଗ୍ୟାସ ସିଲିଣ୍ଡର ବିନା ମୂଲ୍ୟରେ ପାଇବା ପରେ ମନର ଖୁସି ଜାହିର କରିଛନ୍ତି । କଷ୍ଟ ସମୟରେ ସେମାନଙ୍କର ଅସୁବିଧା ଲାଘବ ପାଇଁ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର । ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ଏମାନେ ନୁହନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡ଼ିଶାର ୨୬.୬ ଲକ୍ଷ ମହିଳା ହିତାଧିକାରୀ ଉପକୃତ ହୋଇଛନ୍ତି । ଏମାନେ ସମସ୍ତେ ଏପ୍ରିଲ ମାସ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର ପାଇଛନ୍ତି । ସମସ୍ତେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଥିବା ମୋଟ ୮୮.୫ ଲକ୍ଷ ଏଲପିଜି ହିତାଧିକାରୀଙ୍କ ମଧ୍ୟରୁ ୪୭.୫ ଲକ୍ଷ ଉଜ୍ଜଳା ଯୋଜନା ହିତାଧୂରୀ ରହିଛନ୍ତି ।

ମେ ପହିଲାରେ ଉଜ୍ଜଳା ଯୋଜନାକୁ ୪ ବର୍ଷ ପୂରିଛି । ସାରା ଦେଶରେ ଥିବା ୨୭ କୋଟି ୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୮ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀ ରହିଛନ୍ତି । ଏପ୍ରିଲ ୨୦୨୦ରେ ୪.୫୩ କୋଟି ହିତାଧୁକାରୀଙ୍କୁ ମାଗଣାରେ ଗ୍ୟାସ ରିଫିଲ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୨୦୧୬ ମସିହା ମେ ୧ ତାରିଖରେ ଆରମ୍ଭ ହୋଇଥିଲା ଯୁଗାନ୍ତକାରୀ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ରୋଷେଇ ଘରକୁ ଧୂଆଁମୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନାରେ ଗରିବ ମହିଳାମାନଙ୍କ ନାମରେ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିର୍ଣ୍ଣୟ କରିଥିଲେ । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ବିଗତ ୪ ବର୍ଷ ମଧ୍ୟରେ ଅନେକ କୀର୍ତିସ୍ତମ୍ଭ ସ୍ଥାପନ କରିଛି । ଦେଶର ୮ କୋଟିରୁ ଉର୍ଦ୍ଧ ଗରିବ ମହିଳାଙ୍କ ଭାଗ୍ୟ ପରବର୍ତନରେ ସହାୟକ ହୋଇଛି । ଖାଲି ଦେଶରେ ନୁହେଁ, ସାରା ବିଶ୍ବରେ ଏବେ ଏହି ଯୋଜନାକୁ ନେଇ ଚର୍ଚ୍ଚା ହେଉଛି । ବିଭିନ୍ନ ଅନ୍ତର୍ଜାତୀୟ ଅଧ୍ୟୟନ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗ୍ୟାସ ଚୁଲାରେ ରୋଷେଇ କରିବା ଦ୍ଵାରା ଦେଶର ଗରିବ ମହିଳାମାନେ ପାରମ୍ପରିକ ଜାଳେଣି ଚୁଲିରେ ରୋଷେଇ କରିବାରୁ ମୁକ୍ତି ପାଇଛନ୍ତି । ଧୂଆଁମୁକ୍ତ, ସୁସୁ ପରିବେଶ ମଧ୍ୟରେ ରୋଷେଇ କରିବା ଫଳରେ ସେମାନଙ୍କ ସାହ୍ୟାରେ ଉଲ୍ଲେଖନୀୟ ସୁଧାର ଆସିପାରିଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସକ୍ରିୟ ତତ୍ବାବଧାନରେ ଏହି ଯୋଜନା ଦେଶବ୍ୟାପୀ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିଛି । 

ଖାଲି କାଗଜପତ୍ରରେ ନୁହେଁ ତୃଣମୂଳ ସ୍ତରରେ ଉଜ୍ଜଳା ଯୋଜନାର ସଫଳତା ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ପ୍ରେରଣା ସାଜିଛି । ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଏଥିଯୋଗୁ ଦେଶର ଗରିବମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ଦେଶର ୮ କୋଟି ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ପାଇଁ ମାଗଣାରେ ତିନି ମାସ ପାଇଁ ଗ୍ୟାସ ରିଫିଲ ଦିଆଯିବାକୁ ଘୋଷଣା କରାଯାଇଛି । ଇତିମଧ୍ୟରେ ଅଧିକାଂଶ ହିତାଧୁକାରୀଙ୍କୁ ପ୍ରଥମ ମାସ (ଏପ୍ରିଲ) ପାଇଁ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଇସାରିଛି । ଲକଡାଉନ ସତ୍ତ୍ୱେ ତୈଳ ବିପଣନ କମ୍ପାନୀର ଅଧିକାରୀ, କର୍ମଚାରୀ, ଗ୍ୟାସ ବିତରକ, ବିତରଣ କର୍ମଚାରୀମାନେ ନିରନ୍ତର ଭାବେ ସମସ୍ତ ଉପଭୋକ୍ତାଙ୍କ ସମେତ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ସେବା ଯୋଗାଣ ଜାରି ରଖିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget