ଭୁବନେଶ୍ୱର : ୩୧/୦୩- କୋରୋନା ମହାମାରୀ ସମୟରେ ସାରା ଦେଶ ଏବେ ଲଢୁ ଥିବାବେଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଆହ୍ବାନରେ ଭୁବନେଶ୍ଵର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ ଜିଲ୍ଲା ପକ୍ଷରୁ ବିଭିନ୍ନ ଅଂଚଳରେ କଟକଣା ସମୟରେ ସହରରେ ଯେଭଳି କୌଣସି ଅସହାୟ ଲୋକ ଖାଦ୍ୟାଭାବ ତଥା ଅନ୍ୟ କୌଣସି ଭାଟରେ ଅସୁବିଧାର ସମ୍ମୁଖୀନ ନହୁଏ ସେଥିପତି ଭାରତୀୟ ଜନତା ପାର୍ଟି ସମୟ କାର୍ଯ୍ୟକର୍ତ୍ତା ସାହାଯ୍ୟର ମନବୃଦ୍ଧି ନେଇ ସେମାନଙ୍କୁ ସାହାଯ୍ୟ କରିବାକୁ ଓହ୍ଲାଇ ଆସିଛନ୍ତି ।
ଭୁବନେଶ୍ଵର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଅଭିଶେକ ଆଚାର୍ଯ୍ୟ, ରଶ୍ମିରଞ୍ଜନ ମୁଦୁଲି, ଦିଲ୍ଲୀପ ବେହେରା, ବସନ୍ତ ରାଉତ, ଶିବାସିଷ ମହାନ୍ତି, ଅଭିଶେକ ପରିଡାଙ୍କ ସମେତ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ଭୁବନେଶ୍ଵରର ସମୟ ଅଂଚଳରେ ଅସହାୟ ବ୍ୟକ୍ତିମାନଙ୍କୁ ଦିନରାତି ରହିବା ଏବଂ ଖାଇବାର ବ୍ୟବସ୍ଥା କରାଇଥିଲେ । ସେମାନଙ୍କୁ ରନ୍ଧା ଖାଦ୍ୟ,ମାୟ, ସାନିଟାଇଜର ସହିତ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିଥିଲେ । ଏକାସ ଭୁବନେଶ୍ବର ଅଚଳରେ ବାବୁ ସିଂଙ୍କ ସଂଯୋଜନରେ ଜିଲ୍ଲା ସଂପାଦିକା ତୃପ୍ତିମୟୀ ମକଦ୍ଦମ, ସୁରେନ୍ଦ୍ର ପ୍ରଧାନ ଏହି କୋନା ମହାମାରୀ ସମୟରେ ସଫେଇ ପ୍ରଦାନ କରୁଥିବା କର୍ମଚାରୀମାନଙ୍କୁ ଜଳପାନ ସହ ଖାଦ୍ୟ ପୁଡିଆ ବଣ୍ଟନ କରିବା ସହ ସନ୍ଧତା ତଥା ସାମାଜିକ ଦୂରତା ଏବଂ ଏହି ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ ।
ସେହିପରି ଶ୍ରୀକୃଷ୍ଣ ମଧଳର ସଂଯୋଜକ ଅଞ୍ଜନ ନାଥ ସାଲିଆ ସାହି ଏବଂ ଭରତପୁର ଅଂଚଳରେ ଥିବା ବସିରେ ଲୋକମାନଙ୍କୁ ସଚେତନ କରାଇବା ସହ ଖାଦ୍ୟ ବଣ୍ଟନ କରିଥିଲେ । ସେହି ଅଂଚଳର ଶୁଶାନ୍ତ ସାବତ, ମାନସୀ ମଞ୍ଜରୀ ରାୟ, ଅଶୋକ ସେଠୀ, ଚିମ ରାଉତ, ସାନ୍ତନୁ ମହାନ୍ତି, ଜ୍ୟୋତି ରଞ୍ଜନ ରାଉତରାୟ, ପରେଶ ପାତ୍ର, ଦିନବନ୍ଧୁ ଦାସ, ପ୍ରତିକ୍ଷା ମହାପାତ୍ର ନିଜେ ହାତରେ ରାନ୍ଧି ନିସହାୟ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଆଗାମୀ ଦିନରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପକ୍ଷରୁ ଏହିପରି ତମାମ ଦିନରାତି ସେବା ମନୋଭାବ ନେଇ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା କାମ କରିବେ ବୋଲି ଜିଲ୍ଲା ସେବା ପ୍ରମୁଖ ତଥା ଜିଲ୍ଲା ସଂପାଦକ ଅଚ୍ୟୁତାନନ୍ଦ ରଣଜିତ୍ ପ୍ରକାଶ କରିଛନ୍ତି ।
Post a Comment