ଜଟଣୀ : ୨୮/୪- ସମଗ୍ର ବିଶ୍ଵରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧୁକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଖାଦ୍ୟ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଦୀର୍ଘ ୨୦ ଦିନରୁ ଉଦ୍ଧ ଦିନ ଧରି ଜଟଣୀ ନାଗରିକ କମିଟି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ବରେ ଶୁଖୁଲା ଖାଦ୍ୟ ବଣ୍ଟନ ଜାରୀରଖୁଥିବା ବେଳେ ଆଜି ଶ୍ରୀବତ୍ସ ପାଠାଗାର ଠାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଜଟଣୀ ସହରକୁ ସଫାସୁତୁରା ରଖୁବାରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଥିବା ସଫେଇ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ,ହାତ ବାରମ୍ବାର ଧୋଇବାସହ ସାମାଜିକ ଦୂରତା କୁ ମାନି ଚଳିବା ପାଇଁ ସଚେତନ ବାର୍ତ୍ତା ଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ (ଆଳୁ,ପିଆଜ, ବାଇଗଣ,ତେଲ,ଅଟା, ଡାଲି, ସାବୁନ,ବିସ୍କୁଟ) ସହ ମାସ୍କ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାପରେ ମୁନିସିପାଲଟି ହସ୍ପିଟାଲ କୁ ଯାଇଁ ହସ୍ପିଟାଲ ସୁପରିଟେଣ୍ଡଟ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଉପସ୍ଥିତିରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସାନିଟାଇଜର,ମାସ୍କ,ସାବୁନ ଇତ୍ୟାଦି ବଣ୍ଟନ କରିଥିଲେ ! ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ସୁଲୁ ରଥ,ଲିଟୁ ଶତପଥୀ, ସମ୍ବିତ ମଙ୍ଗରାଜ, ବାଙ୍ଗଲା ମଲିଆ,କଳିଙ୍ଗ ସାହୁ, ଏମ ଡି ନାଜିଦ, । ରାଜେଦ୍ର ମହାରଣା ଉପସ୍ଥିତ ରହି ସହଯୋଗ କରିଥିଲେ !
Post a Comment