loading...

ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ ସମବାୟ ମାଧମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇଦେବା ଲକ୍ଷ୍ୟ ଧାର୍ଯ୍ୟ

ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ ସମବାୟ ମାଧମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇଦେବା ଲକ୍ଷ୍ୟ ଧାର୍ଯ୍ୟ ।

ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ ସମବାୟ ମାଧମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇଦେବା ଲକ୍ଷ୍ୟ ଧାର୍ଯ୍ୟ
google

ଭୁବନେଶ୍ୱର, ୨୮ ଅପ୍ରେଲ- କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧୁକାରୀମାନଙ୍କୁ କହିଛନ୍ତି । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ଯୁଦ୍ର ଓ ନାମ ମାତ୍ର ହୋଇଥୁବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଛନ୍ତି । 


କେଭିଡ –୧୯କୁ ଦୃଷ୍ଟିରେ ରଖୁ ଫୋକସ୍ ଓ ଲାଗୁଡ଼ିକରେ ସାମାଜିକ ଦୂରତ୍ବ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥୁବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥୁବା । ବେଳେ ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ । ଶ୍ରୀ ସ୍ବାଇଁ କହିଛନ୍ତି । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ପତ୍ର ଲେଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟ ୭୫୦୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେଇଥିଲେ । 

ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ । କରିବା ପାଇଁ କୁହାଯାଇଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥୁବା ଦୃଷ୍ଟିରୁ ହିତାଧୁକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ ଏବଂ ଏହାକୁ କିଷାନ କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ଏବଂ ମଞ୍ଜୁରୀପ୍ରାପ୍ତ ଋଣ ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରାଯିବ । ଏଥୁରେ ଖୁଲାଫ ହେଲେ ତାହା ବେନିୟମ ବୋଲି ବିବେଚନା କରାଯିବ । କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟ ସମେତ ସାରା ଦେଶରେ ଲକଡାଉନ ଜାରି କରାଯାଇଥୁବା ପରିପ୍ରେକ୍ଷୀରେ ଫାକସ୍ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ସ୍ପମିଆଦୀ କୃଷି ଋଣ ଅନୁମୋଦନ ଏବଂ ପ୍ରଦାନ ଅଫଲାଇନ ମାଧ୍ୟମରେ କରିବା ନିମନ୍ତେ ଅନୁମତି ଦିଆଯାଇଛି । 

ଏହା ଖରିଫ ୨୦୨୦ ଋତୁ ଶେଷ ୩୦.୦୯.୨୦୨୦ ପର୍ଯ୍ୟନ୍ତ କରାଯାଇପାରିବ । ଋଣ ଅନୁମୋଦନ ଓ ପ୍ରଦାନ ସମୟରେ ପ୍ୟାକସ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାଗୁଡ଼ିକରେ ସାମାଜିକ ଦୂରତ୍ବ ନିମୟକୁ କଡାକଡି ଭାବେ ପାଳନ କରାଯିବ । ପାଞ୍ଚଜଣରୁ ଅଧୁକ ଏକତ୍ରିତ ହୋଇପାରିବେ ନାହିଁ । ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ । ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ରଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ୫୦,୦୦୦ ଟଙ୍କାରୁ ଅଧୁକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ରଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡିବ । ଫସଲ ଋଣ ପରିଶୋଧ କରିବା ସମୟ ସୀମା ପ୍ରଥମ ଋଣ ଉଠାଣ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ ରଖାଯାଇଛି । ତେବେ ଆଖୁ, କଦଳୀ ଚାଷ ଭଳି ଦୀର୍ଘ ସମୟ ଲାଗୁଥୁବା ଚାଷ କାର୍ଯ୍ୟ ନିମନ୍ତେ ଋଣ ପରିଶୋଧ ସମୟ ସୀମା ୧୮ ମାସ ରଖାଯାଇଛି । ଏଥୁସହିତ ସମବାୟ ଋଣ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇନଥୁବା କୃଷକ ପରିବାରଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପୂର୍ବକ ଖରିଫ କୃଷି ଋଣ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଦରଖାସ୍ତ ଦାଖଲ କରିବା ୧୫ ଦିନ ମଧ୍ୟରେ ରୂପେ କିଷାନ କ୍ରେଡିଟ କାର୍ଡ ସହିତ ଋଣ ଅନୁମୋନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯୁଗ୍ଧ ଦେୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ । ପ୍ୟାକସମାନଙ୍କୁ ସେମାନଙ୍କର ମୋଟ ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟର ଅନ୍ତତଃ ୧୦ ପ୍ରତିଶତ ଯୁଗ୍ଧ ଦେୟ ଗୋଷ୍ଠୀମାନଙ୍କୁ ପ୍ରଦାନ କିରବା ପାଇଁ ପରାମର୍ଶ ଦିଆଯାଇଛି । ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧୂକାର ପ୍ରଦାନ କରାଯିବ । ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ, କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ଦୀର୍ଘ ମିଆଦୀ କୃଷି ଋଣ ମାଧ୍ୟମରେ ଟ୍ରାକ୍ଟଟର, ପାୱାର ଟିଲର, ପମ୍ପସେଟ୍, ଯୁଦ୍ର ଜଳସେଚନ, କୃଷି ଯନ୍ତ୍ରର ବ୍ୟବହାର, ବୃକ୍ଷରୋପଣ, ଉଦ୍ୟାନ କୃଷି ସମେତ ଆନୁଷଙ୍ଗିକ ଯେତ୍ର ଗୋପାଳନ, କୁକୁଡ଼ା ଚାଷ, ମତ୍ସ୍ୟ ଚାଷକୁ ଅଗ୍ରାଧୁକାର ଭିରିରେ ଋଣ ପ୍ରଦାନ ନିମନ୍ତେ ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏଥୁସହିତ ଫସଲ ଋଣ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗକୁ ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧୁକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget