ଭୁବନେଶ୍ୱର, ୨୮/୪ : ସାରା ବିଶ୍ୱକୁ ଦୋହଲାଇ ଦେଇଛି କରୋନା ଭୂତାଣୁ । ଏଥିପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଗରିବ ଆଦିବାସୀ ଓ ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା ନପାଇ ଦୁଇଓଳି ଦୁଇମୁଠା ଦାନା ଯୋଗାଡ଼ କରିବାକୁ ସେମାନଙ୍କ ପାଇଁ ସାତସପନ ହୋଇପଡ଼ିଲାଣି । ଏଥିପାଇଁ ବହୁ ସେଚ୍ଛାସେବୀ ସଂଗଠନ ଓ ସରକାର ଗରିବଗୁରୁବାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି ।
ଏହି ଅବସରରେ ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ସିଆଳିଆପାଟଣା ଗ୍ରାମର ୫୦୦ରୁ ଉର୍ଭ ଗରିବ ଆଦିବାସୀ ପରିବାରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର କର୍ମୀ ଶିବଶଙ୍କର ସାମନ୍ତରାୟ, ଶିବ କୁମାର ନାଲି, ରାଜେଶ କୁମାର ପରିଡ଼ା, ସତ୍ୟଶଙ୍କର ସାମନ୍ତରାୟ, ସତ୍ୟସୁନ୍ଦର ଛୋଟରାୟ, ଅମିତ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Post a Comment