ଭୁବନେଶ୍ଵର :୨୮/୦୪ - କରୋନା ଭୂତାଣୁର ପ୍ରଭାବକୁ ପ୍ରତିହତ କରିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ ତାଲାବନ୍ଦ ଓ ସାମାଜିକ ଦୂରତ୍ବ ବଜାୟ ରଖୁବା ନିଷ୍ପତିକୁ ସମ୍ମାନ ଜଣାଇ ଆଜି ମଧୁବାବୁଙ୍କ ୧୭୫ତମ ଜୟନ୍ତୀକୁ ଉତ୍କଳ ସଳନୀ କେନ୍ଦ୍ରୀୟ କମିଟି ଅନଲାଇନ ସ୍ମତି ସଭା ମାଧ୍ୟମରେ ପାଳନ କରିଅଛି ।
ସ୍ୱାଭିମାନୀ ଓଡ଼ିଆ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ପଦୋଦ୍ୟ ଓଡ଼ିଆ ଜାତି ପାଇଁ ସ୍ବଦ୍ଧିତ ଉଚ୍ଚାରଣ । ଭାଷା ଗୋଟିଏ ଜାତିର ଆତ୍ମା ଓ ସ୍ବତନ୍ତ୍ର ପରିଚୟ । ମାତୃଭାଷାର ଆଦର ଓ ଅନୁକରଣରେ ବ୍ୟବହାର ଏକାନ୍ତ ଆବଶ୍ୟକ । ଭାଷା କୁ ନେଇ ସ୍ଵାଭିମାନୀ ହୋଇ ବଞ୍ଚିବା, ବଢିବା ଓ ନୂଆ ଗଢିବା ପରି ଆଚରଣ କେବଳ ମଧୁବାବୁଙ୍କ ଠାରେ ପ୍ରଯୁଜ୍ୟ । ସମ୍ମିଳନୀ ର ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ଭାଷାରେ ସୁରେନ୍ଦ୍ର ମହାନ୍ତିଙ୍କ ଲିଖୁତ ଉପନ୍ୟାସଦ୍ୟ "ଶତାବ୍ଦୀର ସୂର୍ଯ୍ୟ" ଓ " କୁଳବୃଦ୍ଧ " ବାସ୍ତବରେ ମଧୁବାବୁଙ୍କର ଚରିତ୍ର ଚିତ୍ରଣର ରୂପରେଖ ପାଠପଢିବା , ଘୋଡ଼ା ଚଢିବା, ମଧୁବାବୁ ସଂଗେ ଲଢ଼ିବା ପରି ପଦ ଆଜି ମଧ୍ୟ ଆମ ସ୍ୱତି କୁ ରୋମନ୍ଥନ କରେ ଏବଂ ଅତୀତର ସ୍ବାଭିମାନପୂର୍ଣ୍ଣ ଗାଥାକୁ ମନେ ପକାଇ ଦିଏ ଜଣେ ବିଚକ୍ଷଣ ଓକିଲ ଭାବେ ତାଙ୍କର ଉଦାହରଣ ସର୍ବତ୍ର ଗ୍ରହଣୀୟ ।
ଉନ୍ନୟନ ନାମରେ ରାସ୍ତାଘାଟ, ଘରବାଡ଼ି, ବନ୍ଧବାଡ଼, ଯେତେଯାହା ନିର୍ମାଣ କଲେ ମଧ୍ୟ ରାଜ୍ୟ ଭାଷା ବିହୀନ ହେଲେ ସେସବୁକୁ ଉନ୍ନତିର ମାପକାଠି ଭାବେ ଗ୍ରହଣ କରାଯାଇ ନପାରେ ବୋଲି ଶ୍ରୀ ଚିନ୍ମୟ ବୋଡ଼େ ମତପ୍ରକାଶ କରିଥିଲେ । କେବେ ଭିଜି କରି ହୁଏନାହିଁ । ମାତୃଭାଷା ଜାତିର ଆତ୍ମା,ସ୍ଵାଭିମାନ ତଥା ସ୍ବତନ୍ତ୍ର ଜାତିର ପରିଚାୟକ । ଏହାଥୁଲା ଇଂ ଜିତେନ୍ଦ୍ର ପାଢ଼ୀଙ୍କ ମତ | ସାଧୁତା ଏବଂ ସଚୋଟତାର ଅନୁଗାମୀ ହୋଇଥିବାହେତୁ ଶେଷରେ ମଧୁବାବୁଙ୍କୁ ଦେବାଳିଆ ହୋଇ ଉତ୍କଳ ଟାନେରୀ ସମେତ ଓଡ଼ିଶା ଆର୍ଟ ୱେୟର୍ସକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଲା । ଉପରୋକ୍ତ ପ୍ରେକ୍ଷାପଟରେ ବିଚାରକଲେ ଜଣେ ସମୃଦ୍ଧ ଓଡ଼ିଆ ଯେ ଜଣେ ସମୃଦ୍ଧ ଭାରତୀୟ ଏବଂ ଗୌରବମୟ ବ୍ୟକ୍ତିତ୍ବର ଅଧୁକାରୀ ଏଥିରେ ସନ୍ଦେହ ନାହିଁ । ତେଣୁ ଉତ୍କଳ ଗୌରବଙ୍କୁ ଭାରତ ଗୌରବ ଭାବରେ ପ୍ରତିଷ୍ଠିତ କରେଇବା ହେଉଛି ଆୟ ସମସ୍ତଙ୍କ କର୍ତ୍ତବ୍ୟ ।
ସାମ୍ପ୍ରତିକ ସ୍ଥିତିରେ କୋଭିଡ- ୧୯ ସମଗ୍ର ବିଶ୍ଵରେ ସୃଷ୍ଟି କରିବା ବିଭୀଷିକାରୁ ବିଶ୍ୱବାସୀଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ ଅନନ୍ତକୋଟି ପ୍ରଣାମ ନିବେଦନ ପାଇଁ ସଭାରେ ଅଧ୍ୟକ୍ଷତା କରିଥୁବା ସମ୍ମିଳନୀର ସଭାପତି ଅବକ୍ତା ବସନ୍ତ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ତାଲାବନ୍ଦ ଭଳି ସ୍ଥିତି ରେ "ଗୁଗୁଲ ଡ଼ିଓ" ପରି ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ମୋବାଇଲ ଫୋନରେ ପ୍ରାୟ ୧୫ ରୁ ଉର୍ଦ୍ଦ ସକ୍ରିୟ କର୍ମକର୍ତ୍ତା ତଥା ଉତ୍ସାହୀ ଓଡ଼ିଆ ଏହିଁ ଅନଲାଇନ ସୂମୃତି ସଭାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. କାଶୀନାଥ ରଥ, ତ୍ରିନାଥ ସାମନ୍ତରାୟ , ପଠାଣି ଜେନା, ଅମିତ କୁମାର ମହାନ୍ତି, ଶେଷଦେବ ସେଠି, ଇଂ. ବିଷଣ ପ୍ରସାଦ ପାଣିଗ୍ରାହୀ, ପଙ୍କଜ କୁମାର ନାୟକ, ଇଂ. ଦିଲ୍ଲୀପ କୁମାର ସ୍ବାଇଁ, ଜିତେଶ ପଣ୍ଡା, ଶିବାନରାୟଣ ପ୍ରମୁଖ ଯୋଗ ଦେଇଥିଲା ବେଳେ ଇଂ. ଜିତେନ୍ଦ୍ର କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଇଂ. ସତ୍ୟଜିତ ନାୟକ ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ଅନଲାଇନରେ ସକାଳ ୮.୩୦ ରୁ ୧୦ଟା ପର୍ଯ୍ୟନ୍ତ ପରିଚାଳନା ତଥା ସଂଯୋଜନା କରିଥିଲେ ।
Post a Comment