loading...

ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ ।

ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ ।

ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ ।
google

ନୁଆଦିଲ୍ଲୀ : ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ । ସର୍ବପ୍ରଥମେ, ଆଇସିଏମଆର ଦ୍ବାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି । କୋଭିଡ-19ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ । ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି । ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି । ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି । ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା । ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖ୍ ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱିଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା । ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା । ୱିଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ 4ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ 1204, 1200, 844 ଓ 60୦ ଟଙ୍କା ଥିଲା । ସେହି ଅନୁରୂପ 60୦ ଟଙ୍କାର ପ୍ରସ୍ତାବକୁ ଏଲ 1 ରୂପରେ ବିଚାର କରାଗଲା । ଇତିମଧ୍ୟରେ, ଆଇସିଏମଆର ସଜିଆଇ ଜରିଆରେ ସିଧାସଳଖ ଚୀନର ୱିଣ୍ଡଫୋ କମ୍ପାନୀ ଠାରୁ ମଧ୍ୟ କିଟ କ୍ରୟ ପାଇଁ ପ୍ରୟାସ କରିଥିଲା । ତଥାପି, ପ୍ରତ୍ୟକ୍ଷ କ୍ରୟରୁ ପ୍ରାପ୍ତ କୋଟେସନରେ ନିମ୍ନଲିତ ପ୍ରସଙ୍ଗ ରହିଥିଲା:

  • ବିନା କୌଣସି ପ୍ରତିବଦ୍ଧତାରେ କୋଟେସନ ଲଜିଷ୍ଟିକ୍ସ ପ୍ରସଙ୍ଗ ଏଫଓବି (ଫ୍ରି ଅନ ବୋର୍ଡ) ଥିଲା । କୋଟେସନ ବିନା ଗ୍ୟାରଂଟିରେ 10୦ ପ୍ରତିଶତ ପ୍ରତ୍ୟକ୍ଷ ଅଗ୍ରୀମ ଆଧାରିତ ଥିଲା । 
  • ସମୟସୀମାକୁ ନେଇ କୌଣସି ଗ୍ୟାରଂଟି ନଥିଲା ।
  • ମୂଲ୍ୟ ହ୍ରାସବୃଦ୍ଧି ନିମନ୍ତେ ଆକାଉଟିଂ ପାଇଁ କୌଣସି ସର୍ତ ବିନା ଦରକୁ ଆମେରିକୀୟ ଡଲାରରେ ରୂପାନ୍ତରିତ କରାଯାଇଥିଲା । ତେଣୁ, ୱିଣ୍ଡଫୋ ପକ୍ଷରୁ ଅଗ୍ରୀମ ପାଇଁ କୌଣସି ସର୍ଭ ରଖାନଯାଇ ଏଫଓବି (ଲଜିଷ୍ଟିକ) ନିମନ୍ତେ ସମାବେଶୀ ଦର ନିର୍ଦ୍ଧାରଣ କରିଥିବାରୁ ଏହାକୁ ଭାରତର ସ୍ବତନ୍ତ୍ର କିଟ ବିତରକ ଭାବେ ନିଯୁକ୍ତ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହା ମନେ ରଖୁବାର ଆବଶ୍ୟକତା ରହିଛି ଯେ ବର୍ତ୍ତମାନସୁଦ୍ଧା ଏଭଳି କିଟ କ୍ରୟ ନିମନ୍ତେ କୌଣସି ଭାରତୀୟ ଏଜେନ୍ସି ପକ୍ଷରୁ ଏହା ଥିଲା ପ୍ରଥମ ପ୍ରୟାସ । ନିଲାମକାରୀଙ୍କ ଦ୍ବାରା ଉଦ୍ଧୃତ କରାଯାଇଥିବା ଦର ହିଁ ଏକମାତ୍ର ସନ୍ଦର୍ଭ ବିନ୍ଦୁ ଥିଲା । କେତେକ ଯୋଗାଣ ପାଇବା ପରେ ଆଇସିଏମଆର ପୁଣିଥରେ କ୍ଷେତ୍ରୀୟ ସ୍ଥିତିରେ ଏସବୁ କିଟଗୁଡ଼ିକର ଗୁଣବତା ଯାଞ୍ଚ କରିଥିଲା । ଏଗୁଡ଼ିକର ପ୍ରଦର୍ଶନକୁ ବୈଜ୍ଞାନିକ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯିବା ପରେ ଅନ୍ୟ କିଟ ତୁଳନାରେ ଏହାକୁ କମ ପ୍ରଭାବକାରୀ ବୋଲି ଜାଣିବା ପରେ ୱିଣ୍ଡଫୋର ଏହି ବିବାଦୀୟ ଅର୍ଡରକୁ ବାତିଲ କରି ଦିଆଯାଇଥିଲା । ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ଯେ ଆଇସିଏମଆର ଏହି ଯୋଗାଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥ ପରିଶୋଧ କରିନାହିଁ । ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯିବା କାରଣରୁ (ଶତ ପ୍ରତିଶତ ଅଗ୍ରୀମ ଅର୍ଥରାଶି ସହିତ କ୍ରୟ କରାନଯିବା) ଭାରତ ସରକାରଙ୍କର ଗୋଟିଏ ଟଙ୍କା ସୁଦ୍ଧା  କ୍ଷତି ହୋଇନାହିଁ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget