ଭୁବନେଶ୍ୱର : ଓଡ଼ିଶାର ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରି ଆସିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଅପ୍ରେଲ ୧୫ ତାରିଖ ଠାରୁ ସେମାନେ ଶ୍ରୀକାକୁଲମର କେଶବ ରେଢ଼ି ସ୍କୁଲ କ୍ୟାରେଟାଇନ୍ ସେଣ୍ଟରରେ ରଖା ଯାଇଥିଲା ବୋଲି ଓଡିଶା ଦାୟିତ୍ବରେ ଥିବା ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ କହିଛନ୍ତି ।
ଓଡ଼ିଶାକୁ ଫେରି ଆସିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନଥିଲା । ଆନ୍ଧ୍ରପ୍ରଦେଶରେ ଏହି ଦାୟିତ୍ବରେ ଯେଉଁମାନେ ଅଛନ୍ତି ସେମାନେ ଶ୍ରମିକମାନଙ୍କୁ ଓଡ଼ିଶାକୁ ପଠାଇବାର ବ୍ୟବସ୍ଥା କରୁ ନଥିଲେ । ଏଣୁ ଶ୍ରମିକମାନେ ଓଡ଼ିଶାକୁ ଫେରି ଆସିବା ପାଇଁ ଓଡିଶା ସରକାରଙ୍କ ସାହାଯ୍ୟ ଲୋଡୁଥିଲେ । ସେହି କ୍ୟାରେଟାଇନ୍ ସେଣ୍ଟରରେ ୫୦୦ ରୁ ଅଧୁକ ଲୋକ ଥିଲେ । କେବଳ ଓଡିଶାର ୧୩ଟି ଜିଲ୍ଲାର ୧୭୩ ଜଣ ଲୋକ ରହିଥୁଲେ ।
ଆନ୍ଧ୍ର ପ୍ରଦେଶ ଓ ଓଡିଶାର କଂଗ୍ରେସ ଦଳର ସାହାଯ୍ୟରେ ମଇ ୬ ତାରିଖ ଦିନ ସେହି ଶ୍ରମିକମାନେ ଓଡ଼ିଶାର ନିଜ ନିଜ ଜିଲ୍ଲାକୁ ଆସିବାର ବ୍ୟବସ୍ଥା ହେଲା । ଆଜି ଭୋର୍ ୪ ଟା ସମୟରେ ସେମାନେ ବ୍ରହ୍ମପୁର ଉପକଣ୍ଠରେ ଥିବା ହଳଦୀପଦରରେ ପହଂଚିଛନ୍ତି । ସେହିଠାରୁ ସେମାନଙ୍କୁ ସେମାନଙ୍କର ନିଜ ନିଜ ଜିଲ୍ଲାରେ ଥିବା କ୍ୟାରେଟାଇନ୍ ସେଣ୍ଟରକୁ ନିଆଯାଇଥିଲା ବୋଲି ଶ୍ରୀ ରାଜୁ ଜଣାଇଛନ୍ତି ।
Post a Comment